ETV Bharat / business

କେନ୍ଦ୍ର ବଜେଟ ୨୦୨୪: ୭୫ ହଜାରକୁ ବଢିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ, ଷ୍ଟାର୍ଟଅପ ପାଇଁ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ - Income Tax Slabs Budget 2024

Income Tax Slabs: କରଦାତାକୁ ବଡ ଆଶ୍ବସ୍ତି ଦେଲେ ମୋଦି ସରକାର । ୫୦ ହଜାରରୁ ୭୫ ହଜାରକୁ ବଢିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ । ଷ୍ଟାଟଅପ୍ ଉଦ୍ୟୋଗୀଙ୍କୁ ପାଇଁ କଲେ ବଡ଼ ଘୋଷଣା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 23, 2024, 2:58 PM IST

କେନ୍ଦ୍ର ବଜେଟ ୨୦୨୪: ୭୫ ହଜାରକୁ ବଢିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ, ଷ୍ଟାର୍ଟଅପ ପାଇଁ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ
କେନ୍ଦ୍ର ବଜେଟ ୨୦୨୪: ୭୫ ହଜାରକୁ ବଢିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ, ଷ୍ଟାର୍ଟଅପ ପାଇଁ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ (ETV Bharat Odisha)

ନୂଆଦିଲ୍ଲୀ: ୨୦୨୪-୨୫ କେନ୍ଦ୍ର ବଜେଟରୁ କରଦାତାଙ୍କ ଅନେକ ଆଶା ରହିଥିଲା । ଟିକସ ବାବଦକୁ ସରକାର କିଛି ଅନୁକୂଳ ଘୋଷଣା କରିବା ନେଇ ଆଶା କରାଯାଉଥିଲା । ଯାହାକି ସତ ହୋଇଛି । ବଜେଟରେ କରଦାତାଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ସରକାର । ବେତନଭୁକ୍ତ କର୍ମଚାରୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ (Standard Deduction) ପରିମାଣ ବୃଦ୍ଧି ପାଇଛି । ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାରରୁ ୭୫ ହଜାରକୁ ବଢାଇଛନ୍ତି ଅର୍ଥମନ୍ତ୍ରୀ । ପେନସନଭୋଗୀଙ୍କ ପାଇଁ ଫ୍ୟାମିନ ପେନସନ ଟିକସ ଛାଡ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରାଯାଇଛି । ତେବେ ଅର୍ଥମନ୍ତ୍ରୀ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ୧ ଲକ୍ଷ ଟଙ୍କା ବୃଦ୍ଧି କରିବା ନେଇ ଆକଳନ କରାଯାଉଥିଲା ।

ନୂତନ ଟିକସ ଢାଞ୍ଚାରେ ସଂଶୋଧିତ ଟିକସ ହାର:

  • ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଟିକସ ମୁକ୍ତ ଅର୍ଥାତ୍ ଶୂନ୍ୟ
  • ୩ରୁ ୭ ଲକ୍ଷ ଆୟ: ୫%
  • ୭ ଲକ୍ଷରୁ ୧୦ ଲକ୍ଷ ଆୟ: ୧୦ %
  • ୧୦ ଲକ୍ଷରୁ ୧୨ ଲକ୍ଷ ଆୟ: ୧୫%
  • ୧୨ ଲକ୍ଷରୁ ୧୫ ଲକ୍ଷ ଆୟ: ୨୦%
  • ବାର୍ଷିକ ୧୫ ଲକ୍ଷରୁ ଅଧିକ ଆୟ: ୩୦%

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ କହିଛନ୍ତି, ''ନୂଆ ଟିକସ ଢାଞ୍ଚାରେ ବେତନଭୁକ୍ତ କର୍ମଚାରୀମାନେ ଆୟକରରେ ୧୭,୫୦୦ ଟଙ୍କା ସଞ୍ଚୟ କରିପାରିବେ । ୧୨ ଲକ୍ଷରୁ ୧୫ ଲକ୍ଷ ବାର୍ଷିକ ଆୟ କରୁଥିବା ଲୋକେ ୨୦ ପ୍ରତିଶତ ଟିକସ ଦେବେ ।''

ଏହା ମଧ୍ୟ ପଢନ୍ତୁ: ବଜେଟ ୨୦୨୪-୨୫: ଏଥର ଆଞ୍ଜେଲ ଟ୍ୟାକ୍ସ ହଟାଇବେ କି ଅର୍ଥମନ୍ତ୍ରୀ ? ଆଶାବାଦୀ ଷ୍ଟାର୍ଟଅପ - Angel tax on startups

ସେହିପରି ଭାରତୀୟ ଷ୍ଟାର୍ଟଅପ ଉଦ୍ୟୋଗକୁ ବଳ ଦେବାକୁ ମଧ୍ୟ ବଡ ଘୋଷଣା ହୋଇଛି । ଷ୍ଟାର୍ଟଅପ ଉଦ୍ୟୋଗୀଙ୍କ ଉପରେ ଲାଗୁ ହେଉଥିବା ଆଞ୍ଜେଲ ଟ୍ୟାକ୍ସକୁ ହଟାଯିବ । ଅର୍ଥମନ୍ତ୍ରୀ ସୀତାରମଣ ସବୁ ଶ୍ରେଣୀର ନିବେଶକଙ୍କ ପାଇଁ ଆଞ୍ଜେଲ ଟ୍ୟାକ୍ସ ଉଚ୍ଛେଦ ଘୋଷଣା କରିଛନ୍ତି । ଏହି ଟ୍ୟାକ୍ସ ପ୍ରତ୍ୟାହାର ପାଇଁ ଉଦ୍ୟୋଗ ଜଗତ ପକ୍ଷରୁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା । ଷ୍ଟାର୍ଟଅପ ଦେଶର ଆର୍ଥିକ ବିକାଶର ଇଞ୍ଜିନ ରୂପେ କାର୍ଯ୍ୟ କରୁଛି ବୋଲି କହିଛନ୍ତି ସୀତାରମଣ ।

ଏହା ମଧ୍ୟ ପଢନ୍ତୁ: Union Budget 2024: ସ୍ବତନ୍ତ୍ର ପାହ୍ୟା ନ ଦେଇ ବିହାର-ଆନ୍ଧ୍ରକୁ ଖୁସି କରିଦେଲେ ମୋଦି, ଓଡ଼ିଶାକୁ ଭୁଲିଗଲେ ! - Union Budget 2024

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.