ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ 1 ତାରିଖରେ ଆସିବ ବଜେଟ । ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ମଧ୍ୟବର୍ତ୍ତୀ ବଜେଟର ଉପସ୍ଥାପନା କରିବେ । 17ତମ ଲୋକସଭାର ଅନ୍ତିମ ଅଧିବେଶନ 31 ଜାନୁଆରୀରୁ ଆରମ୍ଭ ହୋଇ 9 ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । 2024-25 ପାଇଁ ବଜେଟ ବର୍ଷ ଶେଷରେ ସାଧାରଣ ନିର୍ବାଚନ ପରେ ଘୋଷଣା ହେବାର ଅନୁମାନ କରାଯାଉଛି । ଏହି କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ପ୍ରାରମ୍ଭ ହେଉଛି ପାରମ୍ପାରିକ ହଲାୱା ସେରିମନୀ ।
ହଲାୱା ସେରିମନୀ:
ପ୍ରତ୍ୟେକ ଶୁଭ କାମ କରିବା ପୂର୍ବରୁ କିଛି ମିଠା ଖାଇବା ଉଚିତ୍ । ଭାରତୀୟ ପରମ୍ପରାରେ ହାଲୱାକୁ ମଧ୍ୟ ବହୁତ ଶୁଭ ବୋଲି କୁହାଯାଇଥାଏ । ଏହି ପରମ୍ପରା ଅନୁଯାୟୀ କାର୍ଯ୍ୟରତ ଅର୍ଥମନ୍ତ୍ରୀ ନିଜେ ବଜେଟ ସହିତ ଜଡିତ କର୍ମଚାରୀ, ବଜେଟ ମୁଦ୍ରଣ ସହିତ ଜଡିତ କର୍ମଚାରୀ ଏବଂ ଅର୍ଥ ଅଧିକାରୀଙ୍କୁ ହଲୱା ବଣ୍ଟନ କରିଥାନ୍ତି । ତେଣୁ ପ୍ରତିବର୍ଷ ଏହି ପରମ୍ପରା ଅନୁଯାଇ ଅର୍ଥମନ୍ତ୍ରୀଙ୍କ ଦ୍ବାରା ଏହି ହଲାୱା ସେରିମନୀ ଆୟୋଜିତ ହୋଇଥାଏ । ଏକ ବଡ଼ ପାତ୍ରରେ ଏହାକୁ ପ୍ରସ୍ତୁତ କରାଯାଇ ବଣ୍ଟା ଯାଇଥାଏ ।
ଏହା ମଧ୍ୟ ପଢ଼ନ୍ତୁ.... ବଜେଟ ପୂର୍ବରୁ ବଢ଼ିଲା ରେଲୱେ ସେୟାର ମୂଲ୍ୟ
ହଲାୱା ସମାରୋହ ପରେ ହୁଏ ଲକ୍ ଇନ୍
କେନ୍ଦ୍ର ସରକାରଙ୍କ ବାର୍ଷିକ ଆର୍ଥିକ ବିବରଣୀ ପ୍ରସ୍ତୁତିରେ ଜଡିତ ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ଆନୁଷ୍ଠାନିକ ବିଦାୟ ଭାବରେ ଏହି ସମାରୋହର ଗୁରୁତ୍ୱ ରହିଛି । ସମାରୋହ ପରେ, ଏହି ବ୍ୟକ୍ତିମାନେ ଏକ ନିର୍ଦ୍ଦିଷ୍ଟ 'ଲକ୍-ଇନ୍' ଅବଧିରେ ପ୍ରବେଶ କରନ୍ତି । ମନ୍ତ୍ରଣାଳୟ ପରିସରରେ ପୃଥକ ହୋଇ ଅନ୍ତିମ ବଜେଟ ଡକ୍ୟୁମେଣ୍ଟର ରହସ୍ୟ ରକ୍ଷା କରିବା ପାଇଁ ସେମାନେ ପରିବାର ଠାରୁ ମଧ୍ୟ ଅଲଗା ହୋଇଯାଇଥାନ୍ତି । ଏହି ଲକ୍ ଇନ୍ର ସମାପ୍ତି ସମୟ ସିମା ମଧ୍ୟରେ ମୋବାଇଲ ଫୋନ ତଥା ଇଣ୍ଟରନେଟର ବ୍ୟବହାରରେ ମଧ୍ୟ ପ୍ରତିବନ୍ଧ ଲାଗିଥାଏ । ଏବଂ ଫେବୃଆରୀ 1 ତାରିଖରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା ବଜେଟର ଉପସ୍ଥାପନା ହେବା ପରେ କର୍ମଚାରୀଙ୍କୁ ସେହି ଉତ୍ତର ବ୍ଲକରୁ ବାହାରିବା ପାଇଁ ଅନୁମତି ମିଳିଥାଏ ।
1950 ମସିହାରେ ବଜେଟର ଏକ ଅଂଶ ଲିକ ହୋଇଥିଲା
1950 ମସିହାରେ କେନ୍ଦ୍ର ବଜେଟ ପ୍ରସ୍ତୁତି ସମୟରେ ଅର୍ଥମନ୍ତ୍ରୀ ଜନ ମାଥାଇଙ୍କ କାର୍ଯ୍ୟକାଳ ସମୟରେ ଘଟିଥିବା ଏକ ଗୁରୁତ୍ୱପୂର୍ଣ୍ଣ ଲିକ କାରଣରୁ ଏଭଳି କଠୋର ପଦକ୍ଷେପ ଗୁଡ଼ିକୁ ନିଆଗଲା । ରାଷ୍ଟ୍ରିୟ ଭବନରେ ମୁଦ୍ରଣ ସମୟରେ ବଜେଟର ଏକ ଅଂଶ ଲିକ ହୋଇଥିଲା । ଫଳସ୍ୱରୂପ, ପ୍ରିଣ୍ଟିଂ ସାଇଟ ମିଣ୍ଟୋ ରୋଡରେ ଥିବା ଏକ ସରକାରୀ ପ୍ରେସକୁ ଟ୍ରାସଫର କରାଯାଇଥିଲା । 1980 ପରଠାରୁ, ଦିଲ୍ଲୀର ସଚିବାଳୟ ବିଲ୍ଡିଂରେ ଥିବା ଉତ୍ତର ବ୍ଲକ୍ ବେସମେଣ୍ଟ ବଜେଟ ମୁଦ୍ରଣ ପାଇଁ ସ୍ଥାୟୀ ସ୍ଥାନ ଭାବରେ ପ୍ରତିଷ୍ଠିତ ହେଲା ।
ବ୍ୟୁରେ ରିପୋର୍ଟ, ଇଟିଭି ଭାରତ