ETV Bharat / business

ବୈଶ୍ୱିକ ସ୍ତରେର ପେମେଣ୍ଟ ହେବ ଆହୁରି ସହଜ, 20 ଦେଶକୁ ସମ୍ପ୍ରସାରିତ ହେବ UPI - RBI annual report

author img

By ETV Bharat Odisha Team

Published : Jun 3, 2024, 9:18 AM IST

RBI annual report : ଆଉ ୨୦ ଦେଶକୁ ସମ୍ପ୍ରାସାରିତ ହେବ ୟୁପିଆଇ ସେବା । ଏନେଇ ଆରବିଆଇର ବାର୍ଷିକ ରିପୋର୍ଟରେ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ

RBI annual report
RBI annual report (ETV Bharat)

ନୂଆଦିଲ୍ଲୀ: ୨୦ ରାଷ୍ଟ୍ରକୁ ସମ୍ପ୍ରାସାରିତ ହେବ ୟୁପିଆଇ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI) ଓ NPCI ଇଣ୍ଟରନ୍ୟାସନାଲ ପେମେଣ୍ଟ୍ସ (NIPL) ଯୋଜନା ପ୍ରସ୍ତୁତ କରିଛନ୍ତି । ୨୦୨୯ ସୁଦ୍ଧା ୟୁନିଫାଏଡ ପେମେଣ୍ଟ୍ସ ଇଣ୍ଟରଫୋର୍ସ (UPI)କୁ ଆହୁରୀ ୨୦ ଦେଶକୁ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆରବିଆଇର ବାର୍ଷିକ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି ।

ଆରବିଆଇ ପକ୍ଷରୁ ଜାରି ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ବିକଶିତ ଭାରତ- ୨୦୪୭ ଲକ୍ଷ୍ୟକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଓ NPCI ଇଣ୍ଟରନ୍ୟାସନାଲ ପେମେଣ୍ଟ୍ ଲିମିଡେଟ୍ (NIPL) UPIକୁ ୨୦ ଦେଶରେ ପହଞ୍ଚାଇବା ନେଇ କାର୍ଯ୍ୟ କରାଯିବ । ଏହି ଅଭିଯାନ ୨୦୨୪-୨୫ ଆର୍ଥିକ ବର୍ଷରେ ଆରମ୍ଭ ହେବ ଓ ୨୦୨୮-୨୯ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ ହେବ ବୋଲି ଆରବିଆଇ ରିପୋର୍ଟରେ ପ୍ରକାଶ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ସରକାରଙ୍କୁ ରେକର୍ଡ ୨.୧୧ ଲକ୍ଷ କୋଟି ଲାଭାଂଶ ଦେବ ରିଜର୍ଭ ବ୍ୟାଙ୍କ - RBI Dividend To Centre

ବର୍ତ୍ତମାନ ନେପାଳ ଓ ଫ୍ରାନ୍ସ ମଧ୍ୟରେ ଏହି ଇ-କର୍ମସ ସେବା ନିମନ୍ତେ QR କୋଡ ମାଧ୍ୟମରେ ୟୁପିଆଇ ପେମେଣ୍ଟ କରାଯାଉଛି । ତେବେ ଭାରତ ମଧ୍ୟ ଏବେସୁଦ୍ଧା ୭ଟି ଦେଶ ସହ ୟୁପିଆଇ ପେମେଣ୍ଟ ସେବା ନେଇ ଚୁକ୍ତି କରାଯାଇଛି । ଏହି ୟୁପିଆଇ ଓ ରୁପେ କାର୍ଡକୁ ବୈଶ୍ୱିକ ସ୍ତରରେ ପହଞ୍ଚାଇବା ପାଇଁ ଆରବିଆଇର ପେମେଣ୍ଟ ଭିଜନ ଡକ୍ୟୁମେଣ୍ଟ ୨୦୨୫ର ପ୍ରଥମ ଲକ୍ଷ୍ୟ ବୋଲି କୁହାଯାଉଛି ।

ଏହାପୂର୍ବରୁ ଫେବ୍ରୁଆରୀରେ ଭାରତ ଓ ମରିସସ ମଧ୍ୟରେ ରୁପେ ଓ ୟୁପିଆଇ କନେକ୍ଟିଭିଟି ଆରମ୍ଭ ହୋଇଥିଲା । ଏହା ଅନ୍ତର୍ଗତ ଭାରତୀୟ ପର୍ଯ୍ୟଟକମାନେ ମରିସସ ଭ୍ରମଣ କଲେ ୟୁପିଆଇ ଆପ ବ୍ୟବହାର କରି ସେଠାରେ ଟଙ୍କା ପେମେଣ୍ଟ କରିପାରିବେ । ସେହିଭଳି ମରିସସ ପର୍ଯ୍ୟଟକମାନେ ମଧ୍ୟ ଭାରତରେ ସମାନ ଆପ ବ୍ୟବହାର କରି ପେମେଣ୍ଟ କରିପାରିବେ । ଆଉମଧ୍ୟ ସେହି ମାମରେ ଶ୍ରୀଲଙ୍ଗା ଓ ଭାରତ ମଧ୍ୟରେ ମଧ୍ୟ ଏହି ଯୋଜନା କାର୍ଯ୍ୟ କରାଯାଇଛି । ଏହି ୟୁପିଆଇ ସେବା ଭାରତ ସହ ଶ୍ରୀଲଙ୍କା, ମରିସସ୍, ଭୁଟାନ, ଓମାନ, ନେପାଳ, ଫ୍ରାନ୍ସ ଓ ୟୁଏଇରେ ଉପଲବ୍ଧ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.