ETV Bharat / bharat

ରାଇରଙ୍ଗପୁର ଯୁବକ ଝାଡ଼ଖଣ୍ଡରେ ନିଖୋଜ, ଗାଁଲୋକେ ହତ୍ୟା କରିଥିବା ସନ୍ଦେହ - MAYURBHANJ YOUTH MISSING

ମୟୂରଭଞ୍ଜ ଦୁଇ ଯୁବକଙ୍କୁ ଝାଡ଼ଖଣ୍ଡରେ ହତ୍ୟା କରାଯାଇଥିବା ସନ୍ଦେହ । ଦୁଇ ଜଣଙ୍କ ମିଳୁନି ପତ୍ତା । ଖୋଜୁଛି ପୋଲିସ ।

ରାଇରଙ୍ଗପୁର ଯୁବକ ଝାଡ଼ଖଣ୍ଡରେ ନିଖୋଜ
ରାଇରଙ୍ଗପୁର ଯୁବକ ଝାଡ଼ଖଣ୍ଡରେ ନିଖୋଜ (ETV Bharat)
author img

By ETV Bharat Odisha Team

Published : Dec 12, 2024, 9:13 PM IST

ରାଞ୍ଚି: ଝାଡଖଣ୍ଡ ଚାଇବାସାରେ ଦୁଇ ଓଡ଼ିଆ ଯୁବକ ନିଖୋଜ । ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ ଯୁବକ ହେଲେ ମୟୂରଭଞ୍ଜ ରାଇରଙ୍ଗପୁର ଶେଖ ସାହିଦ ଅଲ୍ଲି, ଶେଖ ନଜିର ବୋଲି ଜଣାପଡିଛି । ଉଭୟଙ୍କ ପତ୍ତା ମିଳୁନଥିବା ବେଳେ ଏମାନଙ୍କୁ ଗାଁଲୋକେ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ସେପଟେ ପୋଲିସ ଘଟଣାର ତନାଘନା ଜାରି ରହିଛି ।

କଣ ପୂରା ମାମଲା:

ରାଇରଙ୍ଗପୁର ଯୁବକ ଝାଡ଼ଖଣ୍ଡରେ ନିଖୋଜ (ETV Bharat)

ରାଇରଙ୍ଗପୁରର ଶେଖ ସାହିଦ ଅଲ୍ଲି, ଶେଖ ନଜିର ଅନ୍ୟ କିଛି ସାଥୀଙ୍କ ସହ ଝାଡଖଣ୍ଡର ଚାଇବାସାର ଗୋଇଲକେରା ଅଞ୍ଚଳକୁ ଆସିଥିଲେ । ଦୁଇ ଜଣ ଗତ ମଙ୍ଗଳବାରରୁ ନିଖୋଜ ଅଛନ୍ତି । ଆଶଙ୍କା କରାଯାଉଛି କି, ଉକ୍ତ ଅଞ୍ଚଳଟି ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଗାଁଲୋକେ ସନ୍ଦେହରେ ସେମାନଙ୍କୁ ପିଟି ପିଟି ହତ୍ୟା କରିଥାଇପାରନ୍ତି । କିନ୍ତୁ ଏ ସମ୍ପର୍କରେ ପୋଲିସର କୌଣସି ସଷ୍ଟୀକରଣ ଆସିନାହିଁ । ଉଭୟଙ୍କ ପତ୍ତା ମିଳୁନଥିବା ବେଳେ ଏମାନଙ୍କୁ ଖୋଜିବାରେ ଲାଗି ପଡିଛି ସ୍ଥାନୀୟ ପୋଲିସ । ଏନେଇ ଦୁହିଁଙ୍କ ପରିବାରଲୋକେ ମୟୂରଭଞ୍ଜ ଏସପି ଓ ଚାଇବାସା ଏସପିଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଜଣାଇଛନ୍ତି । ଉଭୟଙ୍କୁ ଖୋଜି ଆଣିବାକୁ ପରିବାର ଲୋକେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଖୋଜାଖୋଜି ଜାରି ରହିଛି:

ଏନେଇ ଝାଡ଼ଖଣ୍ଡ ଡିଜିପି ଅନୁରାଗ ଗୁପ୍ତା କହିଛନ୍ତି, ‘ଓଡିଶାର 4ରୁ 5 ଜଣ ଯୁବକ ଚାଇବାସାର ଗୁଦଡି ଅଞ୍ଚଳକୁ ଆସିଥିଲେ । ସେମାନଙ୍କ ଭିତରୁ ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି । ଉକ୍ତ ଅଞ୍ଚଳଟି ନକ୍ସଲ ପ୍ରଭାବିତ ଅଞ୍ଚଳ ଅଟେ । ସନ୍ଦେହ କରାଯାଉଛି କି, ସେମାନଙ୍କୁ ନକ୍ସଲ ସନ୍ଦେହ କରି ଗାଁଲୋକେ ହତ୍ୟା କରିଥାଇପାରନ୍ତି । କିନ୍ତୁ ଏହାର ସ୍ପଷ୍ଟ ସୂଚନା ଆସିପାରିନାହିଁ । ଉକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣା ସମ୍ପର୍କରେ ସବିଶେଷ ମିଳିବା ପରେ ଗଣମାଧ୍ୟମକୁ ଜଣାଇ ଦିଆଯିବ ।’

ଏହା ମଧ୍ୟ ପଢନ୍ତୁ:

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୩ ଦିନ ବିତିଥିଲେ ବି ଫେରିନି ମୃତଦେହ

ଜେଲରେ ପ୍ରତିଶୋଧ ନିଆଁରେ ଜଳୁଥିଲା ପ୍ରେମିକ, ବେଲରେ ଆସି ନାବାଳିକାକୁ କଲା 6 ଖଣ୍ଡ

ରକ୍ତମୁଖା ଲାଲବାହିନୀ, ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ନିର୍ମମ ହତ୍ୟା

ଦୁଇ ଯୁବକଙ୍କୁ ବାନ୍ଧି ନେଇଥିଲେ ଗାଁଲୋକେ:

ମିଳିଥିବା ସୂଚନା ଅନୁସାରେ, ପୋଲିସକୁ ସୂଚନା ମିଳିଥିଲା କି, 5 ଜଣ ଯୁବକ ଚାଇବାସାକୁ ଆସିଥିଲେ । ଗାଁଲୋକେ ଧନୁତୀର ଧରି ସେମାନଙ୍କ ଗାଡିକୁ ଅଟକାଇଥିଲେ । ଉତ୍ୟକ୍ତ ଗାଁ ଲୋକଙ୍କୁ ଦେଖି ସେଠାରୁ 3 ଯୁବକ ଫେରାର ହୋଇଯାଇଥିଲେ । ହେଲେ ଶେଖ ସାହିଦ ଅଲ୍ଲି, ଶେଖ ନଜିରଙ୍କୁ ଧରି ପକାଇଥିଲେ ଗାଁ ଲୋକେ । ପରେ ଦଉଡିରେ ବାନ୍ଧି ସେମାନଙ୍କୁ ନେଇଯାଇଥିଲେ । ସନ୍ଦେହ କରାଯାଉଛି କି ସେମାନଙ୍କୁ ହତ୍ୟା କରାଯାଇଥାଇପାରେ । ଅନ୍ୟ 3 ଯୁବକଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.