ETV Bharat / entertainment

ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ଆଭା', ଜଣେ ଭିନ୍ନକ୍ଷମ ନାରୀର ସଂଘର୍ଷ କାହାଣୀ ଦେଖିବେ ଦର୍ଶକ - Odia Film Aabha Release

author img

By ETV Bharat Entertainment Team

Published : Sep 15, 2024, 12:45 PM IST

Odia Film Aabha Release: ଓଡ଼ିଆ ସିନେପ୍ରେମୀଙ୍କ ଅପେକ୍ଷାର ହେଲା ଅନ୍ତ । ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ଆଭା' । ତେବେ ଫିଲ୍ମଟି ଫିଲ୍ମ ଫ୍ରାଇଡେରେ (ସେପ୍ଟେମ୍ୱର 13ରେ) ରିଲିଜ ହୋଇଥିବା ବେଳେ ଏହି ଫିଲ୍ମ ଦର୍ଶକଙ୍କ ଆକୃଷ୍ଟ କରିବାରେ ସଫଳ ହୋଇଛି ।

ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ଆଭା'
ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ଆଭା' (ETV Bharat Odisha)

ଭୁବନେଶ୍ୱର: ଓଡ଼ିଶାର ୧୮ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର 'ଆଭା' । ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଆଭା" ଜଣେ ଭିନ୍ନକ୍ଷମ ନାରୀର କାହାଣୀ । ଫିଲ୍ମଟି ଫିଲ୍ମ ଫ୍ରାଇଡେରେ (ସେପ୍ଟେମ୍ୱର 13ରେ) ରିଲିଜ ହୋଇଥିବା ବେଳେ ସ୍ଵାତି ସିନେପ୍ଲେକ୍ସରେ ପ୍ରିମିୟର ଶୋ' ହୋଇଥିଲା । 'ଆଭା' ର ପୁରା ଟିମ୍ ସହିତ ଓଲିଉଡ଼ ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ ସିନେ ସମୀକ୍ଷକମାନେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ଦେଖି ବେଶ ପ୍ରଶଂସା କରିଥିଲେ । ସେପଟେ କଟକ, ଭୁବନେଶ୍ୱର ସମେତ ବାଲେଶ୍ୱର, ଯାଜପୁର, ବ୍ରହ୍ମପୁରରେ ହାଉସଫୁଲ ହେବା ସହ ଦର୍ଶକଙ୍କର ମଧ୍ୟ ମନ ଜିତିଛି ଫିଲ୍ମ ।

'ଆଭା' ଫିଲ୍ମର କାହାଣୀ

'ଆଭା' ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ । ଭିନ୍ନକ୍ଷମ ହେଲେ ମଧ୍ୟ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ଆଉ ସେ ଜୀବନ ଭିତରେ ନିଜ ଭିତରେ ଥିବା ସକ୍ଷମତାର କଳାକୁ ପ୍ରତିକୂଳ ପରିସ୍ଥିତି ବି କିଭଳି ପଦର୍ଶିତ କରିହେବ ସେହି ଶିକ୍ଷାକୁ ଏଥିରେ ଚିତ୍ରିତ କରାଯାଇଥିବା ବେଳେ ତାହାରି ଉପରେ ଆଧାରିତ ହୋଇଛି ଚଳଚ୍ଚିତ୍ର ଆଭା । ଏହି ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗାଁର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି।ଏହି ଚଳଚ୍ଚିତ୍ର ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜରେ ସୁପ୍ରଭାବ ପକାଇବ ବୋଲି ନିର୍ମାତା ଓ ନିର୍ଦ୍ଦେଶକ ଆଶା ପ୍ରକଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'ଆଭା' ପୋଷ୍ଟର-ଅଡିଓ ରିଲିଜ, ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କରାଗଲା ସ୍ୱତନ୍ତ୍ର ସ୍କ୍ରିନିଂ

'ଆଭା' ଫିଲ୍ମର ଷ୍ଟାରକାଷ୍ଟ

ତେବେ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରବୀର ମହାପାତ୍ର । କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ପଲ୍ଲବ ରୟ । ସଂଳାପ ଲେଖିଛନ୍ତି ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ । ଚିତ୍ରୋତ୍ତଳନରେ ଚିତ୍ତରଞ୍ଜନ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସତ୍ୟ ପ୍ରକାଶ ସାହୁ । ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ ଜଣେ ସାଧାରଣ ଜୀବନ ଜିଉଁଥିବା ବେଳେ ଦିବ୍ୟାଙ୍ଗ ଭାବେ ଯେଉଁ କଷ୍ଟସାଧ୍ୟ ଅଭିନୟ କରିଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ବୋଲି ଦର୍ଶକ ମତ ରଖିଛନ୍ତି । ତେଣୁ ବ୍ୟକ୍ତିର ଶାରୀରିକ ଅକ୍ଷମତା ନୁହେ ବର ମାନସିକ ସକ୍ଷମତା କୁ ପ୍ରାଧାନ୍ୟ ଦେଇ ତାର ପ୍ରତିଭାର ବିକାଶ କରିବାକୁ ସୁନ୍ଦର ବାର୍ତା ଦେଇଛନ୍ତି ଅଭିନେତ୍ରୀ ସୋନା । ତାଙ୍କ ସହିତ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର , ଶ୍ଵେତା ଆଚାର୍ଯ୍ୟଙ୍କ, ଵିଶାଲ ସାହୁ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି । ସୁନ୍ଦର ବାର୍ତ୍ତା ବହନ କରୁଥିବା ଏହି ମୌଳିକ କାହାଣୀ ର ଚଳଚିତ୍ର ଆଭା ଦର୍ଶାକାଦୃତ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ ।

ଏହା ମଧ୍ୟ ପଢନ୍ତୁ: 46 ବର୍ଷ ପରେ ମହାଶ୍ୱେତା ରାୟଙ୍କ ଦମଦାର କମବ୍ୟାକ୍, ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଆଶ୍ରମ'

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.