ETV Bharat / bharat

ଗୃହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ‘ଗତ 5 ବର୍ଷରେ ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ଦେଖିଛି ଦେଶ’ - PM Modi

PM Modi in Last Sitting of 17th Lok Sabha: ଅଧିବେଶନ ଅନ୍ତିମ ଦିବସରେ ଗୃହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି । ଗୃହକାର୍ଯ୍ୟ ପାଇଁ ବାଚସ୍ପତିଙ୍କୁ ଓ ସମସ୍ତ ସାଂସଦଙ୍କୁ ମଧ୍ୟ କଲେ ପ୍ରଶଂସା । ଅଧିକ ପଢନ୍ତୁ

ଅଧିବେଶନ ଅନ୍ତିମ ଦିବସରେ ଗୃହକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ‘ଗତ 5 ବର୍ଷରେ ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ଦେଖିଛି ଦେଶ’

author img

By ETV Bharat Odisha Team

Published : Feb 10, 2024, 7:04 PM IST

ନୂଆଦିଲ୍ଲୀ: ଆଜି ସପ୍ତଦଶ ଲୋକସଭାର ଶେଷ ଅଧିବେଶନର ଅନ୍ତିମ କାର୍ଯ୍ୟଦିବସରରେ ଗୃହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଭାଷଣରେ ପୂର୍ବ ପରି ସରକାରର ଉପଲବ୍ଧିର ଚିତ୍ର ଦେଖିବାକୁ ମିଳିଛି । ବିରୋଧୀଙ୍କୁ କଡା ସମାଲୋଚନା କରୁଥିବା ପ୍ରଧାନମନ୍ତ୍ରୀ ଆଜି ସମସ୍ତ ସାଂସଦଙ୍କୁ ସଂସଦୀୟ ବ୍ୟବସ୍ଥାରେ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିଛନ୍ତି । ଗତ 5 ବର୍ଷରେ ଦେଶ ବିଭିନ୍ନ କ୍ଷେତ୍ରରେ ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ଦେଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ଗୃହ ପରିଚାଳନାରେ ପ୍ରଧାନମନ୍ତ୍ରୀ, ବାଚସ୍ପତି ଓମ ବିର୍ଲାଙ୍କ କାର୍ଯ୍ୟଶୈଳୀକୁ ଅତ୍ୟନ୍ତ ପ୍ରଶଂସା କରିଛନ୍ତି । କୌଣସି ପରିସ୍ଥିତିରେ ବାଚସ୍ପତି ବିର୍ଲା ଧୈର୍ଯ୍ୟ ଓ ନିରପେକ୍ଷତାର ସହ ଗୃହକୁ ମାର୍ଗଦର୍ଶନ କରିଛନ୍ତି । ସଂସଦୀୟ ବ୍ୟବସ୍ଥାରେ ସମସ୍ତ ସାଂସଦଙ୍କର ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଗତ ଶହେ ବର୍ଷ ଧରି ଦେଶବାସୀଙ୍କ ଅପେକ୍ଷାରେ ଥିବା କିଛି କାର୍ଯ୍ୟ ଏଥର ପୂରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଚଳିତ ସରକାରରେ ଗ୍ରହଣ କରାଯାଇଥିବା ବହୁ ଐତିହାସିକ ତଥା ଚର୍ଚ୍ଚିତ ନିଷ୍ପତ୍ତିକୁ ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନ ମାଧ୍ୟମରେ ସ୍ମରଣ କରିଛନ୍ତି । କାଶ୍ମୀରରୁ ଧାରା-370 ଉଚ୍ଛେଦ, ଭାରତର ଜି-20 ସମ୍ମିଳନୀରେ ଅଧ୍ୟକ୍ଷତା, ଡାଟା ସୁରକ୍ଷା ଅଧିନିୟମ ପରି ବହୁ ଐତିହାସିକ ସଫଳତା ଚଳିତ ଲୋକସଭା କାର୍ଯ୍ୟକାଳରେ ହୋଇଛି । ଏକାଧିକ ଗମ୍ଭୀର ସମସ୍ୟା ଓ ଆହ୍ବାନ ସତ୍ତ୍ବେ ଦେଶକୁ ସଠିକ ଦିଶା ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶବାସୀ ଦୀର୍ଘ ବର୍ଷ ହେବ ଦେଶରେ ଗୋଟିଏ ସମ୍ବିଧାନ ଦେଖିବାକୁ ସ୍ବପ୍ନ ରଖିଥିଲେ । ଚଳିତ ଲୋକସଭାରେ ଧାରା-370 ଉଚ୍ଛେଦ କରି ଏହାକୁ ବାସ୍ତବତାରେ ପରିଣତ କରାଯାଇଛି । ତିନି ତଲାକ ଓ ମହିଳା ସଂରକ୍ଷଣ ଅଧିନିୟମ ଦେଶର ନାରୀଶକ୍ତିଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନରେ ଧ୍ୟାନ ଦେବେ ରାହୁଲ, 10 ଦିନ ହ୍ରାସ ହୋଇପାରେ ନ୍ୟାୟ ଯାତ୍ରା ଅବଧି

ଗତମାସ (ଜାନୁଆରୀ) 31ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେସନରେ ମିଳିତ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଥିଲେ । ଏହା ପରେ ଫେବୃଆରୀ ପହିଲାରେ କାମଚଳା ବଜେଟ ଉପସ୍ଥାପିତ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପରେ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ବିଲ ମଧ୍ୟ ପାରିତ ହୋଇଥିଲା । ପରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ । ଉଭୟ ଗୃହକୁ ସମ୍ବୋଧିତ କରିଥିବା ପ୍ରଧାନମନ୍ତ୍ରୀ ସବୁଥର ସରକାରଙ୍କ ସଫଳତା ବଖାଣିବା ସହ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ଆଜି ବଜେଟର ଉଦଯାପନୀ କାର୍ଯ୍ୟଦିବସ ତଥା ଶପ୍ତଦଶ ଲୋକସଭାର ଶେଷ ସଂସଦୀୟ ଦିବସରେ ମଧ୍ୟ ସେ ଲୋକସଭାକୁ ସମ୍ବୋଧିତ କରିଛନ୍ତି । ଆଉ ଦୁଇମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.