ETV Bharat / bharat

କୋଲକାତା ହରର: ହସ୍ତକ୍ଷେପ କଲେ ସର୍ବୋଚ୍ଚ ନ୍ୟାୟାଳୟ, ମଙ୍ଗଳବାର ଶୁଣାଣି - SC On Kolkata Rape Murder Case

author img

By ETV Bharat Odisha Team

Published : Aug 18, 2024, 5:19 PM IST

Updated : Aug 18, 2024, 5:47 PM IST

Kolkata Doctor Murder Case: ବହୁଚର୍ଚ୍ଚିତ କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମଙ୍ଗଳବାର ହେବ ଶୁଣାଣି । ଏନେଇ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Kolkata Doctor Murder Case
Kolkata Doctor Murder Case (ETV Bharat)

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା । ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ । RGK ମେଡିକାଲ କଲେଜରେ ଟ୍ରେନିଂ ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ଘଟଣାରେ CJIଙ୍କ ନେତୃତ୍ବରେ ଶୁଣାଣି ହେବ । ଆସନ୍ତା ମଙ୍ଗଳବାର CJI ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।

କୋଲକାତା ହରର
କୋଲକାତା ହରର (ETV Bharat Odisha)

ସୁପ୍ରିମକୋର୍ଟରେ ଶୁଣାଣି:

ସୁପ୍ରିମକୋର୍ଟ ନିଜ ଆଡୁ ମାମଲାର ହସ୍ତକ୍ଷେପ କରିଛନ୍ତି । ଆସନ୍ତା ୨୦ ତାରିଖରେ CJI ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରା ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି ।

କ'ଣ ଥିଲା ସେଦିନର ଘଟଣା ?

ଗତ 9 ତାରିଖରେ କୋଲକାତାର ଆର.ଜି କର ହସ୍ପିଟାଲ ଓ ମେଡିକାଲ କଲେଜରେ ସ୍ନାତକୋତ୍ତର ମେଡିକାଲ ଛାତ୍ରୀ 31 ବର୍ଷୀୟ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । 10 ତାରିଖ ସକାଳୁ ସେମିନାର ହଲରୁ ତାଙ୍କ ଅର୍ଦ୍ଧନଗ୍ନ, କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହେବା ପରେ କୋଲକାତା ସମେତ ସାରା ଦେଶରେ ଉଦବେଗ ସୃଷ୍ଟି ହୋଇଥିଲା ।

ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଇସ୍ତଫା:

ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ତାଙ୍କ ନାମରେ ରାଜନୈତିକ ବିବୃତ୍ତି ଦିଆଯାଉଥିବାରୁ ସେ ନିଜ ପଦ ଛାଡିବା ଉଚିତ ବୋଲି କହିଛନ୍ତି । ସେ ଘଟଣାରେ ମର୍ମାହତ, ପୀଡିତା କନିଷ୍ଠ ଡାକ୍ତର ତାଙ୍କ ଝିଅ ପରି, ଅଭିଯୁକ୍ତ କଠୋର ଦଣ୍ଡପାଉ ବୋଲି ଡାକ୍ତର ଘୋଷ କହିଛନ୍ତି । ଅନ୍ୟପଟେ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।

ଏହା ବି ପଢନ୍ତୁ...ବ୍ୟାପକ ହେଉଛି କୋଲକାତା କାଣ୍ଡର ପ୍ରତିବାଦ: ପ୍ରତି 2 ଘଣ୍ଟାରେ ଅପଡେଟ ଦେବାକୁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ - Kolkata doctor rape murder

ତୀବ୍ର ହେଉଛି ପ୍ରତିବାଦ:

ନ୍ୟାୟ ଦାବିରେ ଦେଶବ୍ୟାପୀ ପ୍ରତିବାଦର ନିଆଁ ବ୍ୟାପିବାରେ ଲାଗିଛି । ଇଣ୍ଡିଆନ ମେଡିକାଲ ଆସୋସିଏସନ (IMA)ପକ୍ଷରୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଅନ୍ୟପଟେ ବିଭିନ୍ନ ରାଜ୍ୟର ଡାକ୍ତରୀ ଛାତ୍ରମାନେ ନିଜ ସୁରକ୍ଷାଙ୍କୁ ନେଇ ଚିନ୍ତା ପ୍ରକଟ କଲେଣି । ଅନେକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

ଆକ୍ସନ ମୋଡରେ ଗୃହ ମନ୍ତ୍ରାଳୟ:

ଆକ୍ସନମୋଡକୁ ଆସିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଜାରି ରହିଥିବା ଡାକ୍ତର ଆନ୍ଦୋଳନ ଓ ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ 2 ଘଣ୍ଟାରେ ଥରେ ଅପଡେଟ ଦେବାକୁ ପ୍ରତ୍ୟକ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ । ରାଜ୍ୟ ପୋଲିସ ପ୍ରଶାସନକୁ ଗୃହ ମନ୍ତ୍ରଣାଳୟ ତରଫରୁ ଏନେଇ ଚିଠି ହୋଇଛି । ଚିଠିରେ ଉଲ୍ଲେଖ ରହିଥିବା ନିର୍ଦ୍ଦେଶ ଅନୁସାରେ, ବିରୋଧ ପ୍ରଦର୍ଶନବେଳେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରତି ରାଜ୍ୟ ନଜର ରଖିବେ। ରାଜ୍ୟଗୁଡିକରେ ସ୍ଥିତି କିପରି ରହିଛି ସେନେଇ ଗୃହ ମନ୍ତ୍ରଣାଳୟକୁ ପ୍ରତି ଦୁଇ ଘଣ୍ଟାରେ ଅପଡେଟ ଦେବେ । ଫ୍ୟାକ୍ସ, ଇ-ମେଲ, ହ୍ବାଟ୍ସଆପ ଦ୍ୱାରା ଗୃହ ମନ୍ତ୍ରଣାଳୟର ନିୟନ୍ତ୍ରଣ କକ୍ଷକୁ ରିପୋର୍ଟ ପଠାଇବେ । ଗୃହ ମନ୍ତ୍ରଣାଳୟ ହ୍ବାଟ୍ସଆପ ନମ୍ବର, ଫ୍ୟାକ୍ସ ଆଇଡି ଓ ଇ-ମେଲ ଆଇଡି ମଧ୍ୟ ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ...'ଏଥର ଏ ରାତି ଆମର': ନାରୀ ସୁରକ୍ଷା ପାଇଁ ଅଧରାତିରେ ରାଜଧାନୀ ରାଜରାସ୍ତାରେ ଚାଲିଲେ ମହିଳା - Kolkatala Hospital horror

Last Updated : Aug 18, 2024, 5:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.