ETV Bharat / bharat

'ମୋତେ ଦୁଷ୍କର୍ମ ହତ୍ୟା ଧମକ ମିଳୁଛି', ଧ୍ରୁବ ରାଠିଙ୍କୁ ଟାର୍ଗେଟ କଲେ ସ୍ବାତୀ - Swati Maliwal blames Dhruv Rathee - SWATI MALIWAL BLAMES DHRUV RATHEE

SWATI MALIWAL BLAMES DHRUV RATHEE: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆପ୍‌ ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ଘଟଣା । ସୋସିଆଲ ମିଡିଆରେ ଦୁଷ୍କର୍ମ ଓ ହତ୍ୟା ଧମକ ଆସିବା ପରେ ୟୁଟ୍ୟୁବର ଧ୍ରୁବ ରାଠିଙ୍କ ଉପରେ ବର୍ଷିଲେ ସ୍ବାତୀ । ଅଧିକ ପଢନ୍ତୁ

SWATI MALIWAL
SWATI MALIWAL (X)
author img

By ETV Bharat Odisha Team

Published : May 26, 2024, 4:48 PM IST

Updated : May 26, 2024, 4:58 PM IST

ନୂଆଦିଲ୍ଲୀ: ଦିନକୁ ଦିନ ନୂଆ ମୋଡ଼ ନେଉଛି ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ଦୁର୍ବ୍ୟବହାର ଘଟଣା । ତାଙ୍କୁ ଏବେ ପାର୍ଟି ନେତା ଦୁଷ୍କର୍ମ ଓ ହତ୍ୟା ଧମକ ଦେଉଥିବା ସେ ଅଭିୟୋଗ କରିଛନ୍ତି । ଏହି ଘଟଣାରେ ସ୍ବାତୀ ଲୋକପ୍ରିୟ ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଧ୍ରୁବ ଉଭୟ ପକ୍ଷର କଥା ନ ଶୁଣି ଏକପାଖିଆ ଭାବେ ତାଙ୍କ ବିରୋଧରେ ଭିଡିଓ ଜାରି କରିଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ସ୍ବାତୀ X ସାଇଟରେ ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ରବିବାର ସ୍ବାତୀ ଏକ ସୋସିଆଲ ମିଡିଆ ପୋଷ୍ଟ କରି କହିଛନ୍ତି, "ମୋ ଦଳୀୟ ନେତା ଓ କର୍ମୀ ମୋର ଚରିତ୍ର ଉପରେ ପ୍ରଶ୍ନ କରିବା ପରେ ଏବେ ମୋତେ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଛି । ବିଶେଷ କରି ୟୁଟ୍ୟୁବର ଧ୍ରୁବ ରାଠି ଏକ 2ମିନିଟ ଭିଡିଓ ଜାରି କରିବା ପରେ ଏବେ ଏଭଳି ଧମକ ବୃଦ୍ଧି ପାଇବାରେ ଲାଗିଛି । ଧ୍ରୁବ ଏପରି ଭିଡିଓ ସେୟାର କରିବା ପରେ ମୁଁ ତାଙ୍କୁ ଯୋଗାଯୋଗ କରିବାକୁ ବହୁ ଚେଷ୍ଟା କରିଥିଲି । ହେଲେ ସେ ମୋର କୌଣସି ଫୋନ ବା ମେସେଜର ଉତ୍ତର ଦେଇନଥିଲେ । ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ଯେ ଧ୍ରୁବ ରାଠିଙ୍କ ଭଳି ଲୋକ ଯିଏକି ନିଜକୁ ସ୍ବାଧୀନ ସାମ୍ବାଦିକ ବୋଲି କହୁଛନ୍ତି, ସେ ଆପ୍‌ର ମୁଖପାତ୍ର ଭଳି କାର୍ଯ୍ୟ କରୁଛନ୍ତି । ପୀଡ଼ିତାଙ୍କ ସହ ଯୋଗାଯୋଗ ନ କରି ତାଙ୍କୁ ବଦନାମ କରିବା ଭଳି ଭିଡିଓ ପୋଷ୍ଟ କରୁଛନ୍ତି । ଏଥିଲାଗି ମୋତେ ଏବେ ପୂର୍ବାପେକ୍ଷା ଅଧିକ ଧମକ ମିଳିବାରେ ଲାଗିଛି ।"

