ETV Bharat / bharat

ବିଦେଶରେ ବଢୁଛି ବନ୍ଦେ ଭାରତ ଏକ୍ସପ୍ରେସ ଚାହିଦା, କେଉଁ ଦେଶର ରହିଛି ନଜର ? - Vande Bharat Express

author img

By ETV Bharat Odisha Team

Published : 3 hours ago

Vande Bharat Express Train: ବିଦେଶୀ କ୍ରେତାଙ୍କ ନଜରରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଅନେକ ଦେଶ ନିଜ ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ବିଚାର କରୁଥିବା ସୂଚନା ମିଳିଛି । କେଉଁ ସବୁ ଦେଶ ବନ୍ଦେ ଭାରତ ଟ୍ରେନ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି, ଆସନ୍ତୁ ଜାଣିବା ।

Vande Bharat Express Train
Vande Bharat Express Train (ETV BHARAT ODISHA)

ହାଇଦ୍ରାବାଦ: ଭାରତୀୟ ରେଳ ବ୍ୟବସ୍ଥାରେ ଆଧୁନିକୀକରଣ ନୂଆ ଅଧ୍ୟାୟ ଆରମ୍ଭ କରିଛି ବନ୍ଦେ ଭାରତ ଏକ୍ରପ୍ରେସ ଟ୍ରେନ । ଦେଶରେ ଦ୍ରୁତ ଗତିରେ ଧାଉଁଛି ଏକ୍ସପ୍ରେସ ଟ୍ରେନ । ଏହି ସେମି ହାଇସ୍ପିଡ ଟ୍ରେନରେ ଯାତାୟତ କରିବାକୁ ଯାତ୍ରୀ ଅଧିକ ଆଗ୍ରହୀ । କାହିଁକି ନା, ବିମାନ ପରି ସୁବିଧା ଏହି ଟ୍ରେନରେ ପାଇଥାନ୍ତି ଯାତ୍ରୀ । ଟ୍ରେନର ସମସ୍ତ ବଗିରେ ଶୀତତାପ ନିୟନ୍ତ୍ରିତ ରହିଥିବା ବେଳେ ଘଣ୍ଟା ପ୍ରତି ବେଗ 130 କିଲୋମିଟର ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୬ରୁ ୨୦ କୋଚ ବିଶିଷ୍ଠ ପ୍ରାୟ ୬୬ଟି ବନ୍ଦେ ଭାରତ ଟ୍ରେନ ଟ୍ରାକରେ ଗଡୁଛି ।

ବିଦେଶରେ ବଢୁଛି ଚାହିଦା :

ସ୍ବେଦଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ରେନରେ ଡିଜାଇନ ଯାତ୍ରୀଙ୍କୁ ଅଧିକ ଆକର୍ଷିତ କରୁଛି । ଏବେ ଏହାକୁ କିଣିବାକୁ ଅନ୍ୟ ଦେଶ ମଧ୍ୟ ମନ ବଳାଇଲେଣି । ଦକ୍ଷିଣ ଆମେରିକୀୟ ଦେଶ ଚିଲ୍ଲି, କାନାଡା ଓ ମାଲେସିଆ ଭଳି ଦେଶ ବନ୍ଦେ ଭାରତ ଟ୍ରେନକୁ ଭାରତରୁ କିଣିବାକୁ ଚାହୁଁଛନ୍ତି । ଖବର ସରବରାହ ସଂସ୍ଥା ପିଟିଆଇ (PTI) ସୁତ୍ରରୁ ଜଣାପଡିଛି ଯେ, ବାହ୍ୟ କ୍ରେତାମାନେ କେତେକ ପ୍ରମୁଖ କାରଣ ଯୋଗୁଁ ଏଥି ପ୍ରତି ଆକର୍ଷିତ ହେଉଛନ୍ତି ।

ଉନ୍ନତମାନ ଡିଜାଇନ ଓ ସ୍ୱଳ୍ପ ବ୍ୟୟ :

