ETV Bharat / bharat

7 ଘଣ୍ଟା ଘାଣ୍ଟିବା ପରେ ବାହାରିଲା ଇଡି, ସମର୍ଥକଙ୍କୁ ସମ୍ବୋଧିତ କରି ବର୍ଷିଲେ ହେମନ୍ତ

author img

By ETV Bharat Odisha Team

Published : Jan 20, 2024, 10:38 PM IST

ED raid on CM Hemant Sorens house: 7ଘଣ୍ଟା ଚଢାଉ ପରେ ହେମନ୍ତ ସୋରେନଙ୍କ ବାସଭବନ ଛାଡିଲେ ଇଡି ଟିମ । ଅଧିକ ପଢନ୍ତୁ

ସମର୍ଥକଙ୍କୁ ସମ୍ବୋଧିତ କରି କଣ କହିଲେ ସୋରେନ
ସମର୍ଥକଙ୍କୁ ସମ୍ବୋଧିତ କରି କଣ କହିଲେ ସୋରେନ

ରାଞ୍ଚି: ବହୁଚର୍ଚ୍ଚିତ ଜମି ଘୋଟାଲା ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ 7 ଘଣ୍ଟା ଚଢାଉ ଓ ହେମନ୍ତଙ୍କୁ ଜେରା କରିବା ପରେ ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ ମୁଖ୍ୟମନ୍ତ୍ରୀ ନିବାସ ଛାଚିଛି । ବିଳମ୍ବିତ ସଂଧ୍ୟାରେ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀମାନେ ସୋରେନଙ୍କ ବାସଭବନରୁ ବାହାରିଛନ୍ତି । କାର୍ଯ୍ୟାନୁଷ୍ଠାନରେ କଣ ମିଳିଛି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନି । ଏହା ପରେ ହେମନ୍ତ ସୋରେନ ବାସଭବନ ବାହାରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି । ନାଁ ନେଇ ଭାରତୀୟ ଜନତା ପାର୍ଟି ଉପରେ ସେ ବର୍ଷିଛନ୍ତି । ସେ କୌଣସି ଚୋରିରେ ସମ୍ପୃକ୍ତି ନୁହନ୍ତି । ସେ କୌଣସି ବେଆଇନ କାମ କରିନାହାନ୍ତି । ତେଣୁ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ । ଏବେ ସେମାନଙ୍କ (ବିଜେପି ଶାସନ) ଶେଷ ସମୟ ଆସିଗଲା ବୋଲି ମଧ୍ୟ ସୋରେନ କହୁଥିବା ଶୁଣିବାକୁ ମିଳିଛି ।

  • #WATCH | Ranchi | Jharkhand CM Hemant Soren says, "They are hatching conspiracies...We are doing the state's development by shredding their conspiracies to pieces...It is time to put a final nail in their coffin...Don't worry...I will be grateful to you. Hemant Soren will always… pic.twitter.com/EYcePZyyHu

    — ANI (@ANI) January 20, 2024 " class="align-text-top noRightClick twitterSection" data=" ">

ସମର୍ଥକଙ୍କୁ ସୋରେନ କହିଛନ୍ତି, "ସେମାନେ ମୋ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଆମେ ସେମାନଙ୍କ ଷଡଯନ୍ତ୍ରକୁ ଖଣ୍ଡନ କରି ରାଜ୍ୟର ବିକାଶ ଜାରି ରଖିଛୁ । ବର୍ତ୍ତମାନ ସମୟ ଆସିଛି, ସେମାନଙ୍କ କଫିନ୍‌ରେ ଶେଷ କଣ୍ଟା ବାଡେଇବାର । ଚିନ୍ତା କରିବାର କୌଣସି କାରଣ ନାହିଁ । ମୁଁ ସବୁବେଳେ ଆପଣମାନଙ୍କ ସାଥୀରେ ରହିଛି । ଆପଣଙ୍କ ପ୍ରତି କୃତଜ୍ଞ ରହିବି ।’’ ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ ତାଙ୍କ ବାସଭବନ ଛାଡିବା ପରେ ହଜାର ହଜାର ସଂଖ୍ୟାରେ ସମର୍ଥକ ତାଙ୍କ ବାସଭବନ ସମ୍ମୁଖରେ ଏକାଠି ହୋଇ ତାଙ୍କ ସମର୍ଥନରେ ନାରାବାଜୀ କରିଥିଲେ । ପରେ ସୋରେନ ସେମାନଙ୍କୁ ସମ୍ବୋଧିତ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-ଜମି ଦୁର୍ନୀତି ମାମଲା; ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘରେ ପଶିଲା ଇଡି

ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ୭ ଥର ସମନ ଜାରି କରିଥିଲା । କିନ୍ତୁ ସେ ଏହାକୁ ବେଆଇନ ଓ ଉଦ୍ଦେଶ୍ୟ ପ୍ରଣୋଦିତ କହି ପ୍ରତିଥର ଅଣଦେଖା କରିଥିଲେ । ଏହାପରେ ଇଡି ସୋରେନଙ୍କୁ ପଚରାଉଚରା ସହ ବୟାନ ରେକର୍ଡ ପାଇଁ ସ୍ଥାନ ଓ ସମୟ ଜଣାଇବାକୁ ଏକ ଚିଠି ଲେଖିଥିଲା । ଜାନୁୟାରୀ ୧୬ ରୁ ୨୦ ତାରିଖ ମଧ୍ୟରେ ଗୋଟିଏ ଦିନ ବାଛିବାକୁ ଅଷ୍ଟମ ଥର ସମନ କରିଥିଲା । ପରେ ଜାନୁୟାରୀ ୨୦ ତାରିଖରେ ତାଙ୍କର ବାସଭବନରେ ପଚରାଉଚରା କରିବାକୁ ସୋରେନ ଇଡିକୁ ଚିଠି ଲେଖି ଜଣାଇଥିଲେ । ଏହି କ୍ରମରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଘରେ ପହଞ୍ଚି ତାଙ୍କୁ ପଚରାଉଚରା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.