ETV Bharat / bharat

28 ସପ୍ତାହରେ ଗର୍ଭପାତ; ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - SC on Termination

author img

By ETV Bharat Odisha Team

Published : Apr 19, 2024, 8:31 PM IST

Termination of 28 Weeks Pregnancy: 28 ସପ୍ତାହରେ ଯୌନ ନିର୍ଯାତନାର ଶିକାର ହୋଇଥିବା ଝିଅର ଗର୍ଭପାତ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ମାଆ । ଡାକ୍ତରୀ ମାଇନା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Termination of 28 Weeks Pregnancy
Termination of 28 Weeks Pregnancy

ନୂଆଦିଲ୍ଲୀ: ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହେଲେ 28 ସପ୍ତାହରେ ଗର୍ଭପାତ କରିବାକୁ ଚାହୁଁଥିବା ଜଣେ ନାବାଳିକା ପୀଡ଼ିତାଙ୍କ ମାଆ । ପୀଡିତାଙ୍କୁ 14 ବର୍ଷ ବୟସ ହୋଇଥିବା ବେଳେ ସେ 5 ମାସରୁ ଊର୍ଦ୍ଧ୍ବ ଦିନ ଧରି ଗର୍ଭବତୀ ଅଛନ୍ତି । ପୀଡ଼ିତାଙ୍କ ପରିବାର ଗର୍ଭପାତ କରିବାକୁ ଚାହୁଁଥିବା ବେଳେ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଅନ ହସ୍ପିଟାଲରେ ଗଠିତ ହେବାକୁ ଥିବା ମେଡିକାଲ ବୋର୍ଡଙ୍କ ଦ୍ବାରା ଏହି ମେଡିକାଲ ଯାଞ୍ଚ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ପୀଡ଼ିତା ଓ ତାଙ୍କ ମାଆ ଯେପରି ହସ୍ପିଟାଲରେ ପହଞ୍ଚିବେ ସେଥିଲାଗି ବ୍ୟବସ୍ଥା କରିବାକୁ କୋର୍ଟ ମହାରାଷ୍ଟ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସେଲଙ୍କୁ କହିଛନ୍ତି । ଏନେଇ ସିଜେଆଇ କହିଛନ୍ତି, " ପୀଡ଼ିତାଙ୍କ ରିପୋର୍ଟ ଆସିବା ପରେ ଏହାକୁ କୋର୍ଟରେ ଦାଖଲ କରାଯିବ । ଏହାସହ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ନଥାଇ ଯେପରି ଗର୍ଭପାତ କରାଯାଇପାରିବ କି ନାହିଁ ସେ ନେଇ କୋର୍ଟଙ୍କୁ ଜଣାଇବେ ।" ଆସନ୍ତା ସୋମବାର ଏହି ସବୁ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- 29 ସପ୍ତାହର ଗର୍ଭ ନଷ୍ଟ କରିବା ଆଦେଶ ଫେରାଇ ନେଲେ ହାଇକୋର୍ଟ

ସେପଟେ କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ (ASG) ଐଶ୍ବର୍ଯ୍ୟା ଭାତୀ ପ୍ରତିକ୍ରିୟା ରଖି କହିଛନ୍ତି, "ଅତ୍ୟନ୍ତ ଗମ୍ଭୀର ମାମଲା । ମେଡିକାଲ ବୋର୍ଡର ତଥ୍ୟ ଅନୁସାରେ କୌଣସି ଜନ୍ମଗତ ଅସ୍ବାଭାବିକତା ନାହିଁ ଏବଂ ଗର୍ଭଧାରଣ 28 ସପ୍ତାହ ସହିତ ଆଡଭାନ୍ସ ପର୍ଯ୍ୟାୟରେ ଅଛି । ଗର୍ଭପାତ ପାଇଁ କୌଣସି ବାଧ୍ୟତାମୂଳକ ମାମଲା ହୋଇନାହିଁ ବୋଲି ବୋର୍ଡ ଦର୍ଶାଇଛି । ମୁଁ ଭାବୁଛି ସେମାନେ ଝିଅର ଦୃଷ୍ଟିକୋଣରୁ ଜାଣିବା ଆବଶ୍ୟକ କରନ୍ତି ଏବଂ ମୁଁ ଭାବୁଛି ଏହା ଧାରା 142 ଅନୁଯାୟୀ ଏକ ଆଦେଶ ଆବଶ୍ୟକ କରେ ।"

କଣ ଘଟଣା ?: ବମ୍ବେ ହାଇକୋର୍ଟ ଚଳିତ ବର୍ଷ ଏପ୍ରିଲ 4 ତାରିଖରେ ମହିଳାଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏଫଆଇଆରରେ ଏହା କୁହାଯାଇଥିଲା ଯେ ନାବାଳିକା ଜଣକ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ଧାରା 376 ଓ ପୋକ୍ସୋ ଆଇନ ଅନୁସାରେ ମାମଲା ରୁଜୁ ହୋଇଥିଲା । ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଗଠିତ ମେଡିକାଲ ବୋର୍ଡର ରାୟ ଉପରେ ଭରସା କରି କହିଥିଲେ, " ଏହା ପ୍ରତୀୟମାନ ହେଉଛି ଯେ ମେଡିକାଲ ରିପୋର୍ଟ ଦୁଇ ପ୍ରକାରର ଥିଲା । ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ ଗୋଟିଏ ରିପୋର୍ଟ ପୀଡ଼ିତାଙ୍କ ବିନା ମେଡିକାଲ ଯାଞ୍ଚରେ ପ୍ରସ୍ତୁତ ହୋଇଥିଲା । ରେକର୍ଡ ଅନୁସାରେ ସବୁଠୁ ମହତ୍ତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ରିପୋର୍ଟରେ ପୀଡ଼ିତାଙ୍କ ମାନସିକ ଓ ଶାରୀରିକ ସ୍ଥିତି ଉପରେ କୌଣସି ସୂଚନା ନାହିଁ ।"

ସର୍ବୋଚ୍ଚ ଅଦଲାତ କହିଛନ୍ତି ଯେ ଗର୍ଭଧାରଣର ପୂର୍ଣ୍ଣ ଅବଧି ପର୍ଯ୍ୟନ୍ତ ନାବାଳିକାର ଶାରୀରିକ ତଥା ମାନସିକ ସୁସ୍ଥତା ଉପରେ ପ୍ରଭାବ ପକାଇବ କି ନାହିଁ ତାହା ଜାଣିବା ଆବଶ୍ୟକ । ବେଞ୍ଚ ଆହୁରି କହିଛନ୍ତି ଯେ ଆସନ୍ତାକାଲି ସିଅନ ହସ୍ପିଟାଲରେ ଗଠନ ହେବାକୁ ଥିବା ମେଡିକାଲ ବୋର୍ଡ ଦ୍ବାରା ଆବେଦନକାରୀଙ୍କ ଝିଅର ପୁନଃ ମେଡିକାଲ ଯାଞ୍ଚ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.