ETV Bharat / bharat

ଲୋକସଭାରେ ଆଗତ ହେଲା ‘ଏକକ ନିର୍ବାଚନ ବିଲ’, One Nation, One Election Bill - ONE NATION ONE ELECTION BILL

ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ । ସଂସଦୀୟ କମିଟିକୁ ପଠାଯିବାର ସର୍ବାଧିକ ସମ୍ଭାବନା । 12 ତାରିଖରେ ପାଇଥିଲା କ୍ୟାବିନେଟ୍‌ ମଞ୍ଜୁରୀ ।

ଲୋକସଭାରେ ଆଗତ ହେଲା ଏକକ ନିର୍ବାଚନ ବିଲ, One Nation, One Election Bill
ଲୋକସଭାରେ ଆଗତ ହେଲା ଏକକ ନିର୍ବାଚନ ବିଲ, One Nation, One Election Bill (ETV Bharat Odisha)
author img

By ETV Bharat Odisha Team

Published : 4 hours ago

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ବହୁଚର୍ଚ୍ଚିତ ବିଲ୍‌ ‘ଏକକ ନିର୍ବାଚନ ବିଲ-2024’ (One Nation, One Election Bill)। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ଏହାକୁ ଗୃହରେ ଆଗତ କରିଛନ୍ତି । ବିଲ ଆଗତ ହେବା ମାତ୍ରେ ବିରୋଧୀ ଏହାକୁ ବିରୋଧ କରିଛନ୍ତି । ଚଳିତମାସ 12 ତାରିଖରେ ଏହି ବିଲକୁ ମୋଦି କ୍ୟାବିନେଟରେ ଅନୁମୋଦନ ମିଳିଥିଲା । ଆଜି ରାଜ୍ୟସଭାରେ ସମ୍ବିଧାନ ଚର୍ଚ୍ଚା ଚାଲିଥିବା ବେଳେ ନିମ୍ନସଦନ ଲୋକସଭାରେ ଏହାକୁ ଆଗତ କରାଯାଇଛି । ଏହି ସମ୍ବିଧାନ ସଂସ୍କାରଧର୍ମୀ ବିଲ୍‌କୁ ଯୁଗ୍ନ ସଂସଦୀୟ କମିଟିକୁ ପଠାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

  • କୋବିନ୍ଦ କମିଟି ସୁପାରିଶରେ ପ୍ରସ୍ତୁତ ହୋଇଛି ବିଲ୍‌

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ 8 ଜଣିଆ ଉଚ୍ଚସ୍ତରୀୟ କମିଟିର ସୁପାରିଶରେ ଏହି ବିଧେୟକକୁ ପ୍ରସ୍ତୁତ କରାଯାଇଛି । ଦୀର୍ଘ ଦଶନ୍ଧିରୁ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଇସ୍ତାହାରରେ ଥିବା ଏକ ବଡ ମୁଦ୍ଦା ହେଉଛି, ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନାରା । ତେବେ ଏହା କାର୍ଯ୍ୟକାରୀ ହେଲେ ବିଶ୍ବର ସର୍ବବୃହତ୍ତ ଗାଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନୀ ଢାଞ୍ଚାରେ ଆମୁଳଚୂଳ ପରିବର୍ତ୍ତନ ହେବ । ସାଧାରଣ (ଲୋକସଭା) ନିର୍ବାଚନ ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାଠୀ ହେବ । ବିରୋଧୀ ଏହି ଚର୍ଚ୍ଚିତ ବିଲକୁ ପ୍ରଥମରୁ ବିରୋଧ କରିଆସୁଥିବା ବେଳେ ଶାସକ ଭାରତୀୟ ଜନତା ପାର୍ଟି ଏହାକୁ ସମୟର ଆବଶ୍ୟକତା ବୋଲି ଦର୍ଶାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.