ETV Bharat / business

ଲଗାତର ସପ୍ତମ ଥର ପାଇଁ ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିଲେ ରିଜର୍ଭ ବ୍ୟାଙ୍କ - RBI MPC Meet - RBI MPC MEET

Repo rate unchanged: ପୁଣିଥରେ ଅପରିବର୍ତ୍ତିତ ରହିଲା ସୁଧହାର । ମୁଦ୍ରାନୀତି କମିଟି ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥିର ରଖିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 5, 2024, 10:56 AM IST

Updated : Apr 5, 2024, 11:11 AM IST

ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା ହୋଇଛି । ଅପରିବର୍ତ୍ତିତ ରହିଛି ସୁଧହାର । ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ସପ୍ତମ ଥର ରେପୋ ରେଟ୍‌ ୬.୫ ପ୍ରତିଶତରେ ସ୍ଥିର ରଖିଛି । ଅର୍ଥନୀତିଜ୍ଞମାନେ ମଧ୍ୟ ପୂର୍ବରୁ ଏହି ଆକଳନ କରିଥିଲେ । କେନ୍ଦ୍ରୀୟ ବ୍ୟାଙ୍କର ୬ ଜଣିଆ ମୁଦ୍ରାନୀତି କମିଟିର ବୈଠକରେ ରେପୋ ରେଟ୍ ଏଥର ବି ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଘୋଷଣା କରିଛନ୍ତି । ଏହାର ଅର୍ଥ ଏଥର ମଧ୍ୟ EMIରେ କୌଣସି ଆଶ୍ବସ୍ତି ମିଳିବ ନାହିଁ ।

ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଆର୍ଥକ ବର୍ଷ ୨୦୨୫ର ପ୍ରଥମ ମୁଦ୍ରାନୀତି ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି । କେନ୍ଦ୍ରୀୟ ବ୍ୟାଙ୍କ ଲଗାତାର ସପ୍ତମ ଥର ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥିର ରଖିଛି । ଏହି କ୍ରମରେ ସ୍ଥାୟୀ ଜମା ସୁବିଧା (SDF) ୬.୫ ପ୍ରତିଶତ ଓ ସୀମାନ୍ତ ଜମା ସୁବିଧା (MSF)୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ୨୦୨୪-୨୫ରେ ଭାରତର ଅର୍ଥବ୍ୟବସ୍ଥା ୭ ପ୍ରତିଶତ ଅଭିବୃଦ୍ଧି ସହ ଆଗକୁ ବଢିବ । ୨୦୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ୭.୧ ପ୍ରତିଶତ, ଦ୍ବିତୀୟ ତ୍ରୟମାସିକରେ ୬.୯ ଏବଂ ତୃତୀୟ ଓ ଚତୁର୍ଥ ତ୍ରୟମାସିକରେ ଡିଜିପି ଅଭିବୃଦ୍ଧି ୭ ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି ।

ଆରବିଆଇ ଗଭର୍ଣ୍ଣର ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ମାର୍ଚ୍ଚ ୨୯ ସୁଦ୍ଧା ଭାରତ ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ରେକର୍ଡ ସ୍ତର ୬୪୫.୬ ବିଲିୟନ ଡଲାରରେ ପହଞ୍ଚିଛି । ଭାରତର ଅର୍ଥନୈତିକ ଅଭିବୃଦ୍ଧିର ଗତି ବଜାୟ ରହିଛି । ଉଭୟ ଜାନୁଆରୀ ଓ ଫେବୃଆରୀରେ ମୁଦ୍ରାସ୍ଫୀତି ହ୍ରାସ ପାଇ ୫.୧ ପ୍ରତିଶତ ରହିଛି, ଯାହାକି ଡିସେମ୍ବରରେ ୫.୭ ପ୍ରତିଶତ ରହିଥିଲା । ଏହାକୁ ୪ ପ୍ରତିଶତକୁ ହ୍ରାସ କରିବାର ଲକ୍ଷ୍ୟ ରଖାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କ ଗୁଡିକୁ ଯେଉଁ ସୁଧହାରରେ ଋଣ ଦେଇଥାଏ, ତାକୁ ରେପୋ ରେଟ୍ କୁହନ୍ତି । ଏହି ରେଟ୍ ବଢିଲେ ବାଣିଜ୍ୟକ ବ୍ୟାଙ୍କଗୁ ଡିକ ଗ୍ରାହକଙ୍କ ଠାରୁ ଋଣ ଉପରେ ଅଧିକ ସୁଧ ନେଇଥାନ୍ତି । ଫଳରେ ଋଣ ମହଙ୍ଗା ହେବା ସହ ଲୋକଙ୍କ ଉପରେ ଅଧିକ EMI ବୋଝ ପଡିଥାଏ ।

ଏହା ମଧ୍ୟ ପଢନ୍ତୁ: ବିଶ୍ବବ୍ୟାଙ୍କ ଆକଳନ; ୨୦୨୪ରେ ଭାରତର ଅଭିବୃଦ୍ଧି ହାର ରହିବ ୭.୫% - India GDP Growth

ଏହା ମଧ୍ୟ ପଢନ୍ତୁ: ୭୫,୦୦୦ ଟଙ୍କା ଛୁଇଁବ ସୁନା ଦର ! ଏକ୍ସପର୍ଟଙ୍କ ଆକଳନ - Gold Price

Last Updated : Apr 5, 2024, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.