ETV Bharat / business

ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି କି ? ଭୁଲରେ କରନ୍ତୁନି ଏହି କାମ, ସହିପାରନ୍ତି ଲକ୍ଷାଧିକ କ୍ଷତି - Mutual fund Investment

author img

By ETV Bharat Odisha Team

Published : Aug 2, 2024, 3:52 PM IST

Mutual Fund SIP:କଣ ଆପଣ ମ୍ୟୁଚୁଆଲ ଫଣ୍ଡରେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟରେ ପ୍ଲାନରେ ନିବେଶ କରିଛନ୍ତି କି ? ଯଦି ଆପଣ ନିବେଶ କରିଛନ୍ତି କିମ୍ବା ନିବେଶ କରିବା କଥା ଭାବୁଥାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଜରୁରୀ । ନିବେଶ କରିବା ପୂର୍ବରୁ ଏହି ଏହି ସବୁ ଉପରେ ଧ୍ୟାନ ଦିଅନ୍ତୁ ଯାହାଦ୍ୱାରା ଆପଣ ବଡ କ୍ଷତିରୁ ବଞ୍ଚିଯିବେ । ଲାଭଦାୟକ ନିବେଶ ଓ ଲାଭ ପାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ନିହାତି ଆବଶ୍ୟକ । ନିବେଶ କରିବା ପୂର୍ବରୁ ତାହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଟିକିନିଖି କରି ବୁଝିନେବା ଆବଶ୍ୟକ ।

Mutual Fund SIP
Mutual Fund SIP (getty images)

ହାଇଦ୍ରାବାଦ: ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ନିବେଶ ବା ଇନଭେଷ୍ଟମେଣ୍ଟ କରାଯାଏ । ଭିନ୍ନ ଭିନ୍ନ ପ୍ରକ୍ରିୟାରେ ଲୋକମାନେ ସେମାନଙ୍କର ଟଙ୍କା ଭବିଷ୍ୟତ ପାଇଁ ସେଭିଂ କରିଥାନ୍ତି । କିନ୍ତୁ ଏହି ନିବେଶକୁ ନେଇ ଅଧିକ ଜ୍ଞାନ ନଥିବାରୁ ଅନେକଙ୍କୁ ସମସ୍ୟା ଭୋଗିବାକୁ ପଡିଥାଏ । ତେବେ ଯଦି ଆପଣ ନିଜର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି ତେବେ ଏହି ସବୁ କାମ ଭୁଲରେ ବି କରନ୍ତୁ ନାହିଁ । ଯାହାଦ୍ବାରା ଆପଣ ବଡ ସମସ୍ୟାରେ ପଡିପାରନ୍ତି ।

କଣ ଆପଣ ମ୍ୟୁଚୁଆଲ ଫଣ୍ଡରେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟରେ ପ୍ଲାନରେ ନିବେଶ କରିଛନ୍ତି କି ? ଯଦି ଆପଣ ନିବେଶ କରିଛନ୍ତି କିମ୍ବା ନିବେଶ କରିବା କଥା ଭାବୁଥାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଜରୁରୀ । ଲାଭଦାୟକ ନିବେଶ ଓ ଲାଭ ପାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ନିହାତି ଆବଶ୍ୟକ । ତେବେ ନଜର ପକାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ।

ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP) ନିବେଶ କଣ ?

Mutual Fund SIP
Mutual Fund SIP (getty images)

ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ( SIP) ହେଉଛି ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରିବାର ଏକ ପଦ୍ଧତି ଯେଉଁଠାରେ ଜଣେ ନିବେଶକ ଏକ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ବାଛନ୍ତି ଏବଂ ନିର୍ଦ୍ଦିଷ୍ଟ ବ୍ୟବଧାନରେ ତାଙ୍କ ପସନ୍ଦର ନିର୍ଦ୍ଦିଷ୍ଟ ପରିମାଣ ବିନିଯୋଗ କରନ୍ତି । ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ (AMFI)ର କହିବା ଅନୁଯାୟୀ, ଏସଆଇପି ହେଉଛି ନିୟମିତ ସମୟ ବ୍ୟବଧାନରେ ସାଧାରଣତଃ ମାସିକ ଆଧାରରେ ନିବେଶ କରାଯାଉଥିବା ଏକ ମ୍ୟୁଚୁଆଲ ଫଣ୍ଡ । ଏହା ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ।

Mutual Fund SIP
Mutual Fund SIP (getty images)

କିଭଳି କାମ କରିଥାଏ ଏହି ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP):

ପ୍ରଥମେ ମ୍ୟୁଚୁଆଲ ଫଣ୍ଡ ସ୍କିମ ବାଛନ୍ତୁ: କେଉଁ ପ୍ରକାର ଫଣ୍ଡରେ ଆପଣ ନିବେଶ କରିବାକୁ ଚାହୁଁଛନ୍ତି ପ୍ରଥମେ ତାହା ନିଜେ ସୁନିଶ୍ଚିତ କରନ୍ତୁ । ନିଜ ରିସ୍କରେ ଆପଣଙ୍କୁ ସ୍କିମ ବାଛିବାକୁ ପଡିବ । ମାସିକ ଆପଣ କେତେ ଟଙ୍କା ନିବେଶ କରିପାରିବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ଏସଆଇପି ରାଶି ଓ ଫ୍ରିକ୍ବେନ୍ସି ବାଛନ୍ତୁ: ମାସିକ ନିବେଶ ରାଶି ଓ ଫ୍ରିକ୍ୱେନ୍ସି ବାଛନ୍ତୁ ।

