ETV Bharat / bharat

ୟୁଜିସି ନେଟ ପରୀକ୍ଷା ରଦ୍ଦ, ଅନିୟମିତତା ନେଇ ତଦନ୍ତ କରିବ ସିବିଆଇ - UNION GOVT CANCELS UGC NET EXAM

author img

By ETV Bharat Odisha Team

Published : Jun 20, 2024, 7:45 AM IST

Updated : Jun 20, 2024, 10:45 AM IST

UGC NET examination cancelled: ପରୀକ୍ଷାର ଗୋଟିଏ ଦିନ ପରେ ରଦ୍ଦ ହେଲା ୟୁଜିସି ନେଟ ପରୀକ୍ଷା । ଅନିୟମିତତା ନେଇ ତଦନ୍ତ କରିବ ସିବିଆଇ ।

UGC NET examination
UGC NET examination (ETV BHARAT ODISHA)

ନୂଆଦିଲ୍ଲୀ: ରଦ୍ଦ ହେଲା ୟୁଜିସି ନେଟ ପରୀକ୍ଷା । ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଛି । ଏଥି ସହ ଏହି ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆୟାଇଛି । ମଙ୍ଗଳବାର ଦିନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ଦେଶର 317ଟି ସହରରେ ନେଟ ପରୀକ୍ଷା ହୋଇଥିଲା । ଦୁଇଟି ସିପ୍ଟରେ ଓଏମଆରେ ମୋଟ 11 ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପୁଣି ଥରେ ଆଉ ଏକ ନୂଆ ପରୀକ୍ଷା କରାଯିବ । ଏଥି ପାଇଁ ପୃଥକ ଭାବେ ବିଜ୍ଞପ୍ତି ଜାରି ହେବ ।

ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୟୁଜିସି ନେଟ ପରୀକ୍ଷାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ୟୁଜିସି ପରୀକ୍ଷାରେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ରର ଜାତୀୟ ସାଇବର କ୍ରାଇମ ଆନାଲିଟିକ୍ସ ୟୁନିଟରୁ କିଛି ସୂଚନା ମିଳିଥିଲା । ପ୍ରାଥମିକ ଭାବେ ପରୀକ୍ଷାରେ ଅନିୟମିତିତା ହୋଇଥିବା ଜଣାପଡିଥିଲା । ଏହାପରେ ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ୟୁଜିସି ନେଟ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-UGCର ବଡ଼ ନିଷ୍ପତ୍ତି, NETରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ - DISASTER MANAGENMENT in UGC NET

''ପରୀକ୍ଷାରେ ସ୍ବଚ୍ଛତା ନିଶ୍ଚିତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ UGC-NET ପରୀକ୍ଷା ବାତିଲ ହେବ। ଆଉ ଥରେ ପରୀକ୍ଷା କରାଯିବ, ଏନେଇ ପୃଥକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋକୁ ହସ୍ତାନ୍ତର କରାଯିବ ।''

ମନ୍ତ୍ରଣାଳୟ କହିଛି ଆହୁରି ମଧ୍ୟ କହିଛି ଯେ, ପାଟନାରେ ପରୀକ୍ଷା ଆୟୋଜନରେ ଅନିୟମିତତା ସମ୍ପର୍କରେ ବିହାର ପୋଲିସ ଇକୋନୋମିକ୍ ଅଫେନ୍ସ ୟୁନିଟ୍ ଠାରୁ ବିସ୍ତୃତ ରିପୋର୍ଟ ମଗାଯାଇଛି । ଏହି ରିପୋର୍ଟ ପାଇବା ପରେ ସରକାର ଅଧିକ ପଦକ୍ଷେପ ନିଆଯିବ । ପରୀକ୍ଷାର ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିବଦ୍ଧ । ଏହି ପ୍ରସଙ୍ଗରେ ସମ୍ପୃକ୍ତ ଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

UGC-NET ହେଉଛି ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ 'ସହକାରୀ ପ୍ରଫେସର' ପଦବୀ ସହ 'ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଏବଂ ଆସିଷ୍ଟାଣ୍ଟ ପ୍ରଫେସର' ପଦ ପାଇଁ ପରୀକ୍ଷା ହୋଇଥାଏ । ମଙ୍ଗଳବାର ଦିନ ଦେଶର 317ଟି ସହରର 1208 ପରୀକ୍ଷା କେନ୍ଦ୍ରରେ 11, 21, 225 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ରଦ୍ଦ ପରେ ପରୀକ୍ଷାର୍ଥୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Last Updated : Jun 20, 2024, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.