ETV Bharat / bharat

ଯିଏ ବି ସମ୍ବିଧାନ ବିରୋଧରେ ଅଛନ୍ତି ଚଳିତ ନିର୍ବାଚନରେ ଦଣ୍ଡିତ ହେବେ: ମୋଦି - PM Modi on Election

author img

By ETV Bharat Odisha Team

Published : Apr 16, 2024, 3:43 PM IST

PM Modi Bihar Visit: ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ବିରୋଧୀଙ୍କୁ ଟାର୍ଗେଟ କରି କହିଲେ ସମ୍ବିଧାନ ବିରୋଧରେ ଯିଏ ବି ଅଛି ଚଳିତ ନିର୍ବାଚନ ସେମାନଙ୍କୁ ଦଣ୍ଡିତ କରିବ । ଅଧିକ ପଢନ୍ତୁ

PM Modi Bihar Visit
PM Modi Bihar Visit

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ବିହାର ଗସ୍ତରେ ଅଛନ୍ତି । ଏହି ଗସ୍ତରେ ବିରୋଧୀ ମେଣ୍ଟ 'ଇଣ୍ଡିଆ' ଉପରେ ବର୍ଷିଛନ୍ତି ମୋଦି । ଯିଏ ବି ସମ୍ବିଧାନ ବିରୋଧରେ ଅଛନ୍ତି ଓ ବିକଶିତ ଭାରତ ଯାତ୍ରାରେ ବାଧା ସାଜୁଛନ୍ତି ଚଳିତ ନିର୍ବାଚନରେ ସେମାନେ ଦଣ୍ଡିତ ହେବେ ବୋଲି ମୋଦି କହିଛନ୍ତି । ଏପରିକି କଂଗ୍ରେସ ଓ ଆରଜେଡି ନେତାମାନେ ସମ୍ବିଧାନକୁ ନେଇ ରାଜନୀତି କରୁଛନ୍ତି ବୋଲି ମୋଦି ଅଭିଯୋଗ କରିଛନ୍ତି ।

ବିହାର ଗୟା ଜିଲ୍ଲାରେ ରାଲି କରିବା ସମୟରେ ମୋଦି କହିଛନ୍ତି, "ଏହି ନିର୍ବାଚନ କେବଳ ଘମଣ୍ଡି (ଅହଙ୍କାରୀ) ମେଣ୍ଟ ରାଜନେତାଙ୍କ ଲାଗି । ଏହି ନିର୍ବାଚନ ସମ୍ବିଧାନ ବିରୋଧରେ ଥିବା ଓ ବିକଶିତ ଭାରତ ନେଇ କେନ୍ଦ୍ରର ଯୋଜନାରେ ବାଧା ସାଜୁଥିବା ରାଜନେତାଙ୍କୁ ଦଣ୍ଡିତ କରିବ । ଏହି ନିର୍ବାଚନ ହେଉଛି 'ବିକଶିତ ଭାରତ' ଓ 'ବିକଶିତ ବିହାର' ପାଇଁ । କଂଗ୍ରେସ ଓ ଏହାର ସହଯୋଗୀ ଦଳ ମୋତେ ଗାଳିଗୁଲଜ କରିବା ଲାଗି କେବଳ ସମ୍ବିଧାନ ନାଁ ନେଉଛନ୍ତି । ଏନଡିଏ ସର୍ବଦା ଭାରତର ସମ୍ବିଧାନକୁ ସମ୍ମାନ କରେ, ଏହି ସମ୍ବିଧାନକୁ ବାବା ସାହେବ ଆମ୍ବେଦକର ମଧ୍ୟ ପରିବର୍ତ୍ତନ କରିପାରିବେ ନାହିଁ ।"

ଏହା ବି ପଢନ୍ତୁ- ‘ଦେଶ କଳାଧନ ଆଡ଼କୁ ଅଗ୍ରସର ହେବ, ସମସ୍ତେ ଅନୁତାପ କରିବେ’: ନିର୍ବାଚନୀ ବଣ୍ଡ ମାମଲାରେ ଏମିତି କହିଲେ ମୋଦି

ମୋଦି ଆହୁରି କହିଛନ୍ତି, "ବିରୋଧୀ ମେଣ୍ଟର ନେତାମାନେ ସନାତନ ଧର୍ମକୁ ଡେଙ୍ଗୁ ମ୍ୟାଲେରିଆ କହୁଛନ୍ତି । ଏଥିପାଇଁ ସେମାନେ ଗୋଟିଏ ଆସନ ପାଇବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ । ସେମାନଙ୍କୁ ନିଶ୍ଚିତ ଦଣ୍ଡ ମିଳିବା ଆବଶ୍ୟକ । ଆରଜେଡି ହେଉଛି ଦୁର୍ନୀତି ଓ ଗୁଣ୍ଡାରାଜର ସଙ୍କେତ । ଆରଜେଡି ବିହାରକୁ କେବଳ ଦୁଇଟି ଜିନିଷ ଦେଇଛି- ଗୋଟିଏ ଜଙ୍ଗଲରାଜ ଓ ଅନ୍ୟଟି ଦୁର୍ନୀତି । ବିହାରରେ ଆରଜେଡି କାର୍ଯ୍ୟକାଳ ସମୟରେ ବିହାରରେ ଦୁର୍ନୀତିଗ୍ରସ୍ତ ଶିଳ୍ପାନୁଷ୍ଠାନ ଗଢି ଉଠିଥିଲା ।"

ସେହିପରି କଂଗ୍ରେସ ଭାରତକୁ 'ସମୃଦ୍ଧ ଭାରତ' ଭାବେ ଗଢି ତୋଳିବାର ସୁଯୋଗକୁ ହାତଛଡ଼ା କରିଛି । ଆରଜେଡି ଓ କଂଗ୍ରେସ ରାଜନୀତି ମାଧ୍ୟମରେ ସାମାଜିକ ନ୍ୟାୟ ସହିତ ଖେଳିଛନ୍ତି ବୋଲି ମୋଦି କହିଛନ୍ତି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (HAM) ପ୍ରତିଷ୍ଠାତା ଜିତନ କୁମାର ମାଞ୍ଝୀ ଏନଡିଏ ମେଣ୍ଟରୁ ଗୟାରୁ ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଆଜି ଗୟା ପରେ ପ୍ରଧାନମନ୍ତ୍ରୀ ବିହାରର ହଟସିଟ୍‌ କୁହାଯାଉଥିବା ପୁର୍ଣ୍ଣିଆ ସଂସଦୀୟ କ୍ଷେତ୍ରରେ ମଧ୍ୟ ଏକ ବିଶାଳ ରାଲିରେ ଯୋଗ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.