ନୂଆଦିଲ୍ଲୀ: ଜ୍ଞାନର ଗନ୍ତାଘର ପୁସ୍ତକ । ପୁସ୍ତକ ପଢିଲେ ଚିନ୍ତାଚେତନା ଓ ଭାବଭାବନାର ଅଭିବୃଦ୍ଧି ଘଟିଥାଏ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରିଥାଏ ପୁସ୍ତକ । କଥାରେ ଅଛି ଯିଏ ଯେତେ ଭଲ ପଢିବ ସିଏ ସେତେ ଭଲ ଲେଖିବ । ଜ୍ଞାନର ପରିସୀମାକୁ ବୃଦ୍ଧି କରିବାର ଏହା ଏକ ବଳିଷ୍ଠ ମାଧ୍ୟମ । ଗୋଟିଏ ପୁସ୍ତକ ମନୁଷ୍ୟର ଦୁଃଖ ଓ ସୁଖ ସମୟର ଏକ ଭଲ ସାଥୀ ଭାବେ ଉଭା ହୋଇଛି । କାଗଜ ଉପରେ ଅକ୍ଷର ଓ ଚିତ୍ରର ସମାହାରକୁ ନେଇ ଯୁଗ ଯୁଗ ଧରି ମାନବ ସଭ୍ୟତାର ଇତିହାସକୁ ବହନ କରି ଚାଲିଛି ବହି । ସମୟର ଗତିଶୀଳତାରେ ପୁସ୍ତକ ପ୍ରତି ଦିନକୁ ଦିନ ଲୋକଙ୍କ ଆଗ୍ରହ କମିବାରେ ଲାଗିଛି । ତେଣୁ ପୁସ୍ତକ ପ୍ରତି ଲୋକଙ୍କ ରୁଚି ବଢାଇବା ଲାଗି ପ୍ରତି ବର୍ଷ ଆଜିର ଦିନରେ ବିଶ୍ବ ପୁସ୍ତକ ଦିବସ ପାଳନ କରାଯାଏ । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି 'ନିଜ ଶୈଳୀରେ ପଢ' (Read Your Way )।
ପୁସ୍ତକ ଦିବସର ଲକ୍ଷ୍ୟ: ଗୋଟିଏ ଭଲ ପୁସ୍ତକ ମଣିଷର ଜୀବନରେ ଅନେକ ପରିବର୍ତ୍ତନ ଆଣିଥାଏ । ଜ୍ଞାନ ବୃଦ୍ଧି କରିବା ସହ ଜୀବନ ବଞ୍ଚିବାର ଶୈଳୀକୁ ମଧ୍ୟ ପରିବର୍ତ୍ତନ କରିଥାଏ । ଆଜିର ଦିନରେ ଲୋକେ ପୁସ୍ତକ ପଢୁଛନ୍ତି ସତ କିନ୍ତୁ ମୋବାଇଲ ଫୋନ, ସୋସିଆଲ ମିଡିଆ ପୁସ୍ତକ ପ୍ରତି ଥିବା ଲୋକଙ୍କ ଆଗ୍ରହକୁ ସାମାନ୍ୟ କମାଇ ଦେଇଛି । ପୁସ୍ତକ ଛାଡି ଘଣ୍ଟା ଫୋନରେ ସମସ୍ତେ ବ୍ୟସ୍ତ ରହୁଛନ୍ତି । ପୁସ୍ତକ ପଢିବା, ଲେଖିବା, କପି ରାଇଟକୁ ପ୍ରୋତ୍ସାହିତ କରିବା ଓ ପ୍ରକାଶନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖି ପ୍ରତିବର୍ଷ ଏପ୍ରିଲ 23 ତାରିଖରେ ବିଶ୍ବ ପୁସ୍ତକ ଦିବସ ପାଳନ କରାଯାଉଛି । ଏହାଦ୍ବାରା ଲୋକେ ପୁସ୍ତକ ସହିତ କିପରି ଯୋଡି ହୋଇ ରହିବେ ତା ଉପରେ ଆଲୋଚନା କରାଯାଏ ।
