ETV Bharat / bharat

ବାହାଘରକୁ ଆସିବାକୁ ଲୋକଙ୍କୁ କୋଶ୍ଚିନ ପେପର ପଠାଇଦେଲେ ଶିକ୍ଷୟିତ୍ରୀ ! ମିଳିଲା 100ରୁ 100 ମାର୍କ - Wedding Card Like Question Paper

author img

By ETV Bharat Odisha Team

Published : Aug 21, 2024, 6:38 PM IST

Updated : Aug 26, 2024, 9:28 AM IST

Teachers Wedding Invitation Card Like Question Paper: ବିବାହ କାର୍ଡରୁ ଆରମ୍ଭ କରି ଡ୍ରେସ, ଡିନର ସମସ୍ତ ଜିନିଷକୁ ନିଆରା ଏବଂ ସ୍ବତନ୍ତ୍ର ଢଙ୍ଗରେ ଲେଖାଯାଇଛି । ଆଉ ଏହି କାର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

Wedding Invitation Card
Wedding Invitation Card (ETV Bharat Odisha)

ହାଇଦ୍ରାବାଦ: ବାହାଘର କାର୍ଡ ବଦଳରେ ଲୋକଙ୍କୁ କୋଶ୍ଚିନ ପେପର ପଠେଇଦେଲେ କି ଶିକ୍ଷୟିତ୍ରୀ ? କାରଣ କାର୍ଡ ପାଇବା ପରେ ଚକିତ ହୋଇଥିଲେ ସଭିଏଁ । ବାହାଘରକୁ ସ୍ମରଣୀୟ କରିବା ପାଇଁ ଅନେକ ସମୟରେ ବର କନିଆଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ନିଆରା କାର୍ଯ୍ୟକ୍ରମ କରାଯାଉଛି । କେତେବେଳେ କିଏ ନୂଆ ନୂଆ ଡିଜାଇନ କାର୍ଡ ତ କେତେବେଳେ ଗଛ ପ୍ରଦାନ କରୁଛନ୍ତି ଅତିଥିଙ୍କୁ, କେତେବେଳେ କିଏ ପାରମ୍ପାରିକ ଉପାୟରେ ବିବାହ କରୁଛନ୍ତି ତ କିଏ ମଡର୍ଣ୍ଣ ଷ୍ଟାଇଲରେ ବିବାହ କରୁଛନ୍ତି, କିଏ ପାଣି ଭିତରେ ତ କିଏ ମଝି ଆକାଶରେ ବିବାହ କରୁଛନ୍ତି ।

ତେବେ ଏପରି ଏକ ବାହାଘର କାର୍ଡକୁ ନେଇ ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ । ଏକ ଘରୋଇ ଇଂଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ପ୍ରତ୍ୟୁଷା ନାରକେଡାମିଲି । ସେ ବିଶାଖାପାଟଣାର ଫନିନ୍ଦ୍ରଙ୍କୁ ବିବାହ କରିବେ । ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ସେଠାରେ ଭେଟିଥିଲେ । ତେବେ ବାବାହ କାର୍ଡ ପୁରାପୁରି ଭାବେ ପ୍ରଶ୍ନପ୍ରତି ଭଳି ଦେଖିବାକୁ । ଏଥିରେ ସିଙ୍ଗଲ୍ ଆନସର କୋଶ୍ଚିନ, ମଲ୍ଟିପଲ ଚଏସ ପ୍ରଶ୍ନ, ଟ୍ରୁ ଏବଂ ଫଲ୍ସ କୋଶ୍ଚିନ ଭଳି ଅଜବ ଗଜବ ଲେଖା ରହିଥିଲା । ତେବେ ଏହି କାର୍ଡରେ ସମୁଦାୟ 100 ନମ୍ବରରୁ 100 ନମ୍ବର ମିଳିଛି ।

ଏହା ବି ପଢନ୍ତୁ- ଟ୍ରେନ ଛାଡିବାର ୫ ମିନିଟ୍‌ ପୂର୍ବରୁ ବୁକିଂ କରିପାରିବେ ଟିକଟ, କାଣନ୍ତୁ କେମିତି - Book Train Ticket Before Departure

ଆଉ ଏହି କାର୍ଡ ପାଇବା ପରେ ଲୋକେ ହୋଇଥିଲେ ଆଶ୍ଚର୍ଯ୍ୟ । କାରଣ ବାବାହ କାର୍ଡରୁ ଆରମ୍ଭ କରି ଡ୍ରେସ, ଡିନର ସମସ୍ତ ଜିନିଷ ସ୍ବତନ୍ତ୍ର ଥିଲା । ଏପରିକି ତାଙ୍କ ବିବାହରେ ଯୋଗ ଦେଇଥିବା ଲୋକେ କହିଥିଲେ ଏହା ଆମ ପାଇଁ ଅଭୁଲା ଦିନ । ଆଉ ଏହି କାର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି ।

ପ୍ରତ୍ୟୁଷା ନାରକେଡାମିଲି ଆସନ୍ତା 23 ତାରିଖରେ ବିବାହ କରିବେ । ତେବେ ଏହା କାର୍ଡଟିକୁ ପ୍ରତ୍ୟୁଷା ଡିଜାଇନ୍ କରିଛନ୍ତି । ତେବେ ଏହା ଏକ ପିଲାଙ୍କ କୋଶ୍ଚିନ ପେପର ଭଳ ଥିଲା । ଯାହା ଲୋକଙ୍କୁ ସରପ୍ରାଇଜ କରିଥିଲା ।

ଏହି କାର୍ଡରେ 8ଟି ପ୍ରଶ୍ନ ପଚାରିଛନ୍ତି ପ୍ରତ୍ୟୁଷା । ପ୍ରଥମ ପ୍ରଶ୍ନରେ ବରର ଫଟୋ ଆଗରେ ଲେଖିଛନ୍ତି, ଏହି ଲୋକଙ୍କୁ ପ୍ରଥମେ ମନେ ରଖନ୍ତୁ । ତେବେ ଏଥିରେ ଥିବା 8 ଟି ପ୍ରଶ୍ନ ମଲ୍ଟିପୁଲ୍ ଚଏସ ତ ସିଙ୍ଗଲ ଚୟସ ପ୍ରଶ୍ନ । ବର କନିଆଙ୍କ ନାମ, ବାବାହ ଦିନ, ସମୟ, ସ୍ଥାନ, ଡିନର ନେଇ ପ୍ରଶ୍ନ ରହିଛି । ଆଉ ଏହି କାର୍ଡ ପାଇଁ ବର୍ତ୍ତମାନ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରାଯାଉଛି ।

Last Updated : Aug 26, 2024, 9:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.