ETV Bharat / bharat

ଦିଲ୍ଲୀ ସରକାରକୁ ଆଉ ଏକ ଝଟକା, ମହାନଗର ନିଗମକୁ ସଦସ୍ୟ ମନୋନିତ କରିପାରିବେ ଉପରାଜ୍ୟପାଳ - Supreme Court Setback For AAP

author img

By ETV Bharat Odisha Team

Published : Aug 5, 2024, 3:09 PM IST

Supreme Court Setback For AAP: ପୁଣି ଦିଲ୍ଲୀରେ କ୍ଷମତାଶାଳୀ ହେଲେ ଉପରାଜ୍ୟପାଳ । ମହାନଗର ନିଗମରେ ସଦସ୍ୟ ନିଯୁକ୍ତ କରିବା ଉପରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତା କହିଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ଦିଲ୍ଲୀ ସରକାରକୁ ଆଉ ଏକ ଝଟକା, ମହାନଗର ନିଗମରେ ନିଯୁକ୍ତି ଦେଇପାରିବେ ଉପରାଜ୍ୟପାଳ
ଦିଲ୍ଲୀ ସରକାରକୁ ଆଉ ଏକ ଝଟକା, ମହାନଗର ନିଗମରେ ନିଯୁକ୍ତି ଦେଇପାରିବେ ଉପରାଜ୍ୟପାଳ (TV Bharat Odisha)

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହ ପ୍ରଶାସନିକ କ୍ଷମତା ପାଇଁ ଲଢେଇ ଲଢୁଥିବା ଦିଲ୍ଲୀ ସରକାରକୁ ସର୍ବୋଚ୍ଚ କୋର୍ଟରୁ ଆଉ ଏକ ଝଟକା ଲାଗିଛି । ମହାନଗର ନିଗମରେ ସଦସ୍ୟଙ୍କୁ ମନୋନିତ କରିପାରିବେ ଉପରାଜ୍ୟପାଳ । ଏଥିପାଇଁ ନିର୍ବାଚିତ ସରକାରଙ୍କ ସୁପାରିଶ କିମ୍ବା ପରାମର୍ଶ ଉପରାଜ୍ୟପାଳ ଗ୍ରହଣ କରିବା ଜରୁରୀ ନୁହେଁ । ଆଜି ଏହି ସମ୍ପର୍କିତ ମାମଲାରେ ସଂରକ୍ଷିତ ରାୟ ପ୍ରକାଶ କରି ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି । ପୁଣି ଥରେ ପ୍ରଶାସନିକ କ୍ଷମତା ମାମଲାରେ ଦିଲ୍ଲୀ ସରକାରଙ୍କ ଉପରେ ଉପରାଜ୍ୟପାଳ ଭାରି ପଡିଛନ୍ତି ।

ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏସ ନରସିଂହ ଓ ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲାଙ୍କୁ ନେଇ ଗଠିତ 3ଜଣିଆ ଖଣ୍ଡପୀଠର ସଂରକ୍ଷିତ ରାୟ ପ୍ରକାଶ ପାଇଛି । ଖଣ୍ଡପୀଠ ରାୟରେ କହିଛନ୍ତି, ଏହା ଉପରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତା । ଏହାକୁ ପ୍ରଶାସନିକ କ୍ଷମତା ବା କାର୍ଯ୍ୟପାଳିକା କ୍ଷମତା ଭାବେ ବର୍ଣ୍ଣନା କରାଯାଇ ପାରିବନାହିଁ । ତେଣୁ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରିବା କ୍ଷେତ୍ରରେ ଉପରାଜ୍ୟପାଳ ନିର୍ବାଚିତ ସରକାରଙ୍କଠାରୁ ସୁପାରିଶ ଗ୍ରହଣ କରିବା ପାଇଁ ବାଧ୍ୟ ନୁହନ୍ତି ।

