ETV Bharat / business

କ୍ରେଡିଟ୍ କାର୍ଡ ଏବଂ ପେମେଣ୍ଟ ନେଟୱାର୍କ କ’ଣ, ଜାଣନ୍ତୁ ଏହା କିପରି କାମ କରେ - କ୍ରେଡିଟ୍ କାର୍ଡ

Types of Credit Card Networks in India: କ୍ରେଡିଟ୍ କାର୍ଡ ହେଉଛି ବିଶ୍ବର ସବୁଠାରୁ ଲୋକପ୍ରିୟ ପେମେଣ୍ଟ ସିଷ୍ଟମ । ଯେଉଁଥିରେ ପ୍ରତିଦିନ ଏକ ବିଲିୟନ ଗ୍ଲୋବାଲ୍ କ୍ରେଡିଟ୍ କାର୍ଡର କାରବାର ହୋଇଥାଏ । ଆସନ୍ତୁ ଜାଣିବା ଭାରତରେ ବ୍ୟବହାର ହେଉଥିବା କାର୍ଡ ନେଟୱାର୍କର ପ୍ରକାର ଏବଂ ତାହାର କାର୍ଯ୍ୟ ବିଷୟରେ । ଅଧିକ ପଢ଼ନ୍ତୁ,

କ୍ରେଡିଟ୍ କାର୍ଡ ଏବଂ ପେମେଣ୍ଟ ନେଟୱାର୍କ କ’ଣ, ଆସନ୍ତୁ ଜାଣିବା ତାହାର କାର୍ଯ୍ୟ

author img

By ETV Bharat Odisha Team

Published : Mar 7, 2024, 2:18 PM IST

ନୂଆଦିଲ୍ଲୀ: ଆଜିର ସମୟରେ ସୁରକ୍ଷିତ ତଥା ସୁବିଧା ପେମେଣ୍ଟ ପାଇଁ ଲୋକ କ୍ରେଡିଟ୍ ତଥା ଡେଭିଟ କାର୍ଡର ବ୍ୟବହାର କରିଥାନ୍ତି । ତେବେ କ୍ରେଡିଟ୍ କାର୍ଡ ହେଉଛି ବିଶ୍ବର ସବୁଠାରୁ ଲୋକପ୍ରିୟ ପେମେଣ୍ଟ ସିଷ୍ଟମ । ଯେଉଁଥିରେ ପ୍ରତିଦିନ ଏକ ବିଲିୟନ ଗ୍ଲୋବାଲ୍ କ୍ରେଡିଟ୍ କାର୍ଡର କାରବାର ହୋଇଥାଏ । ଛୋଟ ବ୍ୟବସାୟର ମାଲିକମାନେ କ୍ରମାଗତ ଭାବରେ କ୍ରେଡିଟ୍ କାର୍ଡ ଏବଂ ପେମେଣ୍ଟ ନେଟୱାର୍କ ସହିତ କାର୍ଯ୍ୟ କରିଥାନ୍ତି, କିନ୍ତୁ କ୍ରେଡିଟ୍ କାର୍ଡ ନେଟୱାର୍କ କିପରି କାମ କରେ ସେ ବିଷୟରେ ଅନେକ ଲୋକଙ୍କର ଧାରଣା ନଥାଏ । ତେବେ ଆସନ୍ତୁ ଜାଣିବା ଭାରତରେ ବ୍ୟବହାର ହେଉଥିବା କାର୍ଡ ନେଟୱାର୍କର ପ୍ରକାର ଏବଂ ତାହାର କାର୍ଯ୍ୟ ବିଷୟରେ ।

