ETV Bharat / bharat

ଭାରତର ଏହି ସ୍ଥାନରେ ଆମେରିକାବାସୀଙ୍କୁ ବୁଲିବା ମନା; ଜାଣନ୍ତୁ କାରଣ - US travel advisory for India - US TRAVEL ADVISORY FOR INDIA

US revises travel advisory for India: ଭାରତ ଯାତ୍ରା ପାଇଁ ଅସୁରକ୍ଷିତ ମଣୁଛି ଆମେରିକା । ଭାରତର ବିଭିନ୍ନ ଅଞ୍ଚଳରେ ବୁଲାବୁଲି ନ କରିବାକୁ ଆମେରିକାବାସୀଙ୍କୁ ସତର୍କ କରାଯାଇଛି । ଏହିସବୁ ସ୍ଥାନରେ ବୁଲିପାରିବେନି ଆମେରିକା ଲୋକେ...

ଭାରତର ଏହି ସ୍ଥାନରେ ଆମେରିକାବାସୀଙ୍କୁ ବୁଲିବା ମନା; ଜାଣନ୍ତୁ କାରଣ
ଭାରତର ଏହି ସ୍ଥାନରେ ଆମେରିକାବାସୀଙ୍କୁ ବୁଲିବା ମନା; ଜାଣନ୍ତୁ କାରଣ (ETV Bharat Odisha)
author img

By ETV Bharat Odisha Team

Published : Jul 25, 2024, 11:45 AM IST

ନୂଆଦିଲ୍ଲୀ: ଭାରତରେ ବୁଲାବୁଲି ନ କରିବାକୁ ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କଲା ଆମେରିକା । ମଣିପୁର ଓ ଜମ୍ମୁ-କାଶ୍ମୀର ଭଳି ଅନେକ ଅଞ୍ଚଳକୁ ଯାତ୍ରା ନ କରିବାକୁ ଆମେରିକାବାସୀଙ୍କୁ ବାରଣ କରାଯାଇଛି । କାରଣ ଏହିସବୁ ଅଞ୍ଚଳରେ ନାଗରିକଙ୍କ ଜୀବନ ପ୍ରତି ବିପଦ ରହୁଛି । ହିଂସାତ୍ମକ ଅପରାଧ ଓ ଆତଙ୍କବାଦୀ ଆକ୍ରମଣର ଭୟ ରହୁଥିବାରୁ ଟ୍ରାଭେଲ ଆଡଭାଇଜାରୀରେ ମଣିପୁର, ଜମ୍ମୁକାଶ୍ମୀର, ଭାରତ-ପାକିସ୍ତାନୀ ସୀମା ଏବଂ ମଧ୍ୟ ଓ ପୂର୍ବ ଭାରତର କିଛି ଅଞ୍ଚଳରେ ଯାତ୍ରା ନକରିବାକୁ ଆମେରିକା ଲୋକଙ୍କୁ ସତର୍କ କରାଯାଇଛି ।

କାହିଁକି ଭାରତ ବୁଲିବାକୁ ବାରଣ କଲା ଆମେରିକା ?

ଟ୍ରାଭେଲ ଆଡଭାଇଜରୀରେ କୁହାଯାଇଛି ଯେ, ଭାରତୀୟ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ଦେଶରେ ଦୁଷ୍କର୍ମ ମାମଲା ସବୁଠୁ ଅଧିକ ବଢିଚାଲିଛି । ପର୍ଯ୍ୟଟନସ୍ଥଳୀ ଏବଂ ଅନ୍ୟାନ୍ୟ ସ୍ଥାନରେ ଯୌନ ନିର୍ଯାତନା, ହିଂସା, ଆକ୍ରମଣ ଘଟୁଛି । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଉଛି । ଆତଙ୍କବାଦୀମାନେ ପର୍ଯ୍ୟଟନୀସ୍ଥଳୀ, ପରିବହନ ହବ୍, ମାର୍କେଟ ଓ ସପିଂ ମଲ୍‌ଗୁଡିକୁ ଟାର୍ଗେଟ କରୁଛନ୍ତି । ଏହି କାରଣରୁ ମୁଖ୍ୟତଃ ଭାରତର ଉତ୍ତରପୂର୍ବ ରାଜ୍ୟ ମଣିପୁର ଓ ଜମ୍ମୁ-କାଶ୍ମୀର ବୁଲିବାକୁ ନଯିବାକୁ ନାଗରିକମାନଙ୍କୁ ସତର୍କ କରାଯାଉଛି ।

