ETV Bharat / bharat

ଜବାବ ରଖିଲେ ଧର୍ମେନ୍ଦ୍ର, କହିଲେ 'ଛାତ୍ରଛାତ୍ରୀଙ୍କ ସ୍ବାର୍ଥରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ' - DHARMENDRA PRADHAN ON PAPER LEAK - DHARMENDRA PRADHAN ON PAPER LEAK

Education Minister Dharmendra Pradhan : ନିଟ୍-ୟୁଜି ଓ ୟୁଜିସି ନେଟ ପରୀକ୍ଷାକୁ ନେଇ ଆରମ୍ଭ ହୋଇଥିବା ବିବାଦ ବାବଦକୁ ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଶିକ୍ଷାର୍ଥୀ ମାନଙ୍କ ହିତ ଆମର ପ୍ରାଥମିକତା କହିବା ସହ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଆଶ୍ବାସନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

Education Minister Dharmendra Pradhan
Education Minister Dharmendra Pradhan (ETV Bharat)
author img

By ETV Bharat Odisha Team

Published : Jun 20, 2024, 10:57 PM IST

ଭୁବନେଶ୍ବର: ୟୁଜି ନିଟ ଓ ୟୁଜିସି ନେଟ ପରୀକ୍ଷାକୁ ନେଇ ଆରମ୍ଭ ହୋଇଥିବା ବିବାଦରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିକଟରେ ନିଟ୍‌ ପରୀକ୍ଷାରେ ଅନିୟମିତତା ଓ ଗତକାଲି ୟୁଜିସି ନେଟ୍‌ ପରୀକ୍ଷା ବାତିଲ ଘୋଷଣା ପରେ ଦେଶବ୍ୟାପୀ ଛାତ୍ର ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଏହି ବାବଦକୁ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ' ମୁଁ ସମସ୍ତଙ୍କୁ ଆଶ୍ବସ୍ତ କରିବାକୁ ଚାହେଁ ଯେ ସରକାର ଛାତ୍ରଛାତ୍ରୀଙ୍କ ସ୍ବାର୍ଥରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ପାରଦର୍ଶିତା ସହିତ କୌଣସି ପ୍ରକାରେ ବୁଝାମଣା କରାଯିବ ନାହିଁ । ଶିକ୍ଷାର୍ଥୀ ମାନଙ୍କ ହିତ ଆମର ପ୍ରାଥମିକତା । ନିଟ ପରୀକ୍ଷା ସମ୍ପର୍କରେ ଆମେ ବିହାର ସରକାରଙ୍କ ସହିତ ଲଗାତାର ସମ୍ପର୍କରେ ଅଛୁ । ପାଟନାରୁ ଆମକୁ କିଛି ସୂଚନା ମିଳିଛି । ଏହାକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଛି ଓ ପାଟନା ପୋଲିସ ସେହି ବାବଦରେ ବିସ୍ତୃତ ରିପୋର୍ଟ ବନାଇ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ।'

ଏହା ମଧ୍ୟ ପଢନ୍ତୁ.... ୟୁଜିସି ନେଟ ପରୀକ୍ଷା ରଦ୍ଦ, ଅନିୟମିତତା ନେଇ ତଦନ୍ତ କରିବ ସିବିଆଇ - UNION GOVT CANCELS UGC NET EXAM

ଏହା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ' ବଳିଷ୍ଠ ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନଟିଏ ହେଉ କିମ୍ବା ଏନଟିଏର କୌଣସି ଅଧିକାରୀ, ଯିଏ ଏଥିରେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ସମସ୍ତ ପ୍ରସଙ୍ଗରେ ବିଦ୍ୟାର୍ଥୀ ମାନଙ୍କର ଭବିଷ୍ୟତକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ । ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଯାଉଛି । ଏନଟିଏର ଢାଞ୍ଚା, ଏନଟିଏର କାର୍ଯ୍ୟଶୈଳୀ, ପରୀକ୍ଷାର ପ୍ରକ୍ତିୟା, ସ୍ବଚ୍ଛତା ଓ ଡାଟା ସିକ୍ୟୁରିଟିରେ ସୁଧାର ଆଣିବା ଭଳି ନାନା ପ୍ରସ୍ତାବ ଉପରେ ପ୍ରସ୍ତାବନା ଦେବେ । ଆମେ ତୃଟି ଶୂନ୍ୟ ପରୀକ୍ଷା ପାଇଁ ପ୍ରତିବଦ୍ଧ ଅଛୁ । ଆମ ସରକାର ପ୍ରଥମ ଥର ପାଇଁ ୨୦୨୪ରେ ସାର୍ବଜନିକ ପରୀକ୍ଷା ଅଧିନିୟମକୁ ଆଣିଛୁ ।'

ଉଭୟ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଛି । ଦିଲ୍ଲୀ ସ୍ଥିତ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନ ଆଗରେ ମଧ୍ୟ ବିକ୍ଷୋଭ ଦେଖିବାକୁ ମିଳିଥିଲା । ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୟୁଜିସି ନେଟ ପରୀକ୍ଷାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ୟୁଜିସି ପରୀକ୍ଷାରେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ରର ଜାତୀୟ ସାଇବର କ୍ରାଇମ ଆନାଲିଟିକ୍ସ ୟୁନିଟରୁ କିଛି ସୂଚନା ମିଳିଥିଲା । ପ୍ରାଥମିକ ଭାବେ ପରୀକ୍ଷାରେ ଅନିୟମିତିତା ହୋଇଥିବା ଜଣାପଡିଥିଲା । ଏହାପରେ ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ୟୁଜିସି ନେଟ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.