ETV Bharat / bharat

ଟି.ଭି ସୋମନାଥନ ହେଲେ କ୍ୟାବିନେଟ ସଚିବ - TV Somanathan new Cabinet Secretary

author img

By ETV Bharat Odisha Team

Published : Aug 10, 2024, 8:12 PM IST

TV Somanathan appointed Cabinet Secretary: ଟି.ଭି ସୋମନାଥନ ହେଲେ କ୍ୟାବିନେଟ ସଚିବ । ରାଜୀବ ଗୋଓ୍ବାଙ୍କ ସ୍ଥାନ ନେବେ । ବର୍ତ୍ତମାନ ଅର୍ଥ ସଚିବ ଭାବେ କାର୍ଯ୍ୟରତ । ଅଧିକ ପଢନ୍ତୁ

1987 ବ୍ୟାଚ ଅଧିକାରୀ ଟିଭି ସୋମନାଥନ ହେଲେ କ୍ୟାବିନେଟ ସଚିବ
1987 ବ୍ୟାଚ ଅଧିକାରୀ ଟିଭି ସୋମନାଥନ ହେଲେ କ୍ୟାବିନେଟ ସଚିବ (ETV Bharat Odisha)

ନୂଆଦିଲ୍ଲୀ: 1987 ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ଟି.ଭି ସୋମନାଥନ ହେଲେ କ୍ୟାବିନେଟ ସଚିବ । ତାଙ୍କ ନାମରେ ଆଜି କେନ୍ଦ୍ର ନିଯୁକ୍ତି କିମିଟି ମୋହର ମାରିବା ପରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ସୋମନାଥନ ଏବେ କେନ୍ଦ୍ର ଅର୍ଥ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ସେ କ୍ୟାବିନେଟ ସଚିବ ରାଜୀବ ଗୋଓ୍ବାଙ୍କ ସ୍ଥାନ ନେବେ । ଚଳିତମାସ ଅଗଷ୍ଟ 30 ତାରିଖରୁ ସେ ଦାୟିତ୍ବ ଗ୍ରହଣ କରିବା ସହ ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।

  • କେନ୍ଦ୍ରୀୟ ସଚିବାଳୟର ସର୍ବୋଚ୍ଚ ପ୍ରଶାସନିକ ପଦବୀ:-

1987 ବ୍ୟାଚ ତାମିଲନାଡୁ କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେଉଛନ୍ତି ସେମନାଥନ । ରାଜ୍ୟ କ୍ୟାଡରରେ ବହୁବର୍ଷ କାର୍ଯ୍ୟ କରିବା ପରେ ସେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଦୀର୍ଘ ବର୍ଷ ହେଲା କାମ କରୁଛନ୍ତି । ବର୍ତ୍ତମାନ ସେ ଅର୍ଥ ସଚିବ ଅଛନ୍ତି । କେନ୍ଦ୍ରୀୟ ସଚିବାଳୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରଶାସନିକ ପଦବୀ ହେଉଛି କ୍ୟାବିନେଟ ସଚିବ । ଏହି ଅଧିକାରୀ କେନ୍ଦ୍ରୀୟ ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ସିଧାସଖଳ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଧୀନରେ କାମ କରନ୍ତି । ସେ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସଂଯୋଜନା ଓ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିଥାନ୍ତି । ବର୍ତ୍ତମାନ ଏହି ଦାୟିତ୍ବରେ ବରିଷ୍ଠ ଆଇଏଏସ ରାଜୀବ ଗୋଓ୍ବା କାର୍ଯ୍ୟରତ ଅଛନ୍ତି । ତାଙ୍କ କାର୍ଯ୍ୟକାଳ ଚଳିତମାସ ଶେଷରେ ଶେଷ ହେଉଛି । ରାଜୀବ ଦୀର୍ଘ 5 ବର୍ଷ ଧରି ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅବସ୍ଥାପିତ ଥିଲେ । ସେ 2019 ଅଗଷ୍ଟରେ ଏହି ସର୍ବୋଚ୍ଚ ପ୍ରଶାସନିକ ଦାୟିତ୍ବରେ ନିଯୁକ୍ତି ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ୱାୟନାଡ ଗ୍ରାଉଣ୍ଡ ଜିରୋରେ ପ୍ରଧାନମନ୍ତ୍ରୀ ମୋଦି: ଆକାଶମାର୍ଗରୁ ଦେଖିଲେ, ଘଟଣାସ୍ଥଳ ବୁଲିଲେ - PM Modi in Wayanad landslide spot

  • PMOରେ କାର୍ଯ୍ୟ କରିବାର ଅଭିଜ୍ଞତା:-

ସୋମନାଥନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ରେ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବାର ଅନୁଭବ ରଖିଛନ୍ତି । ଏହା ପୂର୍ବରୁ ସେ ସମନ୍ବୟ ମନ୍ତ୍ରଣାଳୟର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହା ସହ ସେ ବିଶ୍ବବ୍ୟାଙ୍କର ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଛନ୍ତି । ରାଜ୍ୟ କ୍ୟାଡରରେ ଥିବା ବେଳେ ସେ ତାମିଲନାଡୁରେ ଯୁଗ୍ମ ଭିଜିଲାନ୍ସ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ପରେ ଦୀର୍ଘବର୍ଷ କେନ୍ଦ୍ରୀୟ ଡେପୁଟେସନରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.