ଅଟୋମେଟିକ ପେମେଣ୍ଟକୁ ଆକ୍ଟିଭ ରଖନ୍ତୁ: SIP ରାଶି ନିବେଶ କରିବା ପାଇଁ ଚୟନ ତାରିଖରେ ଅଟୋମେଟିକ (ସ୍ୱୟଂଚାଳିତ) ପେମେଣ୍ଟ କରିବାକୁ ବ୍ୟାଙ୍କକୁ ଅନୁମତି ଦିଅନ୍ତୁ । ଯାହାଫଳରେ ଆପଣଙ୍କ ମନେ ନଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ SIP ଫଣ୍ଡରେ ଟଙ୍କା ନିବେଶ ହୋଇଯିବ ।

ଏହାମଧ୍ୟ ପଢନ୍ତୁ... ସଞ୍ଚୟ ନା ନିବେଶ ? କ'ଣ କଲେ ପାଇବେ ଧନୀ ହେବାର ସୌଭାଗ୍ୟ ଜାଣନ୍ତୁ - Saving Vs Investing

ନିବେଶ କରାଯାଇଥିବା ଟଙ୍କାର ଉପଯୋଗ ମ୍ୟୁଚୁଆଲ ଫଣ୍ଡ ସ୍କିମ ୟୁନିଟକୁ କିଣିବା ପାଇଁ କରାଯାଇଥାଏ । ସେହି ସ୍ପେଶାଲ ଦିନରେ ଫଣ୍ଡର ନେଟ୍ ଆସେଟ୍ ଭ୍ୟାଲୁ (NAV) ଆପଣଙ୍କୁ କେତେ ୟୁନିଟ ମିଳିବ ତାହା ନିର୍ଦ୍ଧାରଣ କରିଥାଏ ।

Mutual Fund SIP
Mutual Fund SIP (getty images)

କମ୍ପାଉଣ୍ଡିଙ୍ଗ ପାଓ୍ବାର: ଅଧିକ ରିଟର୍ଣ୍ଣ ଆସିବା ପାଇଁ କମ୍ପାଉଣ୍ଡିଙ୍ଗ ପାଓ୍ବାର ବ୍ୟବହାର କରାଯାଏ । କମ୍ପାଉଣ୍ଡିଙ୍ଗ ପାଓ୍ବାର ବ୍ୟବହାର କରି ଅଧିକ ରିଟର୍ଣ୍ଣ ଆସିବା ପାଇଁ ରିଟର୍ଣ୍ଣକୁ ପୁଣି ଥରେ ନିବେଶ କରିପାରିବେ ।

ଭୁଲରେ କରନ୍ତୁ ନାହିଁ ଏହିସବୁ କାମ:

Mutual Fund SIP
Mutual Fund SIP (getty images)

SIPରେ ନିବେଶ କରୁଥିଲେ ଆପଣଙ୍କୁ ଏହିସବୁ ଉପରେ ଧ୍ୟାନ ଦେବାକୁ ପଡିବ । ଯାହାଦ୍ୱାରା ଆପଣ ଭବିଷ୍ୟତରେ ବଡ କ୍ଷତିରୁ ବର୍ତ୍ତି ପାରିବେ ।

ନିଜ ଆର୍ଥିକ ସ୍ଥିତିକୁ ଅଣଦେଖା କରିବା: SIP ବାଛିବା ବେଳେ ସର୍ବପ୍ରଥମେ ଆପଣ ନିଜର ଆର୍ଥିକ ସ୍ଥିତିକୁ ଦେଖନ୍ତୁ । ତେତେ ଟଙ୍କା ଆପଣ ଇନଭେଷ୍ଟ କରିପାରିବେ ସେ ବାବଦରେ ଭଲ ଭାବରେ ଚିନ୍ତା କରିବା ପରେ ଇନଭେଷ୍ଟ କରନ୍ତୁ ।

Mutual Fund SIP
Mutual Fund SIP (getty images)

ସର୍ଟ ଟର୍ମରେ ଇନଭେଷ୍ଟ: ଜଲଦି ରିଟର୍ଣ୍ଣ(ଲାଭ) ପାଇବା ପାଇଁ ଶୀଘ୍ର ଶୀଘ୍ରରେ ନିଷ୍ପତ୍ତି ନିଅନ୍ତୁ ନାହିଁ । ଲୋଭନୀୟ ଅଫର ଦେଖି ବିଲକୁଲ ଆକର୍ଷିତ ହୁଅନ୍ତୁ ନାହିଁ । ଫଣ୍ଡର ନିୟମକୁ ଭଲ ଭାବରେ ପଢି ସେଗୁଡିକ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ତେବେ କେତେ ଟଙ୍କା ଇନଭେଷ୍ଟ କରିବେ ଓ କେତେ ଟଙ୍କା ଲାଭ ପାଇବେ ସେ ବିଷୟରେ ଭଲ ଭାବରେ ଦେଖିନିଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.