ETV Bharat / bharat

ବହୁସଂଖ୍ୟାରେ ଆସି ଭୋଟ ଦିଅନ୍ତୁ: ଅନ୍ତିମ ପର୍ଯ୍ୟାୟ ଭୋଟିଂରେ ପ୍ରଧାନମନ୍ତ୍ରୀଙ୍କ ଅପିଲ - final phase voting - FINAL PHASE VOTING

Pm modi request voters for final phase: ଅନ୍ତିମ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ । ମହିଳା ଓ ଯୁବବର୍ଗକୁ ବିଶେଷ ଭାବେ ଅଂଶଗ୍ରହଣ କରିବାକୁ କଲେ ନିବେଦନ । ଗତକାଲି ଠାରୁ କନ୍ୟାକୁମାରୀରେ 48 ଘଣ୍ଟିଆ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

‘ବହୁ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ’: ଅନ୍ତିମ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ
‘ବହୁ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ’: ଅନ୍ତିମ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ (ETV Bharat Odisha)
author img

By ETV Bharat Odisha Team

Published : Jun 1, 2024, 8:22 AM IST

ହାଇଦ୍ରାବାଦ: ଆଜି ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । 8 ରାଜ୍ୟର 57 ସଂସଦୀୟ ଆସନରେ ସକାଳୁ ଭୋଟିଂ ଆରମ୍ଭ ହୋଇସାରିଛି । ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ଉତ୍ତର ପ୍ରଦେଶର ବାରାଣସୀ ମଧ୍ୟ ରହିଛି । ପ୍ରତ୍ୟେକ ଥର ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ବହୁମାତ୍ରାରେ ଭୋଟ ଦେବାକୁ ମତଦାତାଙ୍କୁ ଅନୁରୋଧ କରିଛନ୍ତି । ଅଧିକ ସଂଖ୍ୟାରେ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବ ଗଣତନ୍ତ୍ରକୁ ଅଧିକ ପ୍ରଭାବୀ କରିବ ବୋଲି ଟ୍ବିଟରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି, ‘‘ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଗଣତନ୍ତ୍ରର ଏହି ମହାନ ପର୍ବରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମୁଁ ଏହି ପର୍ଯ୍ୟାୟର ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି । ମୁଁ ନିଶ୍ଚିତ ଯେ, ଆମର ଯୁବକ ଏବଂ ମହିଳା ଭୋଟରମାନେ ଭୋଟ୍ ଦେବା ପାଇଁ ରେକର୍ଡ ସଂଖ୍ୟାରେ ଆଗେଇ ଆସିବେ । ଆସନ୍ତୁ ଏକତ୍ର ଆମର ଗଣତନ୍ତ୍ରକୁ ଅଧିକ ଜୀବନ୍ତ କରିବା ।’’

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନ ଆସିଲେ ଚର୍ଚ୍ଚାକୁ ଆସେ ଏକଜିଟ୍‌ ପୋଲ ଓ ଓପିନିଅନ ପୋଲ, କଣ ଏହି ସର୍ଭେର ପୂରା କାହାଣୀ ? ଜାଣନ୍ତୁ - Opinion Polls Exit Polls Difference

ତେବେ ଗତକାଲି (ଗୁରୁବାର)ଠାରୁ ପ୍ରଧାନମନ୍ତ୍ରୀ ମୋଦି ଦେଶର ଦକ୍ଷିଣ ପ୍ରାନ୍ତ କନ୍ୟାକୁମାରୀରେ ଧ୍ୟାନ ମଗ୍ନ ହୋଇଛନ୍ତି । କନ୍ୟାକୁମାରୀର ବିବେକାନନ୍ଦ ରକ ମେମୋରିଆଲରେ ସ୍ବାମୀଜୀଙ୍କ ପ୍ରତିମୂର୍ତ୍ତି ତଳେ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ । ଦୀର୍ଘ 48ଘଣ୍ଟା ଧ୍ୟାନମଗ୍ନ ହେବା ପରେ ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଧ୍ୟାନ ଶେଷ କରିବେ । ଧ୍ୟାନ ମଗ୍ନ ହେବା ପୂର୍ବରୁ ସ୍ଥାନୀୟ ଭଗବତୀ ଅମ୍ମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ମୋଦି । ମନ୍ଦିରର ପୂଜକମାନେ ଏକ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ଫେରି ବୋଟରେ କନ୍ୟାକୁମାରୀ ଉପକୂଳରେ ସମୁଦ୍ର ମଧ୍ୟରେ ଥିବା ରକ୍ ମେମୋରିଆଲରେ ପହଞ୍ଚି ଧ୍ୟାନରେ ବସିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସରିଲା ନିର୍ବାଚନ ପ୍ରଚାର, ଆଜିଠୁ ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି - PM Modi Begins Dhyan

ଅନ୍ୟପଟେ ଆଜି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ସଂଧ୍ୟାରେ ବିଭିନ୍ନ ଗଣମାଧ୍ୟମ ଓ ପୋଲ ଓ୍ବାଚ ସଂସ୍ଥା ଦ୍ବାରା ହୋଇଥିବା ସର୍ବେକ୍ଷଣ ‘ବୁଥ ବାହୁଡା ଜନମତ’ ବା ‘ଏକଜିଟ୍‌ ପୋଲ’ ପ୍ରକାଶ ପାଇବ । ସାଧାରଣ ନିର୍ବାଚନ ସହ 4ରାଜ୍ୟରେ ‘ଏକଜିଟ୍‌ ପୋଲ’ର ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.