ଏହା ବି ପଢନ୍ତୁ- ସ୍ବାତୀ ମାଲିୱାଲ ଘଟଣା; ବଢିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ ଅବଧି

ସ୍ବାତୀ ଆହୁରି କହିଛନ୍ତି ଯେ ଧ୍ରୁବ ନିଜ 2 ମିନିଟ ଭିଡିଓରେ ଯାହା ସବୁ କହିନାହାନ୍ତି ତାହା ହେଉଛି, 'ଘଟଣାର ସତ୍ୟତା ଜଣାପଡ଼ିବା ପରେ ଦଳ ୟୁଟର୍ଣ୍ଣ ମାରିଛି । ଅସଦାଚରଣ ଯୋଗୁଁ ମୋତେ ଆଘାତ ଲାଗିଥିବା MLC ରିପୋର୍ଟରେ ଦର୍ଶାଯାଇଛି । ସିସିଟିଭି ଫୁଟେଜରୁ କିଛି ପାର୍ଟ ହଟାଯାଇ ନିର୍ଦ୍ଦିଷ୍ଟ ଭିଡିଓକୁ ଭାଇରାଲ କରାଯାଇଛି । ଅଭିଯୁକ୍ତ ଏହି ଘଟଣାରେ ଗିରଫ ହେବା ପରେ ବି ତାକୁ କାହିଁକି ପୁଣି ସେହି ସ୍ଥାନକୁ ଛଡାଯାଇଥିଲା ? କଣ ପ୍ରମାଣ ହଟାଇବା ଲାଗି ?"

ସୂଚନା ଥାଉ କି ଗତ 4 ଦିନ ତଳେ ୟୁଟ୍ୟୁବର ଧ୍ରୁବ ରାଠି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଜାରି କରିଥିଲେ । ଯେଉଁଥିରେ ସେ ସ୍ବାତୀ ମାଲିୱାଲଙ୍କ ଘଟଣାରେ ଏକ କ୍ଷୁଦ୍ର ଭିଡିଓ ସେୟାର କରିଥିଲେ । ସେ ଏହି ଘଟଣା ବିଷୟରେ ଆଲୋଚନା କରିବା ସହ ଭାଇରାଲ ଭିଡିଓ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଭିଡିଓ ଶେଷରେ ସ୍ବାତୀ ସତ କହୁଛନ୍ତି ନା ମିଛ କହୁଛନ୍ତି ୟୁଜର୍ସଙ୍କୁ ପ୍ରଶ୍ନ କରିଥିଲେ । ଏହି ଭିଡିଓକୁ ନେଇ ଧ୍ରୁବ ରାଠିକୁ ଟାର୍ଗେଟ କରିଛନ୍ତି ସ୍ବାତୀ ।

କଣ ଥିଲା ଘଟଣା ? ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ମେ 13 ତାରିଖ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ଲାଗି ତାଙ୍କ ବାସଭବନକୁ ଯାଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏହାସହ ତାଙ୍କୁ ଏକାଧିକ ଥର ଚାପୁଡା ମାରିବା ସହ ପେଟ ଓ ଛାତିକୁ ଗୋଇଠା ମାରିଥିବା ସେ ଅଭିଯୋଗ କରିଥିଲେ । କିନ୍ତୁ ଅପର ପକ୍ଷେ ଏହାକୁ ଦଳୀୟ ନେତା ମିଥ୍ୟା ବୋଲି କହିଥିଲେ । ସ୍ବାତୀ ମାଲିୱାଲ ବିଜେପି ଇସାରାରେ କାମ କରୁଥିବା ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 26, 2024, 4:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.