ETV Bharat / bharat

ଚଣ୍ଡାଶୋକରୁ ଧର୍ମାଶୋକ: ତିହାର ଜେଲର 700 କଏଦୀଙ୍କୁ ମିଳିଲା ଚାକିରି, 1200ଙ୍କ ଖୁବଶୀଘ୍ର ଜଏନିଂ - prisoners got jobs

author img

By ETV Bharat Odisha Team

Published : Apr 16, 2024, 8:45 PM IST

Updated : Apr 16, 2024, 9:19 PM IST

Prisoners got jobs: ଦିଲ୍ଲୀ ତିହାର ଜେଲର କଏଦୀଙ୍କ ମଧ୍ୟରେ ପରିବର୍ତ୍ତନ । 700କଏଦୀଙ୍କୁ ଚାକିରି ମିଳିଥିବା ବେଳେ 1200 କଏଦୀ ଖୁବଶୀଘ୍ର ଚାକିରିରେ ଯୋଗଦାନ କରିବେ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

Prisoners got jobs
Prisoners got jobs

ନୂଆଦିଲ୍ଲୀ: ବଦଳୁଛନ୍ତି ଜାତୀୟ ରାଜଧାନୀ ତିହାର ଜେଲର କଏଦୀ । ଅପରାଧିକ କ୍ଷେତ୍ରରୁ ନିବୃତ୍ତ ହୋଇ ଏବେ ସମାଜର ମୁଖ୍ୟସ୍ରୋତର ନିଜକୁ ସାମିଲ କରିଛନ୍ତି । ଜେଲରେ ପାଠ ପଢି ନିଜକୁ କରିପାରିଛନ୍ତି ଯୋଗ୍ୟ । ଅପରାଧ କରି ଯେଉଁ ଅପବାଦ ମୁଣ୍ଡାଇଥିଲେ, ଏବେ କୃତକାର୍ଯ୍ୟ ହୋଇ ସଭିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ତିହାର ଜେଲର ମହାନିର୍ଦ୍ଦେଶକ ସଞ୍ଜୟ ବେନିୱାଲଙ୍କ ସୂଚନା ଅନୁସାରେ ଜେଲର 700 କଏଦୀଙ୍କୁ ଚାକିରି ମିଳିଥିବା ବେଳେ ଆଉ 1200 ଜଣ କଏଦୀ ଖୁବଶୀଘ୍ର ନିଯୁକ୍ତି ପାଇବାକୁ ଯାଉଛନ୍ତି ।

ଜେଲ ପକ୍ଷରୁ 'କଏଦୀ କୌଶଳ ବିକାଶ' ନାମରେ ଏକ ଅଭିଯାନ ଆରମ୍ଭ ହୋଇଥିଲା । ଯାହାକି ବହୁ ସଫଳତା ହାସଲ କରିଛି । କାରଣ ଜେଲର 700 କଏଦୀଙ୍କୁ ମିଳିଛି ଚାକିରି । ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ 1989 ବ୍ୟାଚର ଆଇପିଏସ ଅଧିକାରୀ ସଞ୍ଜୟ କହିଛନ୍ତି ଯେ ସେ ଚାକିରି ପାଇଥିବା କଏଦୀଙ୍କୁ ଦେଖି ବେଶ ଆନନ୍ଦିତ । ବୈନିବାଲ 2022ରୁ ଜେଲରେ ଡିଜି ଭାବେ ଦାୟିତ୍ବରେ ଅଛନ୍ତି । ନିଜ କାର୍ଯ୍ୟକାଳ ସମୟରେ ଏକ ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ, " ଆମେ ସହରି ବିକାଶ ମନ୍ତ୍ରାଳୟ ସହାୟତାରେ କଏଦୀ କୌଶଳ ବିକାଶ ଅଭିଯାନ ଆରମ୍ଭ କରିଥିଲୁ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ 700 କଏଦୀ ହୋଟେଲ ଉଦ୍ୟୋଗରେ ଚାକିରି କରୁଛନ୍ତି । ସେହିପରି 1200 କଏଦୀ ହସ୍ପିଟାଲରେ ଚାକିରି କରିବା ଲାଗି ଏବେ ତାଲିମ ନେଉଛନ୍ତି ।"

ଏହା ବି ପଢନ୍ତୁ- ଜେଲ ଚାରିକାନ୍ଥ ଭିତରୁ ବାହାରିଲା ପ୍ରତିଭା, ଜାତୀୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ କମାଲ କଲେ ଜେଲ ଅନ୍ତେବାସୀ

ଜେଲ ଅଧିକାରୀଙ୍କ କହିବାନୁସାରେ, ଜେଲ ଭିତରେ କଏଦୀଙ୍କୁ ଭିତ୍ତିଭୂମି ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ 2023 ଆରମ୍ଭ ହୋଇଥିଲା । ବେନିୱାଲ କହିଛନ୍ତି ଯେ କୌଶଳ ପ୍ରଦାନ କରିବା ଏବଂ କଏଦୀଙ୍କୁ ସଶକ୍ତ କରିବା ହେଉଛି ଏପରି ଏକ ପ୍ରୟାସ ଯାହା ସେମାନଙ୍କୁ ଯୋଗ୍ୟ କରିଥାଏ । ଯେତେବେଳେ ସେମାନେ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ ଏବଂ ବାହାରେ କାମ କରିବା ପାଇଁ ଚିଠି ପ୍ରଦାନ କରିଥିଲେ, ସେତେବେଳେ ସେ ବେଶ ଖୁସି ଅନୁଭବ କରିଥିବା କହିଥିଲେ । ତିହାର ଜେଲରେ ବୃଦ୍ଧି ପାଉଥିବା କଏଦୀଙ୍କ ସଂଖ୍ୟା ଉପରେ ସେ କହିଛନ୍ତି ଯେ 10,000 କ୍ଷମତା ଥିବା ବେଳେ 20,000 କଏଦୀ ଅଛନ୍ତି । ଅଧିକ ଜେଲ ନିର୍ମାଣ ଏହାର ସମାଧାନ ନୁହେଁ । ଦିଲ୍ଲୀରେ ତିନୋଟି ଜେଲ କମ୍ପ୍ଲେକ୍ସ ଅଛି - ତିହାର, ରୋହିଣୀ ଏବଂ ମଣ୍ଡୋଲି । ଏଗୁଡ଼ିକରେ କେନ୍ଦ୍ରୀୟ ଜେଲ ଅନ୍ତର୍ଭୁକ୍ତ ।

ବେନିୱାଲ ଆହୁରି କହିଛନ୍ତି, " ଜେଲରେ ବନ୍ଦୀ ଥିବା କଏଦୀଙ୍କ ଭାବନା ଓ ମାନସିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଲାଗି ବହୁତ କିଛି କରାଯାଉଛି । କଏଦୀଙ୍କ ଲାଗି ଆଧ୍ୟାତ୍ମିକତା ପାଠ୍ୟକ୍ରମ, ଧ୍ୟାନ ଅଭ୍ୟାସ କରାଯାଉଛି । ଧିରେ ଧିରେ ସେମାନେ ନିଜର ଅପରାଧକୁ ନେଇ ଦୁଃଖ ପ୍ରକାଶ କରିଥାନ୍ତି । ଆଗକୁ ଏପରି କାର୍ଯ୍ୟରୁ ଲିପ୍ତ ରହିବେ ବୋଲି କୁହନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2024, 9:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.