ଏହିସବୁ ସ୍ଥାନରେ ବୁଲିବା ମନା:

  • ଆତଙ୍କବାଦୀ ଭୟ ଥିବାରୁ ଜମ୍ମୁ-କାଶ୍ମୀର ଯାତ୍ରା ନକରିବାକୁ ବାରଣ
  • ସାମରିକ ଉତ୍ତେଜନା ପାଇଁ ଭାରତ-ପାକିସ୍ତାନର ସୀମାର ୧୦ କିମି ମଧ୍ୟରେ ବୁଲିବା ମନା
  • ଆତଙ୍କୀ ଗତିବିଧି ପାଇଁ ମଧ୍ୟ ଓ ପୂର୍ବ ଭାରତର କିଛି ସ୍ଥାନକୁ ବାରଣ
  • ହିଂସା ଓ ଅପରାଧ ଲାଗି ମଣିପୁର ବାରଣ

ଏହା ମଧ୍ୟ ପଢନ୍ତୁ: ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ସଫା, ଯବାନ ଆହତ, 24 ଘଣ୍ଟାରେ 3ୟ ଗୁଳି ବିନିମୟ

ଟ୍ରାଭେଲ ଲେବୁଲରେ ଭାରତକୁ ୨ ନଂ ସ୍ଥାନରେ ରଖାଯାଇଛି । କିନ୍ତୁ ଦେଶର କିଛି ସ୍ଥାନ ଲେବୁଲ -୪ରେ ରହିଛି । ଏଥିରେ ଜମ୍ମୁ-କାଶ୍ମୀର, ଭାରତ-ପାକିସ୍ତାନ ସୀମା, ମଣିପୁର ଏବଂ ମଧ୍ୟ ଓ ପୂର୍ବ ଭାରତର କିଛି ଅଞ୍ଚଳ ସାମିଲ ରହିଛି । ଆତଙ୍କବାଦ ଏବଂ ନାଗରିକ ଅଶାନ୍ତି କାରଣରୁ ପୂର୍ବ ଲଦାଖ, ଏହାର ରାଜଧାନୀ ଏବଂ ଲେହକୁ ଛାଡି ଅନ୍ୟ ସ୍ଥାନକୁ ଯାତ୍ରା ନ କରିବାକୁ ସତର୍କ କରାଯାଇଛି । ଏଥିସହ ଭାରତ ଯିବାକୁ ଯୋଜନା କରୁଥିଲେ ବିଶେଷକରି ମହିଳାମାନେ ଏକା ଯାତ୍ରା ନ କରିବାକୁ ଆମେରିକା ବିଦେଶ ବିଭାଗ ସତର୍କ କରାଇଛି ।

ଏଠି ପ୍ରକାଶଥାଉ କି, ବିଗତ କିଛି ଦିନ ହେଲା ଜମ୍ମୁ-କାଶ୍ମୀର ଆତଙ୍କବାଦୀମାନେ ଖୁବ୍ ସକ୍ରିୟ ହୋଇପଡିଛନ୍ତି । ବାରମ୍ବାର ଏଠାରେ ବଡ ବଡ ଆକ୍ରମଣ ହେଉଛି । କେତେବେଳେ ଆତଙ୍କବାଦୀ ଯବାନଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ଟାର୍ଗେଟରେ ରହୁଛନ୍ତି ସାଧାରଣ ନାଗରିକ । ମାସକ ମଧ୍ୟରେ ଆକ୍ରମଣରେ ଅନେକ ଯବାନଙ୍କ ମୃତ୍ୟୁ ହୋଇସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.