ନୂଆଦିଲ୍ଲୀ: ପୂଜା ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଭେଟି । ରେଳ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ୧୧ ଲକ୍ଷ ୭୨ ହଜାରରୁ ଅଧିକ କର୍ମଚାରୀଙ୍କ ପାଇଁ ପ୍ରଡକ୍ଟଭିଟୀ ଲିଙ୍କଡ୍ ବୋନସ (PLB) ସମ୍ପର୍କରେ ଘୋଷଣା କରିଛନ୍ତି ସରକାର । ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ମିଳିବ । କେନ୍ଦ୍ର କ୍ୟାବିନେଟରେ ଏହାକୁ ଅନୁମୋଦନ ମିଳିଥିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
୭୮ ଦିନିଆ ବୋନସ:
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ପ୍ରଡକ୍ଟଭିଟୀ ଲିଙ୍କଡ ବୋନସ (ଉତ୍ପାଦକତା ସହ ଜଡିତ ବୋନସ)କୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ବୋନସ ବାବଦକୁ ୨୦୨୯ କୋଟି ଟଙ୍କା କ୍ୟାବିନେଟରେ ମୁଞ୍ଜୁରି ହୋଇଛି । ରେଳ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଆଧାରରେ ଏହି ବୋନସ ମିଳିବ । ଏହାଦ୍ୱାରା ୧୧ ଲକ୍ଷ ୭୨ ହଜାର ୨୪୦ ରେଲୱେ କର୍ମଚାରୀ ଉପକୃତ ହେବେ । କର୍ମଚାରୀଙ୍କୁ ୨୦୨୮.୬୭ କୋଟି ଟଙ୍କାର ୭୮ ଦିନିଆ ବୋନସ ପ୍ରଦାନ କରିବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏହି ରାଶି ବିଭିନ୍ନ ବର୍ଗର ରେଳ କର୍ମଚାରୀଙ୍କୁ ଟ୍ରାକ୍ ମେଣ୍ଟେନର୍, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମନ୍ତ୍ରାଳୟ କର୍ମଚାରୀ ଏବଂ ଅନ୍ୟ ଗ୍ରୁପ ଏକ୍ସସି କର୍ମଚାରୀଙ୍କୁ ପ୍ରଦାନ କରାଯିବ ।
୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ଦିଆଯିବ:
ପ୍ରତିବର୍ଷ ଦୁର୍ଗାପୂଜା/ ଦଶହରା ଛୁଟି ପୂର୍ବରୁ ରେଳ କର୍ମଚାରୀମାନଙ୍କୁ ପ୍ରଡକ୍ଟଭିଟୀ ଲିଙ୍କଡ ବୋନସ ପ୍ରଦାନ କରାଯାଏ । ଚଳିତ ବର୍ଷ ମଧ୍ୟ ପ୍ରାୟ ୧୧ ଲକ୍ଷ ୭୨ ହଜାର ୨୪୦ ରେଲୱେ କର୍ମଚାରୀଙ୍କୁ ୭୮ ଦିନର ଦରମା ସହ ପିଏଲବି ରାଶି ପ୍ରଦାନ କରାଯାଉଛି । ପ୍ରତି ଯୋଗ୍ୟ ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ୭୮ ଦିନର ପାରିଶ୍ରମିକ ଦିଆଯିବ । ରେଲୱେ କର୍ମଚାରୀଙ୍କୁ ଉତ୍ସାହିତ କରିବା ସହ ରେଳବାଇର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ବୋନସ୍ ଦେୟ ପ୍ରଦାନ କରାଯାଏ ।
#WATCH | Union Minister Ashwini Vaishnaw says, " productivity linked bonus for railway employees of rs 2,029 cr has been approved by the cabinet for the good performance of railways which will benefit 11,72,240 employees... the recruitment process for the vacancy of 58,642 is… pic.twitter.com/wpPpxuD2cG
— ANI (@ANI) October 3, 2024
ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ଅନୁମୋଦନ:
#WATCH | Union Minister Ashwini Vaishnaw says, " the biggest decision that was taken today in the cabinet meeting relates to increasing farmers' income and ensuring food security to the middle-class people... it has two pillars - 'pm rashtra krishi vikas yojana' and 'krishonnati… pic.twitter.com/5x0UIqL72z
— ANI (@ANI) October 3, 2024
ତେବେ ଗତକାଲି (ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନେକ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ରେଳ କର୍ମଚାରୀଙ୍କ ବୋନସ ସହ ୨୦,୭୦୪ ପୋର୍ଟ (ବନ୍ଦର) କର୍ମଚାରୀଙ୍କ ପାଇଁ ପ୍ରଡକ୍ଟଭିଟୀ ଲିଙ୍କଡ୍ ରିୱାର୍ଡ ସ୍କିମ (ଉତ୍ପାଦକତା ସମ୍ବନ୍ଧୀୟ ପୁରସ୍କାର ଯୋଜନା)କୁ ମଧ୍ୟ ଅନୁମୋଦନ ମିଳିଛି । ରେଳମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ୬୩,୨୪୬ କୋଟି ଟଙ୍କା ମୂଲ୍ୟର ଦ୍ୱିତୀୟ ପର୍ଯ୍ୟାୟକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଚେନ୍ନାଇ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ହେଉଛି ୧୧୯ କିଲୋମିଟର ଲମ୍ବା ପ୍ରକଳ୍ପ, ଏହାକୁ ୩ କରିଡରରେ ବିଭକ୍ତ କରାଯିବ ଏବଂ ଏଥିରେ ୧୨୦ଟି ଷ୍ଟେସନ୍ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