ETV Bharat / bharat

ଗୁଜୁରାଟରେ ନିର୍ମାଣ ହେବ C-295 ଯୁଦ୍ଧ ବିମାନ, ଟାଟା-ଏୟାରବସ ପ୍ଲାଣ୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗୁଜୁରାଟ ଭଦୋଦୋରାରେ ଟାଟା-ଏୟାରବସ ମିଳିତ ପ୍ଲାଣ୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ପେନ ରାଷ୍ଟ୍ରପତି । ନିର୍ମାଣ ହେବ ଅତ୍ୟାଧୁନିକ C295 ବିମାନ ।

ଗୁଜୁରାଟରେ ନିର୍ମାଣ ହେବ C295 ବିମାନ, ଟାଟା-ଏୟାରବସ ମିଳିତ ପ୍ଲାଣ୍ଟକୁ ଉଦଘାଟନ କଲେ ମୋଦି ଓ ସ୍ପେନ ରାଷ୍ଟ୍ରପତି
ଗୁଜୁରାଟରେ ନିର୍ମାଣ ହେବ C295 ବିମାନ, ଟାଟା-ଏୟାରବସ ମିଳିତ ପ୍ଲାଣ୍ଟକୁ ଉଦଘାଟନ କଲେ ମୋଦି ଓ ସ୍ପେନ ରାଷ୍ଟ୍ରପତି (ETV Bharat Odisha)
author img

By ETV Bharat Odisha Team

Published : 3 hours ago

Updated : 2 hours ago

ଗାନ୍ଧୀନଗର: ଗୁଜୁରାଟର ଭଦୋଦରାରେ ଉଦଘାଟିତ ହେଲା ବହୁଚର୍ଚ୍ଚିତ ଟାଟା-ଏୟାରବସ C-295 ବିମାନ ନିର୍ମାଣ ପ୍ଲାଣ୍ଟ । ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସଞ୍ଚେଜଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ସୋମବାର) ପ୍ଲାଣ୍ଟର ଉଦଘାଟନ କରିଛନ୍ତି । ତିନି ଦିନିଆ ଭାରତ ଗସ୍ତରେ ଥିବା ସ୍ପେନ ରାଷ୍ଟ୍ରପତି ସଞ୍ଚେଜ ଆଜି ସକାଳେ ଭଦୋଦରାରେ ପହଞ୍ଚିଥିଲେ । ପ୍ଲାଣ୍ଟ ଉଦଘାଟନ ପୂର୍ବରୁ ଉଭୟ ରାଷ୍ଟ୍ରମୁଖ୍ୟ ରୋଡ ସୋ’ ମଧ୍ୟ କରିଥିଲେ ।

ସ୍ପେନର ଆଭିଏସନ କମ୍ପାନୀ ‘ଏୟାରବସ’ ସହଯୋଗରେ ‘ଟାଟା ଆଡଭାନ୍ସ ସିଷ୍ଟମ’ ଏହି କାରଖାନା ସ୍ଥାପନ କରିଛି । ‘ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ୍’ (TASL) କ୍ୟାମ୍ପସରେ ଏହି ଉତ୍ପାଦନକାରୀ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏହା ଭାରତୀୟ ସାମରିକ କ୍ଷେତ୍ରକୁ ବଳ ଦେବା ସହ ଆତ୍ମନିର୍ଭରତା ବଢାଇବ ।

ଗୁଜୁରାଟରେ ନିର୍ମାଣ ହେବ C295 ବିମାନ, ଟାଟା-ଏୟାରବସ ମିଳିତ ପ୍ଲାଣ୍ଟକୁ ଉଦଘାଟନ କଲେ ମୋଦି ଓ ସ୍ପେନ ରାଷ୍ଟ୍ରପତି
ଗୁଜୁରାଟରେ ନିର୍ମାଣ ହେବ C295 ବିମାନ, ଟାଟା-ଏୟାରବସ ମିଳିତ ପ୍ଲାଣ୍ଟକୁ ଉଦଘାଟନ କଲେ ମୋଦି ଓ ସ୍ପେନ ରାଷ୍ଟ୍ରପତି (ETV Bharat Odisha)
  • ଭାରତରେ ନିର୍ମାଣ ହେବ ୪୦ ଟି ଅତ୍ୟାଧୁନିକ ବିମାନ