ଅନ୍ୟ ଦେଶମାନେ ଏହି ସେମି ହାଇସ୍ପିଡ ଟ୍ରେନକୁ କିଣିବାର ପ୍ରଥମ କାରଣ ହେଉଛି ସ୍ୱଳ୍ପ ବ୍ୟୟ । ଅନ୍ୟ ଦେଶରେ ସମାନ ଫିଚର ଥିବା ଟ୍ରେନ୍ ଗୁଡିକ ସାଧାରଣତଃ 160 ରୁ 180 କୋଟି ମଧ୍ୟରେ ତିଆରି କରାଯାଉଥିବା ବେଳେ, ଭାରତରେ ବନ୍ଦେ ଭାରତ 120 ରୁ 130 କୋଟି ମଧ୍ୟରେ ତିଆରି ହୋଇଥାଏ । ଏହା ବ୍ୟତିତ ବନ୍ଦେ ଭାରତର ସ୍ପିଡ ମଧ୍ୟ ବହୁତ ଭଲ । ଏହା 52 ସେକେଣ୍ଡରେ 100 କିଲୋମିଟର ପର୍ଯ୍ୟନ୍ତ ଘଣ୍ଟା ପ୍ରତି ବେଗ ପ୍ରାପ୍ତ କରିପାରିବ । ଯାହା ଜାପାନର ବୁଲେଟ ଟ୍ରେନଠାରୁ ଅଧିକ, ବୁଲେଟ ଟ୍ରେନ 100 କିଲୋମିଟର ପର୍ଯ୍ୟନ୍ତ ଘଣ୍ଟା ପ୍ରତି ବେଗ ପାଇଁ 54 ସେକେଣ୍ଡ ସମୟ ନେଇଥାଏ । ବନ୍ଦେ ଭରତ ଟ୍ରେନର ଡିଜାଇନ୍ ବିଦେଶୀ ଦେଶର ତୁଳନାରେ ଉନ୍ନତ । ବିମାନ ତୁଳନାରେ ଏହା 100 ଗୁଣା କମ୍‌ ଶବ୍ଦ କରିଥାଏ ।

VANDE BHARAT EXPRESS
VANDE BHARAT EXPRESS (ETV BHARAT ODISHA)
  • ବିଦେଶରେ ସମାନ ଫିଚର ଥିବା ଟ୍ରେନ ନିର୍ମାଣ ମୂଲ୍ୟ ୧୬୦ ରୁ ୧୮୦ କୋଟି ଟଙ୍କା
  • ଭାରତରେ ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ମୂଲ୍ୟ ୧୨୦ ରୁ ୧୩୦ କୋଟି ମଧ୍ୟରେ
  • ଏହା ବ୍ୟତିତ ବନ୍ଦେ ଭାରତର ସ୍ପିଡ ମଧ୍ୟ ବହୁତ ଭଲ
  • ୫୨ ସେକେଣ୍ଡରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଘଣ୍ଟା ପ୍ରତି ବେଗ
  • ବୁଲେଟ ଟ୍ରେନ ୧୦୦ କିଲୋମିଟର ପର୍ଯ୍ୟନ୍ତ ଘଣ୍ଟା ପ୍ରତି ବେଗ ପାଇଁ ୫୪ ସେକେଣ୍ଡ ସମୟ ନେଇଥାଏ
  • ବନ୍ଦେ ଭରତ ଏକ୍ସପ୍ରେସ ଟ୍ରେନ ଡିଜାଇନ ଅନ୍ୟ ଦେଶ ତୁଳନାରେ ଉନ୍ନତ

ଏହା ମଧ୍ୟ ପଢନ୍ତୁ-ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଗୋଟିଏ କ୍ଲିକରେ ସମସ୍ୟା ହେବ ଦୂର! - Super App Services

ଏହା ମଧ୍ୟ ପଢନ୍ତୁ-ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଭାରତରେ ରେଳ ନେଟୱର୍କ ସମ୍ପ୍ରସାରଣ:

ଭାରତୀୟ ରେଳବାଇ ବିଶ୍ବର ଚତୁର୍ଥ ସର୍ବବୃହତ ରେଲୱେ ନେଟଓ୍ବର୍କ । ରେଳ ସଂଯୋଗୀକରଣ ଉପରେ ଅଧିକ ଗୁରୁତ୍ବ ଦେବା ସହ ଟ୍ରେନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଗତ ଦଶନ୍ଧି ମଧ୍ୟରେ 31,000 କିଲୋମିଟରରୁ ଅଧିକ ଟ୍ରାକ କରାଯାଇଛି । ଏବଂ ଅତିରିକ୍ତ 40,000 କିଲୋମିଟର ଲକ୍ଷ୍ୟ ରହିଛି ।

ଏହା ବି ପଢନ୍ତୁ...କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ - Interview With Mohan Majhi

ଏହା ମଧ୍ୟ ପଢନ୍ତୁ-ପୂର୍ବତଟ ରେଳବାଇର ବଡ଼ ସୂଚନା, ଟ୍ରେନରେ ଲାଗିବ ସୁରକ୍ଷା 'କବଚ' - Kavach To Prevent Accident

