ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ତାରିଖ । ଆସନ୍ତୁ ନଜର ପକାଇବା 2014 ଏବଂ 2019 ଲୋକସଭା ନିର୍ବାଚନରେ କେଉଁ ଦଳକୁ ମିଳିଥିଲା କେତେ ସିଟ୍ ?
2014 ଲୋକସଭା ନିର୍ବାଚନ (543) |
2014ରେ ଲୋକସଭା ନିର୍ବାଚନ ନଅଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଏପ୍ରିଲ 7 ରୁ 12 ମଧ୍ୟରେ ମତଦାନ ହୋଇଥିଲା । ମାର୍ଚ୍ଚ 5 ରେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ମେ 16ରେ ନିର୍ବାଚନୀ ଫଳାଫଳ ଆସିଥିଲା ।
2014 ଫଳାଫଳ: 543 ଲୋକସଭା ଆସନରେ ମୋଟ 8251 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ । 543ଟି ଲୋକସଭା ଆସନ ମଧ୍ୟରୁ ବିଜେପି ନେତୃତ୍ବାଧୀନ ଏନଡିଏକୁ ମିଲିଥିଲା ବିପୁଳ ବିଜୟ । କଂଗ୍ରେସ ନେତୃତ୍ବାଧୀନ UPA ସରକାରକୁ ମାତ୍ ଦେଇ ପ୍ରଚଣ୍ଡ ବହୁମତ ସହ କ୍ଷମତା ହାତେଇଥିଲା NDA । ବିଜେପି 282 ଆସନରେ ବିଜୟୀ ହୋଇଥିବା ବେଳେ ଏନଡିଏ ମୋଟ 336 ଆସନରେ ବାଜିମାତ କରିଥିଲା । ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ମାତ୍ର 59 ଟି ଆସନ ମିଳିଥିଲା । ଯେଉଁଥିରେ କଂଗ୍ରେସ 44ଟି ଆସନରେ ବିଜୟୀ ହୋଇଥିଲା । କଂଗ୍ରେସର ଲଗାତର 10 ବର୍ଷର ଶାସନ ପତନ ଘଟିଥିବା ବେଳେ, ଆରମ୍ଭ ହୋଇଥିଲା ବିଜେପି ଶାସନ । ପ୍ରଧାନମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ଦାମୋଦର ଦାସ ମୋଦି ।
ଦଳ/ମେଣ୍ଟ | ସିଟ୍ |
ବିଜେପି NDA | 282 336 |
କଂଗ୍ରେସ UPA | 44 59 |
2019 ଲୋକସଭା ନିର୍ବାଚନ (543) |
ଏପ୍ରିଲ 2019ରେ ହୋଇଥିଲା ଲୋକସଭା ନିର୍ବାଚନ । ଏପ୍ରିଲ 11 ତାରିଖରୁ ମେ 19 ମଧ୍ୟରେ ସାତୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ 10ରେ ଲୋକସଭା ନିର୍ବାଚନ ଘୋଷଣା କରାଯାଇଥିଲା । ମେ 23ରେ ଭୋଟ ଗଣନା ହୋଇଥିଲା । ବିଜେପି ନେତୃତ୍ବାଧୀନ ଏନଡିଏ କ୍ରମାଗତ ଦ୍ବିତୀୟ ଥର ପାଇଁ ବାଜିମାତ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।
2019 ଫଳାଫଳ: 2014 ତୁଳନାରେ 2019 ଲୋକସଭା ନିିର୍ବାଚନରେ ବିଜେପି ଅଧିକ ସିଟରେ ବିଜୟୀ ହୋଇଥିଲା । 2019ରେ ବିଜେପି 303 ସିଟ୍ ହାତେଇଥିବା ବେଳେ ବିଜେପି ନେତୃତ୍ବାଧୀନ ଏନଡିଏ 353 ଟି ସିଟରେ ବିଜୟୀ ହୋଇଥିଲା । କଂଗ୍ରେସ ମାତ୍ର 52ଟି ଆସନ ଜିତି ପୁଣି ଥରେ ସରକାର ଗଠନ କରିବାରେ ବିଫଳ ହୋଇଥିଲା । ୟୁପିଏ ମୋଟ 91 ଟି ସିଟ୍ ଜିତିଥିବାବେଳେ ଅନ୍ୟ ଦଳ 98 ସିଟ୍ ଜିତିଥିଲେ ।
ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ଆଚରଣ ବିଧି କଣ ? କଣ ରହିଛି ନିୟମ ଓ ସର୍ତ୍ତ
ଦଳ/ମେଣ୍ଟ | ସିଟ୍ |
ବିଜେପି NDA | 303 353 |
କଂଗ୍ରେସ UPA | 52 91 |
କେଉଁ ରାଜ୍ୟରେ କେତେ ଲୋକସଭା ସିଟ୍ ?
ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ଲୋକସଭା ସିଟ ସଂଖ୍ୟା 80 ରହିଛି ।
ରାଜ୍ୟ | ସିଟ୍ |
ଆନ୍ଧ୍ରପ୍ରଦେଶ | 25 |
ଅରୁଣାଚଳ ପ୍ରଦେଶ | 2 |
ଆସାମ | 14 |
ବିହାର | 40 |
ଛତିଶଗଡ଼ | 11 |
ଗୋଆ | 2 |
ଗୁଜୁରାଟ | 26 |
ହରିୟାଣା | 10 |
ହିମାଚଳ ପ୍ରଦେଶ | 4 |
ତେଲେଙ୍ଗାନା | 17 |
ଝାଡଖଣ୍ଡ | 14 |
କର୍ଣ୍ଣାଟକ | 28 |
କରେଳ | 20 |
ମଧ୍ୟପ୍ରଦେଶ | 29 |
ମହାରାଷ୍ଟ୍ର | 48 |
ମଣିପୁର | 2 |
ମେଘାଳୟ | 2 |
ମିଜୋରାମ | 1 |
ନାଗାଲାଣ୍ଡ | 1 |
ଓଡ଼ିଶା | 21 |
ପଞ୍ଜାବ | 13 |
ରାଜସ୍ଥାନ | 25 |
ସିକ୍କିମ | 1 |
ତାମିଲନାଡୁ | 39 |
ତ୍ରିପୁରା | 2 |
ଉତ୍ତରାଖଣ୍ଡ | 5 |
ଉତ୍ତରପ୍ରଦେଶ | 80 |
ପଶ୍ଚିମବଙ୍ଗ | 42 |
କେନ୍ଦ୍ରଶାସିତ ଅଞ୍ଚଳରେ କେତେ ସିଟ୍ ?
କେନ୍ଦ୍ରଶାସିତ ଅଞ୍ଚଳ | ସିଟ୍ |
ଆଣ୍ଡାମାନ-ନିକୋବର | 1 |
ଚଣ୍ଡିଗଡ | 1 |
ଦାଦ୍ରା ଓ ନଗର ବାହେଳି | 1 |
ଦିଲ୍ଲୀ | 7 |
ଡାମନ ଓ ଡ୍ଯୁ | 1 |
ପୁଡୁଚେରୀ | 1 |
ଲାକ୍ଷାଦ୍ବୀପ | 1 |
ଜମ୍ମୁ, କାଶ୍ମୀର, ଲଦାଖ | 6 |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