ETV Bharat / bharat

ନେପାଳ ନୋଟରେ ଛପା ନୂଆ ମାନଚିତ୍ରରେ ଭାରତର 3 ଅଞ୍ଚଳ - India Nepal dispute - INDIA NEPAL DISPUTE

India Nepal dispute: ନୂଆ 100 ଟଙ୍କିଆ ନୋଟରେ ଭାରତର 3 ଅଞ୍ଚଳକୁ ମ୍ୟାପରେ ଦର୍ଶାଇବ ନେପାଳ । ଏହା ନେପାଳର ଏକପାଖିଆ ନିଷ୍ପତ୍ତି ବୋଲି କହିଲେ ଜୟଶଙ୍କର । ଅଧିକ ପଢନ୍ତୁ

Nepal New Map
Nepal New Map (ANI)
author img

By ETV Bharat Odisha Team

Published : May 5, 2024, 8:52 AM IST

ନୂଆଦିଲ୍ଲୀ: ନେପାଳରେ ନୂଆ 100 ଟଙ୍କିଆ ନୋଟ ଛପାଯିବ । ଏହି ନୋଟରେ ଦେଶର ମାନଚିତ୍ର ସ୍ଥାନ ପାଇବ । ଯେଉଁଥିରେ ଭାରତର 3ଟି ଅଞ୍ଚଳ ଲିପୁଲେଖ, ଲିମ୍ପିଆଧୁରା ଓ କାଲାପାନିକୁ ନିଜ ଅଂଶ ଭାବେ ଦର୍ଶାଇବ ନେପାଳ । ପୂର୍ବରୁ ଭାରତର ଏହି ତିନି ଅଞ୍ଚଳକୁ ନେପାଳ ନିଜର ବୋଲି ଦାବି କରୁଥିବା ବେଳେ ଏବେ ଏହାକୁ ନିଜର ନୂତନ 100 ଟଙ୍କିଆ ନୋଟ ମାନଚିତ୍ରରେ ଦର୍ଶାଇବାକୁ ନିଷ୍ପତ୍ତି ନେଇଛି । ଏହା ନେପାଳର ଏକପାଖିଆ ନିଷ୍ପତ୍ତି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଏହାକୁ ନେଇ ପୂର୍ବରୁ ନେପାଳ ସହ ଭାରତର ବିବାଦ ଲାଗିରହିଛି ।

ଏହି ଘଟଣାରେ ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, "ମୁଁ ସେହି ରିପୋର୍ଟ ଦେଖିଲି । କିନ୍ତୁ ବିସ୍ତାର ଭାବରେ ଦେଖିନାହିଁ । ଆମର ସ୍ଥିତି ବହୁତ ସ୍ପଷ୍ଟ । ସୀମା ପ୍ରସଙ୍ଗ ବିଷୟରେ ଆମେ ନେପାଳ ସହ ଆଲୋଚନା କରୁଥିଲୁ । ଏହାରି ମଧ୍ୟରେ ସେମାନେ ନିଜ ପକ୍ଷରୁ ଏକତରଫା କିଛି ନିଷ୍ପତ୍ତି ନେଇଛନ୍ତି । ହେଲେ ସେମାନେ ଆମର ସ୍ଥିତିକୁ ପରିବର୍ତ୍ତନ କରିବେ ନାହିଁ କିମ୍ବା ଭୂମିରେ ଥିବା ବାସ୍ତବତାକୁ ପରିବର୍ତ୍ତନ କରିବେ ନାହିଁ ।''

ଏହା ମଧ୍ୟ ପଢନ୍ତୁ-Nepal-India Border Dispute: ସୀମାରେ ଭାରତୀୟ ଶ୍ରମିକଙ୍କୁ ପଥର ଫିଙ୍ଗିଲା ନେପାଳ

ସରକାରୀ ମୁଖପାତ୍ର ରେଖା ଶର୍ମା କହିଛନ୍ତି, “ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦର ବୈଠକରେ ନେପାଳର ନୂଆ ମାନଚିତ୍ରକୁ ନୋଟରେ ଛାପିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଏହି ମ୍ୟାପରେ ଲିପୁଲେଖ, ଲିମ୍ଫିଆଧୁରା ଓ କାଲାପାନିକୁ ସାମିଲ କରାଯାଇଛି ।''

ଜୁନ୍ 18, 2020ରେ ନେପାଳର ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରାଯାଇଥିଲା । ସେହି ସମୟରେ ଲିପୁଲେଖ, ଲିମ୍ପିଆଧୁରା ଓ କାଲାପାନିକୁ ନେପାଳ ନିଜର ଅଂଶ ଭାବେ ମାନଚିତ୍ରରେ ଦର୍ଶାଯାଇଥିଲା । ସେଥିପାଇଁ ନେପାଳ ସମ୍ବିଧାନରେ ସଂଶୋଧନ କରାଯାଇଥିଲା । ଏହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ନେପାଳର ଏପରି ନିଷ୍ପତ୍ତିକୁ ଭାରତ ଏକତରଫା ଦର୍ଶାଇ ବିରୋଧ କରିଥିଲା । ଭାରତ ମଧ୍ୟ ଏହି ତିନି ଅଞ୍ଚଳକୁ ନିଜର ବୋଲି କହୁଛି । ନୋପାଳ ଓ ଭାରତ ମଧ୍ୟରେ 1,850 କିଲୋମିଟର ସୀମା ରହିଛି । ଏଥିରେ ଭାରତର 5ଟି ରାଜ୍ୟ ସିକ୍କିମ୍, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ଅନ୍ତର୍ଭୁକ୍ତ । ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.