ETV Bharat / bharat

ସ୍ବାତୀ ମାଲିଓ୍ବାଲ ମାମଲାରେ ସିସିଟିଭି ଫୁଟେଜ ଜାରି କଲା AAP, ବିଭବ କୁମାରଙ୍କୁ ଉଠାଇନେଲା ପୋଲିସ - Swati Maliwal Assault case - SWATI MALIWAL ASSAULT CASE

Swati Maliwal case: ସ୍ବାତୀ ମାଲିଓ୍ବାଲ ଆକ୍ରମଣ ଅଭିଯୋଗ ମାମଲାରେ ସିସିଟିଭି ଫୁଟେଜ ଜାରି କଲା ଆମ ଆଦମୀ ପାର୍ଟି । ଅତିଶୀ କହିଲେ ବିଜେପିର ମୋହରା ସାଜିଛନ୍ତି ସ୍ବାତୀ । ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଉଠାଇନେଲା ପୋଲିସ । ଏପଟେ ଦିଲ୍ଲୀ ଏମ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ ସ୍ବାତୀଙ୍କୁ ଆଭ୍ୟନ୍ତରୀଣ ଆଘାତ ଲାଗିଛି । ଅଧିକ ପଢନ୍ତୁ

ଜଟିଳ ହେଉଛି ସ୍ବାତୀ ମାଲିଓ୍ବାଲ ଅଭିଯୋଗ ମାମଲା, ସିସିଟିଭି ଫୁଟେଜ ଜାରି କଲା AAP
ଜଟିଳ ହେଉଛି ସ୍ବାତୀ ମାଲିଓ୍ବାଲ ଅଭିଯୋଗ ମାମଲା, ସିସିଟିଭି ଫୁଟେଜ ଜାରି କଲା AAP (PIC-ETV Bharat Odisha)
author img

By ETV Bharat Odisha Team

Published : May 18, 2024, 1:57 PM IST

ନୂଆଦିଲ୍ଲୀ: ଦଳୀୟ ସାଂସଦ ସ୍ବାତୀ ମାଲିଓ୍ବାଲ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରିବା ପରେ ଦଳରେ ଅଡୁଆ ବଢିବାରେ ଲାଗିଛି । ଅଭିଯୁକ୍ତ ବିଭବ କୁମାରଙ୍କୁ ଦିଲ୍ଲୀ ପୋଲିସ ଆଜି ହେପାଜତକୁ ନେଇଛି । ଏହାରି ମଧ୍ୟରେ ନିଜକୁ ଡିଫେଣ୍ଡ କରିବାକୁ ଯାଇ ଆମ ଆଦମୀ ପାର୍ଟି ମଧ୍ୟ ଏବେ ଏକ ଭିଡିଓ ଟ୍ବିଟ ମାଧ୍ୟମରେ ସାମ୍ନାକୁ ଆଣିଛି । ଯେଉଁଥିରେ ଘଟଣା ଦିନର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବାସଭବନର ସିସିଟିଭି ଫୁଟେଜ ରହିଛି । ଯେଉଁଥିରେ ସ୍ବାତୀଙ୍କୁ ସୁରକ୍ଷାକର୍ମୀମାନେ ଧରି ନେଇ ବାହାରେ ଛାଡୁଛନ୍ତି । ତାଙ୍କ ସହ କୌଣସି ପ୍ରକାର ଦୁର୍ବ୍ୟବହାର କିମ୍ବା ବଳପ୍ରୟୋଗ ପରି ଘଟଣା ହୋଇନଥିବା ଓ ସେ ମିଛ କହୁଥିବା କହିଛି ଦଳ । ଭିଡିଓ ଜାରି ପରେ ଦଳର ବରିଷ୍ଠ ନେତ୍ରୀ ତଥା କେଜ୍ରିଓ୍ବାଲଙ୍କ କ୍ୟାବିନେଟ ସହଯୋଗୀ ଆତିଶୀ କହିଛନ୍ତି, ବିଜେପି ଦଳର ମୋହରା ସାଜିଛନ୍ତି ।

