ETV Bharat / entertainment

ରାଜନୀତିରେ ଜବରଦସ୍ତ ଏଣ୍ଟ୍ରି ମାରିଲେ ଅଭିନେତା ବିଜୟ ଥଲାପତି: ଉନ୍ମୋଚନ କଲେ ପାର୍ଟି TVKର ପତାକା ଓ ଚିହ୍ନ - Vijay Unveils TVK Party Flag

author img

By ETV Bharat Odisha Team

Published : Aug 22, 2024, 11:43 AM IST

Thalapathy Vijay Unveils His Political Party Tamizhaga Vetri Kazhagam Flag: ଅଭିନେତା ତଥା ରାଜନେତା ଥାଲାପତି ବିଜୟ ଆଜି, ଗୁରୁବାରରେ ନିଜ ରାଜନୈତିକ ଦଳୀୟ 'ତାମିଲାଗା ଭେଟ୍ରି କାଝାଗାମ'ର ଚିହ୍ନକୁ ଉନ୍ମୋଚନ କରିଛନ୍ତି। ଏହି ସମୟରେ ସେ ପାର୍ଟି କାର୍ଯ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କରି ଚିହ୍ନ ଉପରୁ ପରଦା ହଟାଇଛନ୍ତି। ଅଧିକ ପଢନ୍ତୁ,

'ତାମିଲାଗା ଭେଟ୍ରି କାଝାଗାମ'ର ଚିହ୍ନ ଉନ୍ମୋଚନ କଲେ ଥାଲାପତି ବିଜୟ, ଦଳୀୟ ପତାକା ଉତ୍ତୋଳନ କରି କହିଲେ- 'ଏହା ଭବିଷ୍ୟ ପିଢିର ପ୍ରତୀକ'
'ତାମିଲାଗା ଭେଟ୍ରି କାଝାଗାମ'ର ଚିହ୍ନ ଉନ୍ମୋଚନ କଲେ ଥାଲାପତି ବିଜୟ, ଦଳୀୟ ପତାକା ଉତ୍ତୋଳନ କରି କହିଲେ- 'ଏହା ଭବିଷ୍ୟ ପିଢିର ପ୍ରତୀକ' (ETV Bharat Odisha)

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିରେ ଜଲୱା ଦେଖାଇବା ପରେ ଏବେ ରାଜନୀତିରେ ପାଦ ଦେଇଛନ୍ତି ତାମିଲ ସୁପରଷ୍ଟାର ଥାଲାପତି ବିଜୟ । ଅଭିନେତା ଚଳିତ ବର୍ଷ ଫେବୃଆରୀ 2 ତାରିଖରେ ନିଜସ୍ବ ରାଜନୈତିକ ଦଳ 'ତାମିଲାଗା ଭେଟ୍ରି କାଝାଗାମ' (TVK)ଘୋଷଣା କରି ରାଜନୀତିରେ ଏଣ୍ଟ୍ରି ନେଇ ସୂଚନା ଦେଇଥିଲେ । କିନ୍ତୁ ଏହାର ଚିହ୍ନ ନେଇ କୌଣସି ସୂଚନା ଦେଇନଥିଲେ । ଯାହାକୁ ଅପେକ୍ଷା କରିରହିଥିଲେ ଫ୍ୟାନ୍ସ ଏବଂ କର୍ମୀ । ତେବେ ବର୍ତ୍ତମାନ ସେହି ଅପେକ୍ଷାର ଅନ୍ତ ହୋଇଛି । ଅଭିନେତା ତଥା ରାଜନେତା ଥାଲାପତି ବିଜୟ ନିଜ ଦଳୀୟ ଚିହ୍ନ ଉପରୁ ପରଦା ହଟାଇଛନ୍ତି । ଆଜି ଗୁରୁବାରରେ ନିଜ ରାଜନୈତିକ ଦଳୀୟ 'ତାମିଲାଗା ଭେଟ୍ରି କାଝାଗାମ' (ଟିଭିକେ)ର ପତାକା ଉନ୍ମୋଚନ କରିଛନ୍ତି ବିଜୟ ।

ଦଳୀୟ ଚିହ୍ନ ଉନ୍ନୋଚନ କଲେ ଥାଲାପତି

ତାମିଲନାଡୁ ପାନାୟୁରର ଭେଟ୍ରି କାଝାଗାମ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ରାଜନୈତିକ ପାର୍ଟି ପତାକା ଓ ସଂଗୀତ ଉନ୍ମୋଚିତ କରିଛନ୍ତି ଥାଲାପତି । ମେରୁନ ରଙ୍ଗ ଏବଂ ୟେଲୋ ରଙ୍ଗର ଏହି ଦଳୀୟ ପରତାକାର ମଝିରେ ଦୁଇ ହାତୀ ଏବଂ ଭାଗାଇ ଫୁଲକୁ 'ବିଜୟର ପ୍ରତୀକ' ବୋଲି ଚିତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜୟଙ୍କ ମାତା ଶୋବା ଏବଂ ପିତା ଚନ୍ଦ୍ରଶେଖରଙ୍କ ସମେତ 300ରୁ ଅଧିକ ଲୋକ ସାମିଲ ଥିଲେ । ସକାଳ 9.10 ରେ ଏହି କାର୍ଯ୍ୟକ୍ରମ ରହିଥିବା ବେଳେ ଦଳୀୟ ପତାକା ଉତ୍ତୋଳନ କରି ଚିହ୍ନ ଉପରୁ ପରଦା ହଟାଇବା ସହ ଶପଥ ପାଠ କରିଥିଲେ ଥାଲାପତି ।

