ETV Bharat / bharat

ମମତା କରିବେ ରଥଯାତ୍ରା: ଆସନ୍ତା ବର୍ଷଠୁ ଦିଘାରେ ଗଡିବ କାଳିଆ ରଥ, ନିର୍ମାଣ ଚାଲିଛି ଶ୍ରୀମନ୍ଦିର ସଦୃଶ୍ୟ ଭବ୍ୟ ମନ୍ଦିର - rath yatra festival at Digha

Bengal to observe Rath yatra festival: ଆସନ୍ତା ବର୍ଷଠୁ ଦିଘାରେ ପାଳନ ହେବ ରଥଯାତ୍ରା । ନିର୍ମାଣ ଚାଲିଛି ବଡଦେଉଳର ପ୍ରତିକୃତି ମନ୍ଦିର । ଭିଡିଓ ସେୟାର କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 2:24 PM IST

ଆସନ୍ତା ବର୍ଷଠୁ ଦିଘାରେ ରଥଯାତ୍ରା, ନିର୍ମାଣ ଚାଲିଛି ଭବ୍ୟ ଜଗନ୍ନାଥ ମନ୍ଦିର
ଆସନ୍ତା ବର୍ଷଠୁ ଦିଘାରେ ରଥଯାତ୍ରା, ନିର୍ମାଣ ଚାଲିଛି ଭବ୍ୟ ଜଗନ୍ନାଥ ମନ୍ଦିର (ETV Bharat Odisha)

ନୂଆଦିଲ୍ଲୀ: ଆସନ୍ତା ବର୍ଷଠାରୁ ପଶ୍ଚିମବଙ୍ଗ ଦିଘାରେ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ଦିଘାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ଜାରି ରହିଥିବା ବେଳେ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । କିଛି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି । ଆସନ୍ତାବର୍ଷ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରି ରଥଯାତ୍ରା ପାଳନ କରାଯିବା ନେଇ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି । ଶ୍ରୀ ଜଗନ୍ନାଥ ସସ୍କୃତିର ମୂଳପୀଠ ଶ୍ରୀକ୍ଷେତ୍ର ପୁରୀ ପରି ଅବିକଳ ଢାଞ୍ଚାର ଭବ୍ୟ ମନ୍ଦିରର ଭିଡିଓ ମଧ୍ୟ ସେୟାର କରିଛନ୍ତି ମମତା ।

ମମତା ଟ୍ବିଟ କରି ଲେଖିଛନ୍ତି, ‘‘ଏହା ଘୋଷଣା କରିବା ଖୁସିର ବିଷୟ ଯେ ପୁରୀ ପରି ପଶ୍ଚିମବଙ୍ଗରେ ମଧ୍ୟ ଆମେ ଦିଘାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏକ ଗୌରବମୟ ମନ୍ଦିର ନିର୍ମାଣ କରୁଛୁ । ଏଠାରେ ଶ୍ରୀଜଗନ୍ନାଥଙ୍କ ସହ ଭଗବାନ ବଳଭଦ୍ର ଏବଂ ସୁଭଦ୍ରା ମଧ୍ୟ ପୂଜା ପାଇବେ । ରଥଯାତ୍ରା ମଧ୍ୟ ଆୟୋଜିତ ହେବ । ଆସନ୍ତା ବର୍ଷଠାରୁ ରଥଯାତ୍ରା ଆୟୋଜନ କରାଯିବ । ବର୍ତ୍ତମାନ କିଛି କାର୍ଯ୍ୟ ଏବଂ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି । ଆସନ୍ତାବର୍ଷ କାର୍ଯ୍ୟ ଶେଷ କରି ପ୍ରଭୁଙ୍କର ରଥଯାତ୍ରା ବାହାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସମସ୍ତଙ୍କୁ ସେଠାକୁ ନିମନ୍ତ୍ରଣ କରାଯିବ । ଭଗବାନ ଶ୍ରୀ ଜଗନ୍ନାଥଙ୍କ ଦିଘାରେ ଅବସ୍ଥାନ, ସମଗ୍ର ଭାରତ ପାଇଁ ଏକତାର ଏକ ନୂଆ ସ୍ଥାନ ଭାବେ ଉଭା ହେବାକୁ ଯାଉଛି । ଜୟ ଜଗନ୍ନାଥ !’’