କାର୍ଡ ନେଟୱାର୍କ ଗୁଡ଼ିକ ସୁରକ୍ଷିତ ତଥା ସୁବିଧା ପେମେଣ୍ଟ ପାଇଁ ବ୍ୟାଙ୍କ,ବ୍ୟବସାୟୀ ଏବଂ କାର୍ଡ ହୋଲଣ୍ଡରଙ୍କୁ ପରସ୍ପର ସହିତ ଯୋଡ଼ିଥାଏ । ଯେତେବେଳେ କୌଣସି ଗ୍ରାହକ ପେମେଣ୍ଟ ପାଇଁ ତାଙ୍କ କାର୍ଡ ବ୍ୟବହାର କରନ୍ତି, କାର୍ଡ ନେଟୱାର୍କ ଗୁଡ଼ିକ ତାର ପରିଚାଳନା ପାଇଁ ବ୍ୟାକଗ୍ରାଉଣ୍ଡରେ କାମ କରିଥାନ୍ତି । ଯେଉଁ ବ୍ୟାଙ୍କ କିମ୍ବା NBFC ଆପଣଙ୍କୁ କାର୍ଡ ପ୍ରଦାନ କରେ ତାକୁ କାର୍ଡ ଇସୁଅର ହୋଲି କୁହାଯାଏ । ଭାରତରେ, କ୍ରେଡିଟ୍ କାର୍ଡ ଇସୁଅରଙ୍କ କିଛି ଉଦାହରଣ ମଧ୍ୟରେ ଏଚଡ଼ିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏସବିଆଇ ବ୍ୟାଙ୍କ ଆଦି ସାମିଲ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.... ଫ୍ଲିପକାର୍ଟ ଆରମ୍ଭ କଲା ନିଜସ୍ବ UPI ସେବା; ଆମାଜନ, ପେଟିଏମକୁ ଦେବ ଟକ୍କର !

କ୍ରେଡିଟ କାର୍ଡ ନେଟୱାର୍କ ବ୍ୟବସାୟୀ ଏବଂ କାର୍ଡ ପ୍ରଦାନକାରୀଙ୍କ ମଧ୍ୟରେ ଏକ ଲିଙ୍କ ଭାବରେ କାର୍ଯ୍ୟ କରିଥାଏ । ଭିସା ଏବଂ ମାଷ୍ଟରକାର୍ଡ ହେଉଛି ଭାରତରେ ବ୍ୟବହାର ହେଉଥିବା ଦୁଇଟି ମୁଖ୍ୟ କ୍ରେଡିଟ୍ କାର୍ଡ ନେଟୱାର୍କ । ଏହା ବ୍ୟତୀତ ରୁପେ (RuPay), ଡିସ୍କଭର ଏବଂ ଆମେରିକନ ଏକ୍ସପ୍ରେସ ଆଦି ଅନ୍ୟ ପ୍ରତିଯୋଗୀ ଭାବରେ ରହିଛନ୍ତି । କ୍ରେଡିଟ୍ କାର୍ଡ ନେଟୱାର୍କ, କାର୍ଡ ଏବଂ ପେମେଣ୍ଟ ସିଷ୍ଟମ ମଧ୍ୟରେ ଟେକ୍ନୋଲୋଜିକାଲ ଫାଉଣ୍ଡେସନ ଭାବରେ କାମ କରିଥାଏ । କାର୍ଡ ନେଟୱାର୍କ ଦ୍ବାରା ବ୍ୟବସାୟୀମାନଙ୍କୁ ପ୍ରଦାନ କରାଯାଉଥିବା ସେବା ପାଇଁ ଇଣ୍ଟରଚେଞ୍ଚ ଶୁଳ୍କ ମଧ୍ୟ ଆଦାୟ କରାଯାଏ । ତେବେ ଏହି ରାଶି ଅଲଗା ଅଲଗା ନେଟୱର୍କ ପାଇଁ ଅଲଗା ହୋଇଥାଏ । କାର୍ଡ ମାଧ୍ୟମରେ ହେଉଥିବା ଟ୍ରାନଜାକ୍ସନ ପାଇଁ କାର୍ଡ ନେଟୱାର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ଭାରତରେ ବର୍ତ୍ତମାନ ପାଞ୍ଚଟି ପେମେଣ୍ଟ ନେଟୱାର୍କ ରହିଛି । ଯେଉଁଥିରେ ଭିସା (VISA), ଡିସ୍କଭର, ଆମେରିକନ ଏକ୍ସପ୍ରେସ, ରୁପେ (RuPay) ଏବଂ ମାଷ୍ଟରକାର୍ଡ ସାମିଲ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.