ETV Bharat / entertainment

'ପିକୁ'କୁ ପୂରିଲା ୯ ବର୍ଷ, ଦିବଙ୍ଗତ ଅଭିନେତା ଇରଫାନଙ୍କ ସ୍ମୃତିରେ ଦୀପିକା - Piku Completes Nine Years - PIKU COMPLETES NINE YEARS

Piku Completes Nine Years: ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ଷ୍ଟାରର ଫିଲ୍ମ 'ପିକୁ'କୁ ୯ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ଦୀପିକା ଫିଲ୍ମକୁ ନେଇ ସ୍ମୃତି ତାଜା କରିଛନ୍ତି । ଏଥିସହ ସେ ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କୁ ମଧ୍ୟ ମନେ ପକାଇଛନ୍ତି ।

'ପିକୁ'କୁ ପୂରିଲା ୯ ବର୍ଷ, ଦିବଙ୍ଗତ ଅଭିନେତା ଇରଫାନଙ୍କ ସ୍ମୃତିରେ ଦୀପିକା
'ପିକୁ'କୁ ପୂରିଲା ୯ ବର୍ଷ, ଦିବଙ୍ଗତ ଅଭିନେତା ଇରଫାନଙ୍କ ସ୍ମୃତିରେ ଦୀପିକା (Pic Credit@deepikapadukone)
author img

By ETV Bharat Odisha Team

Published : May 8, 2024, 3:20 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ଅମିତାଭ ବଚ୍ଚନ ଷ୍ଟାରର ଫିଲ୍ମ 'ପିକୁ'କୁ ୯ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ଦୀପିକା ଫିଲ୍ମ ଯାତ୍ରାର ସ୍ମୃତିକୁ ତାଜା କରିଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଫିଲ୍ମ ସେଟର ଏକ ଫଟୋ ସେୟାର କରି ସ୍ମୃତିକୁ ତାଜା କରିଛନ୍ତି । ଏଥିସହ ଏହି ଫିଲ୍ମରେ ତାଙ୍କ ସହ ଅଭିନୟ କରିଥିବା ସହ ତାରକା ତଥା ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କୁ ମନେ ପକାଇଛନ୍ତି ।

'ପିକୁ'ରେ ଦୀପିକାଙ୍କ ନାମ ପିକୁ ଏବଂ ତାଙ୍କ ପିତାଙ୍କ ଭୂମିକାରେ ଅମିତାଭ ବଚ୍ଚନ ଅଭିନୟ କରିଥିବାବେଳେ ଇରଫାନ ଖାନ ଏହି ଫିଲ୍ମରେ ଦୀପିକାଙ୍କ ବିପକ୍ଷରେ ଅଭିନୟ କରିଥିଲେ । ତେବେ ଫିଲ୍ମର ୯ ବର୍ଷ ପୂର୍ତ୍ତି ଅବସରରେ ଦୀପିକା ଇନଷ୍ଟାଗ୍ରାମରେ ଫିଲ୍ମ ସେଟର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଏହି ତାରକା ବସିଥିବାର ଦେଖିବାକୁ ମିଳିଛି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ମୁଁ କେତେ ଖାଉଛି ଅମିତାଭ ବଚ୍ଚନ ସାର୍ ସମସ୍ତଙ୍କୁ କହୁଛନ୍ତି ।' ଏହା ପରେ ଦୀପିକା ଇରଫାନ ଖାନଙ୍କୁ ଟ୍ୟାଗ କରି ଲେଖିଛନ୍ତି,' ଆମେ ତୁମକୁ ବହୁତ ମନେ ପକାଉଛୁ ।'

ଦର୍ଶକଙ୍କ ମନ ଛୁଇଁଥିଲା 'ପିକୁ'

ଫିଲ୍ମ 'ପିକୁ' ମେ ୮, ୨୦୧୫ରେ ମୁକ୍ତିଲାଭ କରିଥିଲା ​। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସୁଜତ ସିର୍କର । ଏହି ଚଳଚ୍ଚିତ୍ରରେ ଦୀପିକା ଯେଉଁଭଳି ଭାବରେ 'ପିକୁ' ଭୂମିକାରେ ଅଭିନୟ କରିଥିଲେ, ତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା । ସେ ଏହି ଚଳଚ୍ଚିତ୍ରରେ ଜଣେ ଆଧୁନିକ ତଥା ସ୍ୱାଧୀନ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ ଯିଏ ତାଙ୍କ ପିତାଙ୍କ ପାଇଁ ଅନେକ ବଳିଦାନ ଦେଇଥିଲେ । ଚଳଚ୍ଚିତ୍ରର କାହାଣୀ ସମାଲୋଚକମାନଙ୍କ ସହ ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ଏଥିସହ ଫିଲ୍ମରେ ଦୀପିକା ଏବଂ ଇରଫାନଙ୍କ ମଧ୍ୟରେ କେମେଷ୍ଟ୍ରିକୁ ମଧ୍ୟ ଲୋକେ ପସନ୍ଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କ୍ୟାନ୍ସର ଯୁଦ୍ଧରେ ହାରିଗଲେ ଇରଫାନ୍ ଖାନ

କ୍ୟାନ୍ସରରେ ପ୍ରାଣ ହରାଇଥିଲେ ଇରଫାନ

ସୂଚନା ଥାଉ କି, ଇରଫାନ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମରରେ ପୀଡିତ ଥିଲେ । ଲଣ୍ଡନରେ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ଭାରତକୁ ଫେରିଥିଲେ । ଭାରତକୁ ଫେରିବା ପରେ ପୁଣି ଅସୁସ୍ଥ ହୋଇ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେେ ଭର୍ତ୍ତି ହୋଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଇରଫାନ ୨୯ ଏପ୍ରିଲ ୨୦୨୦ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । 'ପିକୁ' ଇରଫାନ ଖାନଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଏକ ମହାନ ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.