ETV Bharat / business

ଫ୍ଲିପକାର୍ଟ ଆରମ୍ଭ କଲା ନିଜସ୍ବ UPI ସେବା; ଆମାଜନ, ପେଟିଏମକୁ ଦେବ ଟକ୍କର ! - ଫ୍ଲିପକାର୍ଟ ୟୁପିଆଇ ସେବା

Flipkart UPI Service Launched: ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ ସହିତ ସହଭାଗିତାରେ ୟୁପିଆଇ ସେବା ଆରମ୍ଭ କରିଛି । ଏହି ୟୁପିଆଇ ସେବା କମ୍ପାନୀର ଇନ-ହାଉସ ସଂସ୍ଥା ଯଥା ମିନ୍ତ୍ରା, ଫ୍ଲିପକାର୍ଟ ହୋଲସେଲ, ଫ୍ଲିପକାର୍ଟ ହେଲଥ + ଓ କ୍ଲିୟରଟ୍ରିପରେ ବ୍ୟବହାର କରିହେବ । ଅଧିକ ପଢନ୍ତୁ

ଫ୍ଲିପକାର୍ଟ ଆରମ୍ଭ କଲା ନିଜସ୍ବ UPI ସେବା, ଆମାଜନ , ପେଟିଏମକୁ ଦେବ ଟକ୍କର

author img

By ETV Bharat Odisha Team

Published : Mar 3, 2024, 10:43 PM IST

ନୂଆଦିଲ୍ଲୀ: ନିଜର ସ୍ବତନ୍ତ୍ର ୟୁପିଆଇ ସେବା ଆରମ୍ଭ କରିଛି ଫ୍ଲିପକାର୍ଟ । ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ ସହିତ ସହଭାଗିତାରେ ୟୁପିଆଇ ସେବା ଆରମ୍ଭ କରିଛି । ଫ୍ଲିପକାର୍ଟ ନିଜର ଡିଜିଟାଲ ପେମେଣ୍ଟ ସେବାକୁ ବିସ୍ତାର କରିବାକୁ ୟୁପିଆଇ ସେବା ଆରମ୍ଭ କରିଛି । ଆକ୍ସିସ୍ ବ୍ୟାଙ୍କ ସହିତ କମ୍ପାନୀ ଏହାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ହ୍ୟାଣ୍ଡେଲ ଫ୍ଲିପକାର୍ଟ UPI କୁ ଲଞ୍ଚ କରିଛି । ଫ୍ଲିପକାର୍ଟ ଅନଲାଇନ କିମ୍ବା ଅଫଲାଇନ ସେବା ପାଇଁ ପେମେଣ୍ଟ କରିବାକୁ ଏହାକୁ ଗ୍ରାହକମାନେ ବ୍ୟବହାର କରିପାରିବେ । ଏହି ୟୁପିଆଇ ସେବା ପ୍ରଥମେ ଆଣ୍ଡ୍ରଏଡ ବ୍ୟବହାରକାରୀମାନଙ୍କ ପାଇଁ ଉପଲବ୍ଧ ହୋଇଛି ।

ଏହା ମଧ୍ୟ ପଢନ୍ତୁ... ମାସ ଆରମ୍ଭରୁ ମହଙ୍ଗା ମାଡ, ୨୫ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ଫ୍ଲିପକାର୍ଟ ନିଜର ଏହି ରୋଲଆଉଟ୍ ସହିତ ପେଟିଏମ୍, ଫୋନ୍ ପେ, ଗୁଗୁଲ୍ ପେ ଏବଂ ଆମାଜନ ପେ ପରି ତୃତୀୟ-ପକ୍ଷ ୟୁପିଆଇ ଆପ୍ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଯୋଜନା କରୁଛି । ସୂଚନା ଅନୁଯାୟୀ ମାର୍କେଟରେ କମ୍ପାନୀର ୫୦ କୋଟିରୁ ଅଧିକ ପଞ୍ଜୀକୃତ ବ୍ୟବହାରକାରୀ ଓ ୧୪ ଲକ୍ଷ ବିକ୍ରେତା ଅଛନ୍ତି । ଏହା ଦ୍ବାରା ଫ୍ଲିପକାର୍ଟ ପେଟିଏମ ଓ ଫୋନ ପେ ଭଳି କମ୍ପାନୀକୁ ସିଧାସଳଖ ଟକ୍କର ଦେବାକୁ ଯାଉଛି । ଗ୍ରାହକମାନେ ଉଭୟ ବ୍ୟବସାୟୀ ଏବଂ ବ୍ୟକ୍ତିବିଶେଷଙ୍କୁ ଦେୟ ଦେବା ପାଇଁ ଫ୍ଲିପକାର୍ଟ ଆପରେ ଏକ ୟୁପିଆଇ ଆଇଡି ତିଆରି କରି ପାରିବେ ଏବଂ ଆପକୁ ନ ବଦଳାଇ ବିଲ ଗୁଡିକର ପେମେଣ୍ଟ ମଧ୍ୟ କରି ପାରିବେ । ଏହା ସହିତ ଏହି ୟୁପିଆଇ ସେବା କମ୍ପାନୀର ଇନ-ହାଉସ ସଂସ୍ଥା ଯଥା ମିନ୍ତ୍ରା, ଫ୍ଲିପକାର୍ଟ ହୋଲସେଲ, ଫ୍ଲିପକାର୍ଟ ହେଲଥ + ଓ କ୍ଲିୟରଟ୍ରିପରେ ବ୍ୟବହାର କରିହେବ ।

ପ୍ରକାଶ ଯୋଗ୍ୟ ଯେ ଫ୍ଲିପକାର୍ଟ ୨୦୨୩ ମସିହାରୁ ଏକ ସୀମିତ ଉପଭୋକ୍ତା ଗୋଷ୍ଠୀ ସହିତ ନିଜର ୟୁପିଆଇ ସେବାର ପରୀକ୍ଷା ନିରୀକ୍ଷା ଜାରି ରଖିଥିଲା । ଏହି ପଦକ୍ଷେପ କମ୍ପାନୀକୁ ଫୋନ ପେଠାରୁ ଅଲଗା ହେବା ପରେ ପେମେଣ୍ଟ ବ୍ୟବସାୟରେ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ସହାୟକ ହେବ । Flipkart UPI କେବଳ ଆଣ୍ଡ୍ରଏଡ ବ୍ୟବହାରକାରୀମାନଙ୍କ ପାଇଁ ଉପଲବ୍ଧ ହେବ । ଗ୍ରାହକମାନେ @fkaxis ହ୍ୟାଣ୍ଡଲରୁ ୟୁପିଆଇ ପାଇଁ ପଞ୍ଜୀକରଣ କରିପାରିବେ ଏବଂ ଫ୍ଲିପକାର୍ଟ ଆପକୁ ବ୍ୟବହାର କରି ଫଣ୍ଡ ଟ୍ରାନ୍ସଫର ଓ ହୋଟେଲ ଚେକ୍ ଆଉଟର ଦେୟ ପ୍ରଦାନ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.