ETV Bharat / business

ମାସ ଆରମ୍ଭରୁ ମହଙ୍ଗା ମାଡ, ୬୨ ଟଙ୍କା ବଢିଲା ଗ୍ୟାସ ସିଲିଣ୍ଡର ଦର - LPG PRICE HIKE

ନଭେମ୍ବର ଆରମ୍ଭରୁ ବଢ଼ିଲା ଗ୍ୟାସ ଦର । ୬୨ ଟଙ୍କା ବଢିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର । ଜାଣନ୍ତୁ କେଉଁ ସହରରେ ଗ୍ୟାସ ଦର କେତେ ରହିଛି ।

Commercial LPG Price Hike
Commercial LPG Price Hike (ETV Bharat Odisha)
author img

By ETV Bharat Odisha Team

Published : Nov 1, 2024, 3:50 PM IST

ନୂଆଦିଲ୍ଲୀ: ଦୀପାବଳି ପରେ ଖାଉଟିଙ୍କୁ ବଡ଼ ଝଟକା । ନଭେମ୍ବର ମାସ ଆରମ୍ଭରୁ ବଢ଼ିଲା ଗ୍ୟାସ ଦର । ସରକାରୀ ତୈଳ କମ୍ପାନୀଗୁଡିକ ଆଜିଠାରୁ (ଶୁକ୍ରବାର) କମର୍ସିଆଲ ବା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି । ଏହି ମୂଲ୍ୟ ପ୍ରାୟ ୬୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ପୂର୍ବଥର ଭଳି ଏଥର ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାର ସଂଶୋଧନ ହୋଇନାହିଁ ।

କେଉଁ ସହରରେ କେତେ ଦର:

ଗତ ଅକ୍ଟୋବର ମାସରେ ତୈଳ ବିତରଣ କମ୍ପାନୀ ଗୁଡିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୬୨ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୮୦୨ ଟଙ୍କା ହୋଇଛି । ପୂର୍ବରୁ ଏହାର ମୂଲ୍ୟ ୧୭୪୦ ଟଙ୍କା ଥିଲା । ସେହିପରି ମାୟାନାଗରୀ ମୁମ୍ବାଇରେ ସିଲିଣ୍ଡରର ମୂଲ୍ୟ ୧୭୫୪ ଟଙ୍କାରେ ଉପଲବ୍ଧ ହେବ । ଏହା ପୂର୍ବରୁ ଏହାର ମୂଲ୍ୟ ୧୬୯୨.୫୦ ଟଙ୍କା ଥିଲା । ସେହପରି କୋଲକାତାର ନୂଆ ଦର ୧୯୧୧.୫୦ ଟଙ୍କା ହୋଇଛି । ଗୁରୁବାର ପର୍ଯ୍ୟନ୍ତ ଏହି ସମାନ ସିଲିଣ୍ଡରର ମୂଲ୍ୟ ୧୮୫୦.୫୦ ଟଙ୍କାରେ ବିକ୍ରି ହେଉଥିଲା । ଚେନ୍ନାଇରେ ମୂଲ୍ୟ ୧୯୬୪ ଟଙ୍କାକୁ ବୃଦ୍ଧି ପାଇଛି । ପୁରୁଣା ଦର ୧୯୦୩ ଟଙ୍କା ଥିଲା ।

ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ରିଲିଫ୍:

ତୈଳ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ମୂଲ୍ୟ ଅପରିବର୍ତ୍ତିତ ରଖିଛନ୍ତି । ସୂଚନା ଅନୁଯାୟୀ, ଘରୋଇ ସିଲିଣ୍ଡର ୨୦୨୩ରୁ ରହିଥିବା ପୂରୁଣା ମୂଲ୍ୟରେ ଉପଲବ୍ଧ ହେବ । ଘରୋଇ ସିଲିଣ୍ଡର ଦିଲ୍ଲୀରେ ୮୦୩ ଟଙ୍କାରେ ବିକ୍ରି ହେଉଛି । ସମାନ ସିଲିଣ୍ଡର ମୁମ୍ବାଇରେ ୮୦୨.୫୦ ଟଙ୍କା, କୋଲକାତାରେ ୮୨୯ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କାରେ ଉପଲବ୍ଧ ରହିଛି । ଏହାସହ କେନ୍ଦ୍ର ସରକାର ଉଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ମୂଲ୍ୟ ୬୦୩ ଟଙ୍କା ସ୍ଥିର ରଖିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ମାସରେ ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ ।

ପୂର୍ବରୁ କେତେ ଥିଲା ଦର:

ତେବେ ସେପ୍ଟେମ୍ବର ମାସରେ ଦିଲ୍ଲୀରେ ବ୍ୟବସାୟିକ ଗ୍ୟାସର ମୂଲ୍ୟ ୧୬୯୧ ଟଙ୍କା ଥିଲା । କୋଲକାତାରେ ଏହା ୧୮୦୨ ଟଙ୍କା, ମୁମ୍ବାଇରେ ୧୬୪୪ ଟଙ୍କା ଏବଂ ଚେନ୍ନାଇରେ ୧୮୫୫ ଟଙ୍କା ଥିଲା। ଏଥି ସହିତ ଅଗଷ୍ଟ ମାସରେ ସମାନ ସିଲିଣ୍ଡର ଦିଲ୍ଲୀରେ ୧୬୫୨.୫୦ ଟଙ୍କା, କୋଲକାତାରେ ୧୭୬୪.୫୦ ଟଙ୍କା, ମୁମ୍ବାଇରେ ୧୬୦୫ ଟଙ୍କା ଏବଂ ଚେନ୍ନାଇରେ ୧୮୧୭ ଟଙ୍କା ଉପଲବ୍ଧ ଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଅର୍ଡରର 48 ଘଣ୍ଟା ମଧ୍ୟରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର; ନହେଲେ କାର୍ଯ୍ୟାନୁଷ୍ଠାନ - GAS CYLINDER TO REACH WITHIN 48 HR

ଏହା ମଧ୍ୟ ପଢ଼ନ୍ତୁ...Commercial LPG cylinder: ମାସ ଆରମ୍ଭରୁ ମହଙ୍ଗା ମାଡ, 39 ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର - LPG price hike

ଏହା ମଧ୍ୟ ପଢ଼ନ୍ତୁ...ଭୁଲରେ ଆପଣଙ୍କ ଗାଡ଼ି ନାଁରେ ଚାଲାଣ କଟିଛି କି ? ଘରେ ବସି କରିପାରିବେ ଅଭିଯୋଗ - Traffic Challan Rules

ଏମାନଙ୍କ ଉପରେ ପଡ଼ିବ ପ୍ରଭାବ:

ପ୍ରତି ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ହୋଟେଲ, ରେସ୍ତୋରାଁ, ଚା' ଷ୍ଟଲ, ଓ ଅନ୍ୟ ଭୋଜନାଳୟଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜର ଖାଦ୍ୟପଦାର୍ଥ ମୂଲ୍ୟ ବଢାଇଥାନ୍ତି । ତେଣୁ କମର୍ସିଆଲ ଗ୍ୟାସ ଦର ବଢିବା ପରେ ଖାଦ୍ୟପଦାର୍ଥର ମୂଲ୍ୟ ମଧ୍ୟ ବଢିପାରେ । କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ବଢିଥିଲେ ହେଁ ଘରୋଇ ସିଲିଣ୍ଡର ଦାମରେ କୌଣସି ସଂଶୋଧନ ହୋଇନଥିବାରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ସମେତ ଅନ୍ୟ ଛୋଟ ବଡ ସହରରେ ଏହି ଦାମ ସମାନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.