ETV Bharat / bharat

କୃଷକ ସଂଗଠନ- କେନ୍ଦ୍ର ସରକାର ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ, ଚଣ୍ଡିଗଡରେ 3 କେନ୍ଦ୍ରମନ୍ତ୍ରୀ - Nityanand Rai

Three Union Ministers Begin Talks with Farm Leaders: ଚଣ୍ଡିଗଡରେ କୃଷକ ସଂଗଠନ-କେନ୍ଦ୍ର ସରକାର ମଧ୍ୟରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ବୈଠକ । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସମେତ 3 କେନ୍ଦ୍ରମନ୍ତ୍ରୀ ଓ କୃଷକ ସଂଗଠନ ନେତା ସାମିଲ । ଅଧିକ ପଢନ୍ତୁ

କୃଷକ ସଂଗଠନ- କେନ୍ଦ୍ର ସରକାର ଆଲୋଚନା ଆରମ୍ଭ, ଚଣ୍ଡିଗଡରେ 3 କେନ୍ଦ୍ରମନ୍ତ୍ରୀ

author img

By ETV Bharat Odisha Team

Published : Feb 15, 2024, 10:03 PM IST

ଚଣ୍ଡିଗଡ: କୃଷକଙ୍କ ଆନ୍ଦୋଳନ ଓ ‘ଦିଲ୍ଲୀ ଚାଲ୍ଲୋ’ ଡକରା ମଧ୍ୟରେ ଆଜି କୃଷକ ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହୋଇଛି । ଚଣ୍ଡିଗଡରେ ସଂଧ୍ୟାରୁ ଜାରି ରହିଥିବା ଏହି ବୈଠକରେ 3 କେନ୍ଦ୍ରମନ୍ତ୍ରୀ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି । ଆଜି ସଂଧ୍ୟାରେ, କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିତ୍ୟାନନ୍ଦ ରାୟ ଚଣ୍ଡିଗଡରେ ପହଞ୍ଚିଛନ୍ତି । ତେବେ କୃଷକ ସଂଗଠନ 13ରୁ ଦିଲ୍ଲୀ ଚଲୋ ଡାକରା ଦେବା ସହ କେନ୍ଦ୍ର ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା । ହେଲେ ଦୁଇଟି ପର୍ଯ୍ୟାୟର ଆଲୋଚନାରେ କୌଣସି ଫଳପ୍ରଦ ନିଷ୍କର୍ଷ ବାହାରି ପାରିନଥିଲା । ଦାବି ପୂରଣ ନେହେଲେ ଆନ୍ଦୋଳନ ସ୍ଥଗିତ ହେବ ନାହିଁ ବରଂ ବ୍ୟାପକ ହେବ ବୋଲି କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦେଇସାରିଛି । ଆଜି ତୃତୀୟ ପର୍ଯ୍ୟାୟ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନା ଅନୁସାରେ, କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବୈଠକରେ ସାମିଲ ହୋଇଥିବା ବେଳେ ଏକାଧିକ କୃଷକ ସଂଗଠନର କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଛନ୍ତି । ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ସାମିଲ ହୋଇଥିବା ସୂଚନା ମିଳିଛି । କଡା ସୁରକ୍ଷା ମଧ୍ୟରେ ଚଣ୍ଡିଗଡର ଏକ ହୋଟେଲରେ ଏହି ବୈଠକ ଜାରି ରହିଛି । ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଗ୍ୟାରେଣ୍ଟି ପ୍ରଦାନ କରୁଥିବା ଆଇନ କାର୍ଯ୍ୟକାରୀ କରିବା ସହ କୃଷକଙ୍କ ଅନ୍ୟ ସମସ୍ତ ଦାବି ଉପରେ ଆଲୋଚନା ହେଉଛି ।

ଏହା ମଧ୍ୟ ପଢନ୍ତୁ:- ସରିଲା EDର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ: ବିଚାର ବିଭାଗୀୟ ଜେଲକୁ ଗଲେ ହେମନ୍ତ

କୃଷକ ସଂଗଠନର ଅଭିଯୋଗ ଅନୁସାରେ, 2022 ରେ ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା ସହ କୃଷକ ସଂଗଠନ ଆନ୍ଦୋଳନରୁ ନିବୃତ୍ତ ହୋଇଥିଲା । ସେତେବେଳେ ଏହି ଆଇନ ପ୍ରତ୍ୟାହାର ସହ ‘ଏମଏସପି’ ଆକ୍ଟ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରତିଶୃତି ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ପ୍ରତିଶୃତିକୁ 2 ବର୍ଷ ବିତିଥିବା ବେଳେ ଏପର୍ଯ୍ୟନ୍ତ ସରକାର ଏହାକୁ କାର୍ଯ୍ୟକରୀ କଲେନାହିଁ ।

13 ତାରିଖରେ ଉତ୍ତର ଭାରତର ଏକାଧିକ କୃଷକ ସଂଗଠନର ପ୍ରାୟ ଲକ୍ଷାଧିକ ସଦସ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ପୋଲିସ ସେମାନଙ୍କୁ ରୋକିବା ପରେ ଉଭୟ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ଏବେ ମଧ୍ୟ କୃଷକମାନେ ଜାତୀୟ ରାଜପଥରେ ତମ୍ବୁ ଟାଣି ଧାରଣା ଦେଇଛନ୍ତି । ଦିଲ୍ଲୀକୁ ପ୍ରବେଶ କରିବା ପାଇଁ ବାରମ୍ବାର ଉଦ୍ୟମ ମଧ୍ୟ କରୁଛନ୍ତି । ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ଜାତୀୟ ରାଜପଥ ଓ ସିଙ୍ଗୁ, ଟିକିରି ବର୍ଡରରେ ହାଇଆଲର୍ଟ ଜାରି ରହିଛି । ପୂର୍ବରୁ ଦୁଇଟି ବୈଠକ ବିଫଳ ହୋଇଥିବା ବେଳେ ତୃତୀୟ ବୈଠକର ନିଷ୍କର୍ସ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.