ପୁସ୍ତକର ସ୍ଥାନ ନେଇଛି ସୋସିଆଲ ମିଡିଆ: ଦିନ ଥିଲା ଲୋକମାନେ ପୁସ୍ତକ ପଠନ କରି ଘଣ୍ଟା ଘଣ୍ଟା ସମୟ କଟାଉଥିଲେ । ମସ୍ତିଷ୍କକୁ ଶାନ୍ତ ଓ ମନରେ ସ୍ଥିରତା ପାଇଁ ବହି ଖଣ୍ଡିଏ ହାତରେ ଧରୁଥିଲେ । କିନ୍ତୁ ଆଜିର ଦିନରେ ପୁସ୍ତକର ସ୍ଥାନ ନେଇଛି ସୋସିଆଲ ମିଡିଆ । ବ୍ୟସ୍ତ ବହୁଳ ଜୀବନରେ ଯଦି ଟିକିଏ ସମୟ ମିଳୁଛି ତେବେ ପୁସ୍ତକ ନୁହଁ ବରଂ ସୋସିଆଲ ମିଡିଆ ଯେମିତିକି ଫେସବୁକ, ହ୍ବାଟ୍ସଆପ ଓ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି ସମସ୍ତେ । ଏହାକୁ ମନୋରଞ୍ଜନର ଏକ ମାଧ୍ୟମ ସଜାଇ ଦେଇଛନ୍ତି ସମସ୍ତେ ।
ଜ୍ଞାନର ଗନ୍ତାଘର ମୋବାଇଲ ନୁହଁ ବହି: ଯଦି ଗୋଟିଏ ବହି ପଢିବା ତେବେ ଗୋଟିଏ ବିଷୟ ବସ୍ତୁ ଉପରେ ଜ୍ଞାନ ଆହରଣ କରି ହୋଇଥାଏ । କିନ୍ତୁ ଯଦି ଏକ ମୋବାଇଲ ଧରିବା ତେବେ ପୁରା ବିଶ୍ବର ଜ୍ଞାନ ଇଣ୍ଟରନେଟ ସାହାଯ୍ୟରେ ପାଇପାରିବା । ଇଣ୍ଟରନେଟ ମାଧ୍ୟମରେ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଯାହାବି ସର୍ଚ୍ଚ କଲେ ତାହା ସହଜରେ ମିଳିପାରୁଛି । ସେ ଯେଉଁ ଲେଖକଙ୍କର ବହି ହେଉ ଆଉ କିଣିବାକୁ ପଡୁ ନାହିଁ, ତାହା ମଧ୍ୟ ଉପଲବ୍ଧ ରହୁଛି । ସୋସିଆଲ ମିଡିଆରେ ମଧ୍ୟ ଉପଲବ୍ଧ । ହାତ ପାହାନ୍ତାରେ ମୋବାଇଲ ଫୋନ ମାଧ୍ୟମରେ ସବୁ ପ୍ରକାର ଜ୍ଞାନ ଆହରଣ କରି ହେଉଥିବାରୁ ଆଉ ବହିକୁ ପଚାରେ କିଏ । ତେଣୁ ଲୋକେ ମାନେ ଗୋଟିଏ ବହି ପଢିବା ବଦଳରେ ଫୋନକୁ ଏବେ ଜ୍ଞାନର ଗନ୍ଥାଘର ବୋଲି ମାନି ନେଇଛନ୍ତି ।
ୟୁନେସ୍କୋର ଅନୁମୋଦନ କ୍ରମେ ୧୯୬୬ ମସିହାରୁ ପ୍ରତିବର୍ଷ ଏପ୍ରିଲ ୨୩ ତାରିଖକୁ ବିଶ୍ବ ପୁସ୍ତକ ଦିବସ ଭାବେ ପାଳନ କରାଯାଉଛି । ଏହା ସହ ମହାନ ଲେଖର ଓ୍ବିଲିୟମ ସେକ୍ସପିଅରଙ୍କ ମୃତ୍ୟୁ ଦିବସ ସରଣାର୍ଥେ ମଧ୍ୟ ଏହି ଦିବସ ପାଳନ କରାଯାଉଛି । ପୁସ୍ତକ ପଛନକୁ ପ୍ରୋତ୍ସାହିତ କରିବା ପାଇଁ ପୁସଲ୍ତକ ମେଳାର ମଧ୍ୟ ଆୟୋଜନ କରାଯାଏ । ଏପରିକି ପୁସ୍ତକ ମ୍ୟୁଜିୟମ ମଧ୍ୟ ସ୍ଥାପନ କରାଯାଉଛି ।