ETV Bharat / bharat

ଶ୍ରୀଲଙ୍କାରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ

Renewable Energy: ଗତ କିଛି ଦିନର ବିକାଶର ରେକର୍ଡ ଦେଖିଲେ ଶକ୍ତି ନବୀକରଣ କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଶ୍ରୀଲଙ୍କାର ଶକ୍ତି ନବୀକରଣରେ ଭାରତର ଅବଦାନ ଅତୁଳନୀୟ ରହିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 18, 2024, 5:20 PM IST

Updated : Mar 18, 2024, 9:39 PM IST

Renewable Energy
Renewable Energy

ହାଇଦ୍ରାବାଦ: ଭାରତ-ଶ୍ରୀଲଙ୍କା ଆର୍ଥିକ ଭାଗିଦାରିତା ନେଇ ଚୁକ୍ତି ସ୍ବାକ୍ଷର ହୋଇଛି । ଗତ ବର୍ଷ ଜୁଲାଇ ମାସରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ନୂଆଦିଲ୍ଲୀ ଗସ୍ତରେ ଥିବାବେଳେ ଏହି ଚୁକ୍ତି ସ୍ବାକ୍ଷର ହୋଇଥିଲା । ଭାରତୀୟ ସଂସ୍ଥା ଗୁଡ଼ିକ ଶକ୍ତି ନବୀକରଣର ଉତ୍ସକୁ ବୃଦ୍ଧି କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି । ଚଳିତ ମାସ ଆରମ୍ଭରେ ଶ୍ରୀଲଙ୍କା ସ୍ଥାୟୀ ଶକ୍ତି ପ୍ରାଧିକରଣ (Sri Lanka Sustainable Energy Authority) ବେଙ୍ଗାଲୁରୁର ସ୍ଥିତ ୟୁ ସୋଲାର ଏନର୍ଜି ସଲ୍ୟୁସନ୍ସ (U Solar Energy Solutions) ସହ ଚୁକ୍ତି କରିଛି । ଯେଉଁଥିରେ ହାଇବ୍ରିଡ୍ ରିନ୍ୟୁଆଲ୍ ଏନର୍ଜି ସିଷ୍ଟମର କାର୍ଯ୍ୟକାରିତା ନେଇ ଚୁକ୍ତି ହୋଇଛି । ଶ୍ରୀଲଙ୍କାରେ ଥିବା ନୈନାତିଭୁ ଦ୍ବୀପ ଓ ଅନାଲାଇତିଭୁ ଦ୍ବୀପରେ ଏହା କାର୍ଯ୍ୟକାରୀ ହେବ ।

କଲମ୍ବୋରେ ଥିବା ଭାରତୀୟ ଉଚ୍ଚ ଆୟୋଗ (Indian High Commission) ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି । ଏହି 3 ଦ୍ବୀପରେ ବସବାସ କରୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏହି ପ୍ରକଳ୍ପ ଭାରତ ସରକାର(Government of India)ଙ୍କ ଅନୁଦାନକ୍ରମେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବିବୃତ୍ତିରେ ଦର୍ଶାଯାଇଛି । ନ୍ୟାସନାଲ ଗ୍ରୀଡ୍ ନଥିବା ଏହି 3 ଦ୍ବୀପ ପାଇଁ ଭାରତ ବଢାଇଛି ସହାୟତାର ହାତ । "ଦ୍ବିପାକ୍ଷିକ ଶକ୍ତି ସହଭାଗୀତା (Bilateral Energy Partnership) ହେଉଛି ମାନବ-କେନ୍ଦ୍ରିକ" ବୋଲି ଆୟୋଗଙ୍କ ପକ୍ଷରୁ ଦର୍ଶାଯାଇଛି ।

ଶ୍ରୀଲଙ୍କାରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ
ଶ୍ରୀଲଙ୍କାରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ

ସମୁଦାୟ 2,230 କିଲୋୱାଟ ବିଶିଷ୍ଟ ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ବିଶିଷ୍ଟ 3ଟି ସୁବିଧା ଭାରତ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଛି । ଏହା 11 ମିଲିୟନ ଡଲାରରୁ ଉର୍ଦ୍ଧ୍ବ ଆର୍ଥିକ ଅନୁଦାନ ପ୍ରଦାନ କରିଛି ଭାରତ । 3ଟି ସୁବିଧା ପାଇଁ ହୋଇଥିବା ଚୁକ୍ତିରେ ଚୀନର ସିନୋସୋର ନାମକ ଏକ ସଂସ୍ଥାକୁ ଜାନୁଆରୀ 2021ରେ ପ୍ରଦାନ କରାଯାଇଥିଲା । ଏନେଇ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ପକ୍ଷରୁ ଗାଇଡଲାଇନ ମଧ୍ୟ ଜାରି କରାଯାଇଥିଲା । ଏହି ବ୍ୟାଙ୍କରୁ ପ୍ରକଳ୍ପ ପାଇଁ ଶ୍ରୀଲଙ୍କା ଋଣ ନେବାର ଯୋଜନା ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ଭାରତ ସ୍ଥିତ ୟୁ ସୋଲାର ଏନର୍ଜି ସିଷ୍ଟମ ହାତକୁ ଆସିଥିଲା ଏହି ପ୍ରକଳ୍ପ ।