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସୁନ୍ଦର ଏବଂ ଉତ୍କର୍ଷ:

ଭାରତରେ ପ୍ରଥମ ସେମି ହାଇସ୍ପିଡ ଟ୍ରେନ ସୌନ୍ଦର୍ଯ୍ୟରେ ଭରପୁର ରହିଥିବା ବେଳେ ଉତ୍କର୍ଷ ସହିତ ଡିଜାଇନ କରାଯାଇଛି । ଟ୍ରେନ ସେଟରେ ବ୍ୟବହୃତ ସମସ୍ତ ସାମଗ୍ରୀ ଏବଂ ଉପାଦାନଗୁଡିକ ସର୍ବୋଚ୍ଚ ଅଗ୍ନି ନିରାପତ୍ତା ପାଳନ କରାଯାଇଛି । ବିଶ୍ବ ସ୍ତରୀୟ ସୁବିଧା ଏବଂ ଉନ୍ନତ ଆଭ୍ୟନ୍ତରୀଣ ସହିତ ନିର୍ମିତ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେଟ୍ ଭାରତର ରେଳ ସାମର୍ଥ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଲମ୍ଫ ପ୍ରଦାନ କରିଛି । ଯାହା ୟୁରୋପୀୟ ଦେଶ ସମୂହ ଯାତ୍ରୀଙ୍କ ଯାତ୍ରାର ଅଭିଜ୍ଞତା ପ୍ରଦାନ କରିଥାଏ । ଭାରତରେ ଦୂରଗାମୀ ରେଳ ଭ୍ରମଣରେ ପରିବର୍ତ୍ତନ ଆଣିବାକୁ ସ୍ଥିର ହୋଇଛି । ଏହି ଟ୍ରେନରେ ଥିବା ବଗିରେ ଆରାମ, ନିରାପତ୍ତା ଏବଂ ଦକ୍ଷତା ପାଇଁ ନୂତନ ମାନଦଣ୍ଡ ପୂରଣ କରୁଛି ବୋଲି କହିଛି ରେଳ ବିଭାଗ ।

ବେଗ ଏବଂ ସୁରକ୍ଷା ଉପରେ ଧ୍ୟାନ ଦେଉଛି ରେଳ ବିଭାଗ:

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ବୁଲେଟ ଟ୍ରେନ ପ୍ରକଳ୍ପର ଅଗ୍ରଗତି ଚାଲିଛି । ସୁରକ୍ଷା ସମ୍ବନ୍ଧିତ ଚିନ୍ତାକୁ ଦୂର କରିବା ପାଇଁ ରେଳବାଇ ଦେଶରେ ଏହାର ସ୍ୱଦେଶୀ ସ୍ବଚାଳିତ ଟ୍ରେନ ସୁରକ୍ଷା କବଚକୁ ନିୟୋଜିତ କରିବା ଉପରେ ଧ୍ୟାନ ଦେଉଛି । ପ୍ରାୟ ୧୦ ହଜାର ଇଞ୍ଜିନରେ କବଚ ଲଗାଯିବ । ଯାହା 40,000 କିଲୋମିଟର ରେଳ ଟ୍ରାକକୁ କଭର କରିବ । କବଚ ଦୁର୍ଘଟଣାକୁ 80 ପ୍ରତିଶତ ହ୍ରାସ କରିବ ଏବଂ ମାନବ ଜନିତ ତ୍ରୁଟିକୁ ହ୍ରାସ କରିବ ବୋଲି ଆଶା କରାଯାଉଛି ।

କେନ୍ଦ୍ର ରେଳମନ୍ତ୍ରୀଙ୍କ ସୂଚନା

  • ବୁଲେଟ ଟ୍ରେନ ପ୍ରକଳ୍ପରେ ଅଗ୍ରଗତି
  • ସୁରକ୍ଷା ସମ୍ବନ୍ଧିତ ଚିନ୍ତା ଦୂର ପାଇଁ ସୁରକ୍ଷା କବଚ
  • ପ୍ରାୟ ୧୦ ହଜାର ଇଞ୍ଜିନରେ ଲାଗିବ କବଚ
  • ୪୦,୦୦୦ କିଲୋମିଟର ରେଳ ଟ୍ରାକକୁ କଭର କରିବ
  • କବଚ ବ୍ୟବସ୍ଥା ଦୁର୍ଘଟଣାକୁ ୮୦ ପ୍ରତିଶତ ହ୍ରାସ କରିବ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.