'ଜାତି, ଧର୍ମ ନାଁରେ ଥିବା ପାର୍ଥକ୍ୟକୁ ହଟାଇବି'

ଏହି ସମୟରେ ଥାଲାପତି ବିଜୟ ଶପଥ ପାଠ କରି କହିଛନ୍ତି, "ଆମ ଦେଶର ମୁକ୍ତି ପାଇଁ ସଂଗ୍ରାମ କରିଥିବା ତଥା ନିଜ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀ ତଥା ତାମିଲ ମାଟିରୁ ଆମ ଲୋକଙ୍କ ଅଧିକାର ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ଅସଂଖ୍ୟ ସୈନିକଙ୍କୁ ଆମେ ସର୍ବଦା ପ୍ରଶଂସା କରିବୁ । ଜାତି, ଧର୍ମ ନାମରେ ଥିବା ପାର୍ଥକ୍ୟକୁ ମୁଁ ହଟାଇବି, ଲିଙ୍ଗ, ଜନ୍ମ ସ୍ଥାନ, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବୁ ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଏବଂ ସମାନ ଅଧିକାର ପାଇଁ ଚେଷ୍ଟା କରିବି । ମୁଁ ଦୃଢ ଭାବରେ ନିଶ୍ଚିତ କରେ ଯେ ମୁଁ ସମସ୍ତ ଜୀବଙ୍କ ପାଇଁ ସମାନତାର ନୀତି ରକ୍ଷା କରିବି ।''

'ଦଳୀୟ ପତାକା ଭବିଷ୍ୟ ପିଢିର ପ୍ରତୀକ'

ବିଜୟ ଆହୁରି କହିଛନ୍ତି, "ମୁଁ ଜାଣେ ଆପଣ ସମସ୍ତେ ଆମର ପ୍ରଥମ ରାଜ୍ୟ ସମ୍ମିଳନୀକୁ ଅପେକ୍ଷା କରିଛନ୍ତି। ଏଥିପାଇଁ ପ୍ରସ୍ତୁତି ଚାଲିଛି ଏବଂ ଖୁବଶୀଘ୍ର ମୁଁ ଏହା ଘୋଷଣା କରିବି। ଏହାପୂର୍ବରୁ ମୁଁ ଆଜି ଆମ ଦଳର ପତାକା ଉନ୍ମୋଚନ କରିଛି। ମୁଁ ବହୁତ ଗର୍ବିତ ଅନୁଭବ କରୁଛି । ଆମେ ତାମିଲନାଡୁର ବିକାଶ ପାଇଁ ଏକାଠି କାମ କରିବୁ। ଏହା ଏକ ପତାକା ନାହିଁ । ମୁଁ ଏହାକୁ ଏହି ରାଜ୍ୟର ଯୁବପିଢିଙ୍କ ପ୍ରତୀକ ରୂପରେ ଦେଖୁଛି । ତାମିଲନାଡୁ ବର୍ତ୍ତମାନଠାରୁ ଭଲ ହେବ। ବିଜୟ ନିଶ୍ଚିତ। "

ଏହା ମଧ୍ୟ ପଢନ୍ତୁ: ଫିଲ୍ମ ପରେ ପଲିଟିକ୍ସରେ ସାଉଥ୍ ମେଗାଷ୍ଟାର ବିଜୟ: ଗଢ଼ିଲେ ଦଳ, ଲଢ଼ିବେ ନିର୍ବାଚନ

2026ରେ ବିଧାନସଭା ନିର୍ବାଚନରେ ଲଢିବେ ବିଜୟ

ବିଜୟ ଗତ ଫେବୃଆରୀରେ ନିଜ ରାଜନୈତିକ ଦଳ ଘୋଷଣା କରି କହିିଥିଲେ,‘‘ ଆମ ଦଳ 'ତାମିଲାଗା ଭେଟ୍ରି କାଝାଗାମ' (TVK)କୁ ପଞ୍ଜୀକରଣ କରିବାକୁ ଆମେ ଆଜି ନିର୍ବାଚନ ଆୟୋଗରେ ଆବେଦନ କରୁଛୁ । ଆମର ଲକ୍ଷ୍ୟ ହେଉଛି ଆଗାମୀ ୨୦୨୬ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିବା ଏବଂ ଜିତିବା ଏବଂ ମୌଳିକ ରାଜନୈତିକ ପରିବର୍ତ୍ତନ ଆଣିବାକୁ, ଯାହା ଲୋକମାନେ ଚାହୁଁଛନ୍ତି ।’’ କହିରଖୁଛୁ କି, ଲୋକସଭା ନିର୍ବାଚନରେ ବିଜୟଙ୍କ ଦଳ କୌଣସି ଦଳକୁ ସମର୍ଥନ କରିନଥିଲା। ଯେତେବେଳେ କି ତାମିଲନାଡୁରେ ‘ଡିଏମକେ’ ଦଳ ବହୁମତରେ ଜିତିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.