ମନୋହର ପାରିକର ଇନଷ୍ଟିଚ୍ୟୁଟ ଅଫ୍ ଡିଫେନ୍ସ ଷ୍ଟଡିଜର ଆସୋସିଏଟ ଫେଲୋ ଆନନ୍ଦ କୁମାରଙ୍କ କହିବା କଥା, "ଶ୍ରୀଲଙ୍କାର ଆର୍ଥିକ ମାନ୍ଦାବସ୍ଥା ସମୟରେ ମଧ୍ୟ ଭାରତ ସହଯୋଗର ହାତ ବଢାଇ ଆସିଛି । ସେହିପରି ଭୌଗଳିକ ଦୃଷ୍ଟି କୋଣରୁ ଶ୍ରୀଲଙ୍କାରେ ଥିବା ସମସ୍ୟାର ସମାଧାନ କରି ଭାରତ ନିଜର ପ୍ରଭାବ ବିସ୍ତାର କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ ଶ୍ରୀଲଙ୍କା ପକ୍ଷରୁ କୁହାଯାଇଥିଲା ଯେ, ଯେହେତୁ ଭାରତ କିମ୍ବା ଆମେରିକା ଶକ୍ତି ନବୀକରଣ କ୍ଷେତ୍ରରେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଏହି ପ୍ରକଳ୍ପ ଚୀନ ହାତକୁ ଯିବ ।"

ସପ୍ତାହକ ପୂର୍ବରୁ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଶ୍ରୀଲଙ୍କା ମିଳିତ ୱାର୍କିଂ ଗ୍ରୁପ ବୈଠକ କଲମ୍ବୋରେ ଅନୁଷ୍ଠିତ ହୋଇଥିଲା । ଏନେଇ ଭାରତର ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରାଳୟ (Ministry of New and Renewable Energy), ଭାରତର କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ (Central Electricity Authority of India) ଏବଂ କଲମ୍ବୋରେ ଭାରତର ଉଚ୍ଚ ଆୟୋଗର ଅଧିକାରୀମାନଙ୍କୁ ନେଇ ଗଠିତ ହୋଇଥିଲା ଟିମ୍ । ଏହି ବୈଠକରେ ପ୍ରତିନିଧିତ୍ବ କରିଥିବା 17 ଜଣିଆ ପ୍ରତିନିଧି ଦଳ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ ।

ଅକ୍ଷୟ ଶକ୍ତି ବା ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ଭାରତର ସଫଳତା, ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ୍ ଏବଂ ଭାରତର ସୀମା ପାର୍ ବିଦ୍ୟୁତ୍ ବାଣିଜ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରଦାନ କରିଥିବା ନାଗରିକ-କେନ୍ଦ୍ର ଯୋଜନା ଉପରେ ଭାରତୀୟ ପ୍ରତିନିଧି ବିସ୍ତୃତ ଭାବେ ଉପସ୍ଥାପନା କରିଥିବା ଜଣାପଡ଼ିଛି । ଏହି ବୈଠକ ପରେ ଉଚ୍ଚ ଆୟୋଗଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । ସେହିପରି ଶ୍ରୀଲଙ୍କା ପକ୍ଷରୁ ଶ୍ରୀଲଙ୍କାରେ ଶକ୍ତି କ୍ଷେତ୍ରର ସ୍ଥିତି ଏବଂ ଶକ୍ତି ମିଶ୍ରଣରେ ନବୀକରଣ ଯୋଗ୍ୟ ଅବଦାନ ଉପରେ ଆଲୋକପାତ କରାଯାଇଥିଲା ।" ସେହିପରି ଶ୍ରୀଲଙ୍କାର ପ୍ରତିନିଧିମାନେ ଶ୍ରୀଲଙ୍କାରେ ଶକ୍ତି କ୍ଷେତ୍ରର ସ୍ଥିତି ଏବଂ ଶକ୍ତି ନବୀକରଣ ଯୋଗ୍ୟ ଅବଦାନ ଉପରେ ଆଲୋକପାତ କରିଥିଲେ।" ଶ୍ରୀଲଙ୍କାର ଶକ୍ତି ଏବଂ ଶକ୍ତି ମନ୍ତ୍ରାଳୟର ସଚିବ ସୁଲକ୍ଷଣା ଜୟବର୍ଦ୍ଧନେ କହିଛନ୍ତି ଯେ, 2030 ସୁଦ୍ଧା ଅକ୍ଷୟ ଶକ୍ତି ମାଧ୍ୟମରେ 70 ପ୍ରତିଶତ ଶକ୍ତି ଉତ୍ପାଦନ କରିବା ଦିଗରେ ଥିବା ଲକ୍ଷ୍ୟ ହାସଲ ହୋଇପାରିବ । ଅପରପକ୍ଷେ, ଭାରତ ସମସ୍ତ ଆବଶ୍ୟକୀୟ ବୈଷୟିକ ଜ୍ଞାନକୌଶଳର ସହାୟତା ଯୋଗାଇଦେବାକୁ ରାଜି ହୋଇଛି ।