ଆଜି ଦଳର ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଏହା ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ ସମ୍ପର୍କିତ । ଭିଡିଓରେ ଦେଖିବାକୁ ମିଳୁଛି, ସ୍ବାତୀଙ୍କୁ କିଛି ମହିଳା ସୁରକ୍ଷାକର୍ମୀ ଧରି ବାସଭବନ ବାହାରକୁ ନେଉଛନ୍ତି । ଏକାଧିକ କ୍ୟାମେରାରେ ସ୍ବାତୀଙ୍କୁ ନିଆଯାଉଥିବା ଦୃଶ୍ୟ କଏଦ ହୋଇଛି । ସୁରକ୍ଷାକର୍ମୀମାନେ ସ୍ବାତୀଙ୍କୁ ଧରି ବାସଭବନ ବାହାରେ ଛାଡୁଛନ୍ତି । ସେଠାରେ ମଧ୍ୟ ପୋଲିସ କର୍ମୀ ଉପସ୍ଥିତ ରହିଛନ୍ତି । ପରେ ସ୍ବାତୀ ଗୋଡରେ ଆଘାତ ଲାଗିଥିବା ମୁଦ୍ରାରେ ବାହାରୁଥିବା ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି । ଆମ ଆଦମୀ ପାର୍ଟି ଏହାକୁ ସ୍ବାତୀଙ୍କ ମିଛ ଅଭିଯୋଗ ବୋଲି କହିଛି । ଦିଲ୍ଲୀ ମନ୍ତ୍ରୀ ଅତିଶୀ ସିଧା ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି । ସ୍ବାତୀ ବିଜେପିର ମୋହରା ସାଜି ଏପରି ଅଭିଯୋଗ ଆଣିଥିବା କହିଛନ୍ତି ଅତିଶି ।

ଏହା ମଧ୍ୟ ପଢନ୍ତୁ:- ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚାରେ କଣ୍ଟାବାଞ୍ଜି, ଦାଦନ ଓ ମାଓଗଡରେ ଉଇଁବ କି ବିକାଶର ସୂର୍ଯ୍ୟ ? - Kantabanji constituency

ତେବେ ସ୍ବାତୀ କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଏହି ଅଭିଯୋଗ କରିଛନ୍ତି । ସେ କେଜ୍ରିଓ୍ବାଲଙ୍କୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ବିଭବ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ସ୍ବାତୀ । ଏବେ ଦିଲ୍ଲୀ ପୋଲିସ ବିଭବଙ୍କୁ ଜେପାଜତକୁ ନେଇଛି । ସ୍ବାତୀଙ୍କ ବୟାନ ରେକର୍ଡ କରାଯାଇଛି । ମହିଳା କମିଶନ ଅଧ୍ୟକ୍ଷା ଥିବା ସ୍ବାତୀ ଆମ ଆଦମୀ ପାର୍ଟି ଟିକେଟରେ ରାଜନୀତିରେ ଏଣ୍ଟ୍ରି କରି ରାଜ୍ୟସଭାକୁ ଯାଇଛନ୍ତି । ତେବେ ଦଳର ସୁପ୍ରିମୋ କେଜ୍ରିଓ୍ବାଲ ଜେଲରୁ ଫେରିବା ପରେ ହଠାତ ସ୍ବାତୀଙ୍କର ଏହି ଅଭିଯୋଗ ମଧ୍ୟ ସନ୍ଦେହ ସୃଷ୍ଟି କରିଛି । ସେ ବିଜେପି ପ୍ରରୋଚନାରେ ଏସବୁ କରୁଥିବା ଆମ ଆଦମୀ ପାର୍ଟିର ନେତାମାନେ ଅଭିଯୋଗ କରିଛନ୍ତି । ତଦନ୍ତର କ୍ରମବିକାଶରେ ଭିନ୍ନ ଭିନ୍ନ ତଥ୍ୟ ଆସିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.