ETV Bharat / bharat

ପାସେଞ୍ଜର ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ; ହୁତୁ ହୁତୁ ଜଳିଗଲା ୩ ଏସି ବଗି, ଭିତରେ ଥିଲେ ଯାତ୍ରୀ - Passanger train catch fire

author img

By ETV Bharat Odisha Team

Published : Aug 4, 2024, 12:45 PM IST

Korba-Visakhapatnam express catches fire: କୋରବା-ବିଶାଖାପାଟନମ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ । ଜଳିଗଲା 3ଟି ଏସି ବଗି । ଅଳ୍ପକେ ବର୍ତ୍ତିଗଲେ ଶତାଧିକ ଯାତ୍ରୀ । ପଢନ୍ତୁ ପୁରା ଖବର

Korba-Visakhapatnam express catches fire
Korba-Visakhapatnam express catches fire (ETV Bharat Odisha)

ଅମରାବତୀ: ପାସେଞ୍ଜର ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତ ହୋଇ ଜଳିଗଲା ଏକ୍ସପ୍ରେସ ଟ୍ରେନ । ଆଜି (ରବିବାର) ସକାଳେ ବିଶାଖାପାଟନମ ରେଳ ଷ୍ଟେସନରେ କୋରବା-ବିଶାଖାପାଟନମ ଏକ୍ସପ୍ରେସରେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନଟି ପ୍ଲାଟଫର୍ମରେ ଛିଡା ହୋଇଥିବା ବେଳେ ୩ଟି ଏସି ବଗି ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି । ଠିକ୍ ସମୟରେ ସମସ୍ତ ଯାତ୍ରୀଙ୍କୁ ଟ୍ରେନ ଭିତରୁ ସୁରକ୍ଷିତ ବାହାର କରାଯାଇଥିବାରୁ ନିଶ୍ଚିତ ଭାବରେ ବଡ଼ ଅଘଟଣ ଟଳି ଯାଇଛି ।

  • ପ୍ଲାର୍ଟଫର୍ମରେ ଛିଡା ହୋଇଥିବା ବେଳେ ଲାଗିଲା ନିଆଁ:

ସୂଚନା ଅନୁଯାୟୀ, ଏହି ଟ୍ରେନ ଛତିଶଗଡ଼ର କୋରବାରୁ ତିରୁପତି ଯାଉଥିଲା । ଆଜି ସକାଳେ ବିଶାଖାପାଟନମ ଷ୍ଟେସନର ୪-ନଂ ପ୍ଲାଟଫର୍ମରେ ଛିଡା ହୋଇଥିବା ବେଳେ ଏଥିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । କୌଣସି କାରଣରୁ ପ୍ରଥମେ ଟ୍ରେନର A1 କୋଚରେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ନିଆଁ ଆଉ ଦୁଇଟି ବଗିକୁ ବ୍ୟାପି ଯାଇଥିଲା । ଏହା ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ରେଲୱେ ଅଧିକାରୀମାନେ ସଙ୍ଗେ ସଙ୍ଗେ ଟ୍ରେନ ଭିତରୁ ଯାତ୍ରୀମାନଙ୍କୁ ବାହାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପୁଣି ବଡ଼ ରେଳ ଦୁର୍ଘଟଣା; ଝାଡ଼ଖଣ୍ଡ ଚକ୍ରଧରପୁରରେ ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, 2 ମୃତ, ଓଡ଼ିଶା ରୁଟରେ 3 ଟ୍ରେନ ବାତିଲ - Howrah Express Derails

ସମସ୍ତ ଯାତ୍ରୀଙ୍କୁ ଟ୍ରେନରୁ ସୁରକ୍ଷିତ ବାହାର କରାଯାଇଛି । ଏହି ଅଘଟଣରେ କାହାର କିଛି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ । ତେବେ ଅଗ୍ନିକାଣ୍ଡରେ ‘କୋରବା ଏକ୍ସପ୍ରେସ’ର ୩ଟି ଶୀତତାପ ନିୟନ୍ତ୍ରିତ ବଗି ସମ୍ପୂର୍ଣ୍ଣ ଜଳି ଯାଇଛି । ଅଗ୍ନିଶମ ବାହିନୀ ଘଟଣସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଘଟଣାକୁ ଷ୍ଟେସନରେ ଆତଙ୍କ ଖେଳି ଯାଇଛି । ଏବେ ରେଲୱେ ପକ୍ଷରୁ ଯାତ୍ରୀଙ୍କ ପାଇଁ ବିକଳ୍ପ ଟ୍ରେନର ବ୍ୟବସ୍ଥା କରାଯାଉଛି ।

  • ନିତିଦିନିଆ ହୋଇଗଲାଣି ଟ୍ରେନ ଦୁର୍ଘଟଣା:

କିଛି ଦିନ ହେବ ଦେଶରେ ଟ୍ରେନ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ହୋଇଗଲାଣି । ନିୟମିତ ବ୍ୟବଧାନରେ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି । କେଉଁଠି ଟ୍ରେନ ଲାଇନଚ୍ୟୁତ ହେଉଥିବା ବେଳେ ଆଉ କେଉଁଠି ନିଆଁ ଲାଗି ଯାଉଛି । ୩ଦିନ ତଳେ ଝାଡଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଓଡ଼ିଶାର ୨ଜଣଙ୍କ ମୃତ୍ୟୁ ହୋଇଥିଲା । ବାରମ୍ବାର ଦୁର୍ଘଟଣା ଫଳରେ ଟ୍ରେନ ଯାତ୍ରା କରିବାକୁ ନେଇ ଏବେ ଯାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.