କେନ୍ଦ୍ର ସରକାରଙ୍କ ‘C-295’ କାର୍ଯ୍ୟକ୍ରମ ଅଧୀନରେ ମୋଟ 56 ବିମାନ ନିର୍ମାଣ ହେବାର କାର୍ଯ୍ୟକ୍ରମ ଅଛି । ସେଥିମଧ୍ୟରୁ 16ଟି ସ୍ପେନ ଆଭିଏସନ କମ୍ପାନୀ ‘ଏୟାରବସ’ ନିର୍ମାଣ କରିବା ସହ ଭାରତକୁ ଯୋଗାଇଦେବ । ଅବଶିଷ୍ଟ 40ଟି ବିମାନ ଭାରତରେ ଟାଟା କମ୍ପାନୀର ମିଳିତ ସହଯୋଗରେ ନିର୍ମାଣ ହେବ । ଏହି 40ଟି ବିମାନ ଉତ୍ପାଦନ ପାଇଁ ‘ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ’ ଓ ‘ଏୟାରବସ’ ମିଳିତ ଭାବେ ଗୁଜୁରାଟରେ କାମ କରିବେ । ଏହି ପ୍ଲାଣ୍ଟରେ ବିମାନ ନିର୍ମାଣଠାରୁ ଆରମ୍ଭ କରି ଆସେମ୍ବୁଲ (ଯନ୍ତ୍ରାଂଶ ଏକତ୍ରୀକରଣ), ପରୀକ୍ଷଣ ଏବଂ ମେଣ୍ଟେନାନ୍ସ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ବୈଷୟିକ ବ୍ୟବସ୍ଥା ବିକଶିତ ହେବ । ଟାଟା କମ୍ପାନୀ ବ୍ୟତୀତ ପ୍ରମୁଖ ରାଷ୍ଟ୍ରାୟତ ପ୍ରତିରକ୍ଷା କ୍ଷେତ୍ର ୟୁନିଟ୍ ‘ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍’ ଏବଂ ‘ଭରତ ଡାଇନାମିକ୍ସ ଲିମିଟେଡ୍’ ଓ କିଛି ଘରୋଇ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏହି କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରିବେ ।

ଏହା ମଧ୍ୟ ପଢନ୍ତୁ :- ଡିଜିଟାଲ ଆରେଷ୍ଟକୁ ନେଇ ମୋଦିଙ୍କ 3 ଥାକିଆ ମନ୍ତ୍ର; ଆନିମେସନ-ଗେମିଂରେ ଦେଶରେ ନୂଆ କ୍ରାନ୍ତି

ଏହା ମଧ୍ୟ ପଢନ୍ତୁ :- ସାଇବର ଠକେଇର ଶିକାର 84ବର୍ଷୀୟ ବୃଦ୍ଧ; ହରାଇଲେ 2.88କୋଟି ଟଙ୍କା; ଘଟଣା କଣ ଜାଣନ୍ତୁ

  • ଆତ୍ମନିର୍ଭର ହେବ ଭାରତୀୟ ଏରୋସ୍ପେସ ଇଣ୍ଟଷ୍ଟ୍ରି

C-295 ବିମାନ ହେଉଛି ଏକ ସାମରିକ ବିମାନ । ଭାରତରେ ଏହାର ଉତ୍ପାଦନ ଭାରତର ଏରୋସ୍ପେସ ଶିଳ୍ପକୁ ସୁଦୃଢ କରିବା ସହ ଭାରତର ଆତ୍ମନିର୍ଭରତାକୁ ଗତି ଦେବ । 2021 ମସିହାରେ, ଭାରତ ଏୟାରବସ୍ ସହିତ 56ଟି C-295 ପରିବହନ ବିମାନ କିଣିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ସେଥିମଧ୍ୟରୁ 16ଟି ସିଧାସଳଖ ସ୍ପେନରୁ ଅଣାଯିବା ଏବଂ ଅବଶିଷ୍ଟ 40ଟି ଭାରତର ଭଦୋଦରାସ୍ଥିତ ଟାଟା ପ୍ଲାଣ୍ଟରେ ଏୟାରବସ ମିଳିତ ସହଯୋଗରେ ଉତ୍ପାଦିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.