2022 ମସିହାରେ ଭାରତର ଅଦାନୀ ଗ୍ରୀନ ଏନର୍ଜି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ ଶ୍ରୀଲଙ୍କା ସରକାର । ଏଥିରେ 2 ଟି ପବନ ଚାଳିତ ଶକ୍ତି ପ୍ରକଳ୍ପ (286 ମେଗା ୱାଟ୍ ଏବଂ 234 ମେଗା ୱାଟ୍ ) କ୍ଷମତା ବିଶିଷ୍ଟ ରହିଥିଲା । ମନ୍ନାରରେ ଏହି ପ୍ରକଳ୍ପ ମୋଟ 250 ମେଗାୱାଟ କ୍ଷମତାରେ କାର୍ଯ୍ୟ କରିବ ଏବଂ ପୁନେରିନରେ ଏହି ପ୍ରକଳ୍ପ 100 ମେଗାୱାଟ କ୍ଷମତାରେ କାର୍ଯ୍ୟ କରିବ । ଡିସେମ୍ବର 2024 ସୁଦ୍ଧା ଉଭୟ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରହିଛି । ଗତ ବର୍ଷ ଜୁଲାଇରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ୱିକ୍ରେମସିଂହଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଅର୍ଥନୈତିକ ଭାଗିଦାରୀ ଭିଜନ ଡକ୍ୟୁମେଣ୍ଟ ପ୍ରକାଶ ପାଇବା ପୂର୍ବରୁ ଏହି ପ୍ରକଳ୍ପଗୁଡିକ ଆଦାନୀ ଗ୍ରୁପକୁ ଦିଆଯାଇଥିଲା । ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗକୁ ଭିଜନ୍ ଡକ୍ୟୁମେଣ୍ଟରେ ପ୍ରାଥମିକତା ଦିଆଯିବ ବୋଲି ଦର୍ଶାଯାଇଛି ।

ଏହା ବି ପଢନ୍ତୁ...ବିଗ-ବି ସିଣ୍ଡ୍ରୋମ: ପ୍ରତ୍ୟେକ ପଡୋଶୀ ଦେଶ ସହିତ ଚୀନର ବିବାଦ

ଭାରତର ସହଯୋଗ ଫଳରେ ଶ୍ରୀଲଙ୍କା 2030 ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ସରୁ 70 ପ୍ରତିଶତ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ହାସଲ କରିପାରିବ ବୋଲି ଦର୍ଶାଯାଇଛି । ସେହିପରି ଭାରତର ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (NTPC) ଏବଂ ଶ୍ରୀଲଙ୍କାର ସେଲୋନ ଇଲେକ୍ଟ୍ରିସିଟି ବୋର୍ଡ (CEB)ର ମିଳିତ ଉଦ୍ୟମରେ ଶ୍ରୀଲଙ୍କାର ପୂର୍ବ ତ୍ରିଙ୍କୋମାଲୀ ଜିଲ୍ଲାରେ ହେବାକୁ ଯାଉଛି 135 ମେଗା ୱାଟ୍ କ୍ଷମତା ବିଶିଷ୍ଟ ସାମପୁର ସୋଲାର ପାୱାର ପ୍ରୋଜେକ୍ଟ । ଶ୍ରୀଲଙ୍କାରେ ବର୍ଷ ସାରା ସୂର୍ଯ୍ୟକିରଣ ଅଧିକ ରହୁଥିବାରୁ ଏହି ସୌର ଶକ୍ତିର ସୁପରିଚାଳନା ଦେଶର ଶକ୍ତି ସଙ୍କଟକୁ ଦୂର କରିପାରିବ । ଏହାସହ ଶ୍ରୀଲଙ୍କା ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ଅନ୍ୟ ଇନ୍ଧନ ଆମଦାନୀ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଛି । ଏହି ସବୁ ଶକ୍ତି ସଙ୍କଟ ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।

Last Updated : Mar 18, 2024, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.