  • ରାୟରେ କ’ଣ ଟିପ୍ପଣୀ କଲେ କୋର୍ଟ:-

ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀ ମହାନଗର ନିଗମର ସମ୍ବିଧାନର ଧାରା 3(3)(b) ଅନୁସାର ରାଜ୍ୟପାଳ 10 ଜଣ ବ୍ୟକ୍ତିଙ୍କୁ ମହାନଗର ନିଗମ ସଦସ୍ୟ ଭାବେ ମନୋନିତ କରିପାରିବେ । ଏମାନଙ୍କର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଉଲ୍ଲେଖନୀୟ ଅବଦାନ ରହିଥିବ ଓ ସେମାନେ ଅନୁନ୍ୟ 25 ବର୍ଷରୁ ଅଧିକ ବୟସର ହୋଇଥିବେ । ଏହି ଚୟନ ଉପରାଜ୍ୟପାଳଙ୍କ କ୍ଷମତା ଓ ଇଚ୍ଛା ଉପରେ ନିର୍ଭର କରେ । ତେବେ ଏହାକୁ ଦିଲ୍ଲୀ ସରକାର ବିରୋଧ କରିବା ସହ ଏହା ଉପରାଜ୍ୟପାଳଙ୍କ କ୍ଷମତା କ୍ଷେତ୍ରାଧିକାର ନୁହେଁ ବୋଲି ଦର୍ଶାଇ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ସର୍ବଗ୍ରାସୀ ଭୂସ୍ଖଳରେ ଜୀବନ ସତ୍ତାର ସନ୍ଧାନ; ମାଟିତଳୁ ମଣିଷ ଖୋଜିବ ଓଡିଶା ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’ - Odisha police dog Storm in kerala

  • 2022 ନିର୍ବାଚନରେ ନିଗମ ହାତେଇଥିଲା ‘ଆପ’

2022ରେ ହୋଇଥିବା ମହାନଗର ନିଗମ ନିର୍ବାଚନରେ ‘ଆମ ଆଦମୀ ପାର୍ଟି’ ବିଜୟୀ ହୋଇଥିଲା । ମୋଟ 250 ଆସନ ମଧ୍ୟରୁ ‘ଆପ’ ସର୍ବାଧିକ 134 ଆସନରେ ବିଜୟୀ ହୋଇଥିଲା । ବିଜେପି 104 ଆସନରେ ବିଜୟୀ ହୋଇ ବିରୋଧୀ ଆସନ ଗ୍ରହଣ କରିଛି । ନିର୍ବାଚିତ ସଦସ୍ୟଙ୍କୁ ଛାଡିଲେ 10 ଜଣଙ୍କୁ ଉପରାଜ୍ୟପାଳ ନିଯୁକ୍ତ କରିପାରିବାର ବ୍ୟବସ୍ଥା ମଧ୍ୟ ରହିଛି ।

  • ଦିଲ୍ଲୀରେ କେନ୍ଦ୍ର-ରାଜ୍ୟ କ୍ଷମତା ବିବାଦ:

ତେବେ ଜାତୀୟ ରାଜଧାନୀ ଦିଲ୍ଲୀ ଏକ କେନ୍ଦ୍ରଶାସିତ ଅଞ୍ଚଳ । ଏହା ସହ ଏଠାରେ ନିର୍ବାଚିତ ରାଜ୍ୟ ସରକାର ମଧ୍ୟ ରହିଛି । ତେଣୁ କେନ୍ଦ୍ର ରାଜ୍ୟ କ୍ଷମତା ଆବଣ୍ଟନରେ ସ୍ପଷ୍ଟତା ନାହିଁ । ବିଭିନ୍ନ ସମୟରେ କେନ୍ଦ୍ର ପ୍ରତିନିଧି ଭାବେ ଉପରାଜ୍ୟପାଳ ଓ ନିର୍ବାଚିତ ସରକାର ମଧ୍ୟରେ କ୍ଷମତାକୁ ନେଇ ସାମ୍ବିଧାନିକ ସଙ୍କଟ ଦେଖାଯାଇଥାଏ । ଯାହା ଏବେ ମଧ୍ୟ ଜାରି ରହିଛି । ‘ଦିଲ୍ଲୀ ସେବା ବିଲ୍‌’ ପାରିତ ହେବା ସମୟରେ ଏହାକୁ ନେଇ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.