ବଡଦେଉଳର ଅବିକଳ ପ୍ରତିକୃତି:-

ଉତ୍ତର-ଓଡିଶା ସୀମାନ୍ତ ପଶ୍ଚିମବଙ୍ଗର ଉପକୂଳ ସହର ଦିଘାରେ ନିର୍ମାଣ କରାଯାଉଥିବା ଏହି ଭବ୍ୟ ମନ୍ଦିର ସମ୍ପୂର୍ଣ୍ଣ ପୁରୀ ଶ୍ରୀମନ୍ଦିରର ଏକ ଅବିକଳ ପ୍ରତିକୃତି । ଏହି ମନ୍ଦିରକୁ ପଶ୍ଚିମବଙ୍ଗ ଗୃହ ଓ ନଗର ଉନ୍ନୟନ ନିଗମ ନିର୍ମାଣ କରୁଛି । ତେବେ ଏଥିରେ ମଧ୍ୟ ଶ୍ରୀମନ୍ଦିର ପରି ମୁଖ୍ୟ ମନ୍ଦିର, ଭୋଗ ମଣ୍ଡପ, ଜଗମୋହନ ଓ ନାଟ ମଣ୍ଡପ ପ୍ରମୁଖ ରହିଛି । ଏହା ସହ ପୁରା କମ୍ପ୍ଲେକ୍ସରେ ଶ୍ରୀମନ୍ଦିର ପରି ମୁଖ୍ୟ ଦ୍ବାର ବା ସିଂହଦ୍ବାର ଓ ଅନ୍ୟ ତିନି ଦ୍ବାର ମଧ୍ୟ ରହିବ । ଗର୍ଭଗୃହର ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଇବେ । ମନ୍ଦିର ପରିସରରେ ଅନ୍ୟ ପାର୍ଶ୍ବଦେବାଦେବୀ ମଧ୍ୟ ପୂଜା ପାଇବେ । ଶ୍ରୀଜଗନ୍ନାଥଙ୍କ ସମସ୍ତ ପାରମ୍ପରିକ ନୀତିକାନ୍ତି ଓ ପର୍ବପର୍ବାଣୀ ମଧ୍ୟ ପାଳନ ହେବା ପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ରହିଛି । ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ପର୍ବ ରଥଯାତ୍ରା କରିବା ପାଇଁ ବଡଦାଣ୍ଡ ମଧ୍ୟ ରହିବ । ଏହି ଭବ୍ୟ ମନ୍ଦିର ନିର୍ମାଣ ଜାରି ରହିଛି । ଏହା ଆସନ୍ତାବର୍ଷ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ :- NEET UG 2024 : ସ୍ଥଗିତ ରହିଲା କାଉନସିଲିଂ, ଆଜିଠୁ ହୋଇଥାନ୍ତା ଆରମ୍ଭ - NEET UG 2024 counselling postponed

ପୁରୀରେ ହେଉଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ବଙ୍ଗୀୟ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳେ । ଜଗନ୍ନାଥ ସଂସ୍କୃତି ସହ ପଡୋଶୀ ପଶ୍ଚିମବଙ୍ଗର ସମ୍ପର୍କ ରହିଛି । ଲକ୍ଷାଧିକ ସଂଖ୍ୟାରେ ବଙ୍ଗୀୟ ତୀର୍ଥଯାତ୍ରୀ ବର୍ଷବ୍ୟାପୀ ଶ୍ରୀକ୍ଷେତ୍ର ପୁରୀ ଆସିଥାନ୍ତି । ଏପରିକି କୋଲକାତା ସମେତ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ରଥଯାତ୍ରା ଆୟୋଜନ ହୁଏ । ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରଥଯାତ୍ରାରେ ଅଂଶଗ୍ରହଣ କରନ୍ତି ।

ଆସନ୍ତା ବର୍ଷଠୁ ଦିଘାରେ ରଥଯାତ୍ରା, ନିର୍ମାଣ ଚାଲିଛି ଶ୍ରୀମନ୍ଦିର ସଦୃଶ୍ୟ ଭବ୍ୟ ଜଗନ୍ନାଥ ମନ୍ଦିର
ଆସନ୍ତା ବର୍ଷଠୁ ଦିଘାରେ ରଥଯାତ୍ରା, ନିର୍ମାଣ ଚାଲିଛି ଶ୍ରୀମନ୍ଦିର ସଦୃଶ୍ୟ ଭବ୍ୟ ଜଗନ୍ନାଥ ମନ୍ଦିର (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.