ETV Bharat / bharat

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ, CM ଅଫିସ ମନା, ମାମଲା ସଂପର୍କରେ ମୁହଁ ଖୋଲିବେନି - SC Grants Bail To Delhi CM

author img

By ETV Bharat Odisha Team

Published : Sep 13, 2024, 11:09 AM IST

Updated : Sep 13, 2024, 12:17 PM IST

SC grants bail to Delhi CM Kejriwal: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବେଲ୍‌ । କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ ।

Supreme Court grants bail to Delhi CM  Arvind Kejriwal
Supreme Court grants bail to Delhi CM Arvind Kejriwal (Etv Bharat)

ନୂଆଦିଲ୍ଲୀ:ସୁପ୍ରିମକୋର୍ଟରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମ ଆଶ୍ବସ୍ତି । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ମିଳିଲା ବେଲ୍‌ । ସିବିଆଇ ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲାରେ ଜାମିନ ପ୍ରଦାନ କଲେ ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମାମଲାରେ ଜାମିନ ପାଇଥିଲେ କେଜ୍ରିୱାଲ । ଆଜି 2 ଟି ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ପ୍ରଥମ ଆବେଦନରେ ସିବିଆଇ ଗିରଫଦାରୀକୁ ବୈଧ ବୋଲି କହିଥିଲେ ସୁପ୍ରିମକୋର୍ଟ । ଦ୍ବିତୀୟ ଆବେଦନର ଶୁଣାଣି କରି କେଜ୍ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଭୂୟାଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।

177 ଦିନ ପରେ ଜେଲରୁ ବାହାରିବେ କେଜ୍ରିଓ୍ବାଲ: 177 ଦିନ ପରେ ତିହାର ଜେଲରୁ ମୁକୁଳିବେ ଅରବିନ୍ଦ କେଜ୍ରିଓ୍ବାଲ । ଜୁଲାଇ 12 ତାରିଖରେ ଇଡି ମାମଲାରେ ବେଲ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଜାମିନ୍ ମିଳିବା ପରେ ମଧ୍ୟ ସେ ଜେଲରୁ ମୁକୁଳି ପାରିନଥିଲେ । କାହିଁକିନା ସେ ସିବିଆଇ ମାମଲା ବିଚାରଧୀନ ରହିଥିଲା । ତେଣୁ ଇଡି ମାମଲାରେ ଜାମିନ ପାଇବା ପରେ ମଧ୍ୟ ସିବିଆଇ ମାମଲା ଥିବାରୁ ସେ ଜେଲରୁ ବାହାରି ପାରିନଥିଲେ ।

ଏହା ମଧ୍ୟ ପଢନ୍ତୁ-କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ; ଜାଣନ୍ତୁ ଜେଲରୁ ମୁକୁଳିବେ ନା ରହିବେ ? ଆପ୍ କହିଲା ଫେରିଲେ 10 ଗୁଣା କାମ କରିବେ - Bail to CM Arvind Kejriwal

ଜଷ୍ଟିସ ଭୂୟାଂ କହିଛନ୍ତି, ''ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ମାମଲାରେ ପୂର୍ବରୁ ଜାମିନ ପ୍ରଦାନ କରାଯାଇଛି ଏବଂ ସିବିଆଇ ମାମଲାରେ ତାଙ୍କୁ ଜେଲରେ ରଖିବା ଅନିରବାଜ୍ୟ ଅଟେ । ଜାମିନ ହେଉଛି ନିୟମ ଏବଂ ଜେଲ୍ ଏହାର ବ୍ୟତିକ୍ରମ। ବିଚାର ପ୍ରକ୍ରିୟା କିମ୍ବା ଗିରଫଦାରୀ ପଦକ୍ଷେପରେ ଉତପିଡନ ହେବା ଉଚିତ ନୁହେଁ। ସିବିଆଇର ଗିରଫ ଦାରୀ ଅନୁଚିତ ଅଟେ । ତେଣୁ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ । ''

କେଜ୍ରିଓ୍ବାଲଙ୍କୁ ଜାମିନ ଦେବା ଉପରେ କୋର୍ଟ କିଛି ସର୍ତ୍ତ ରଖିଛନ୍ତି, ସେଗୁଡି ହେଲା...

  • ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ
  • ଏହି ମାମଲା ସହ ଜଡିତ କୌଣସି ଆଲୋଚନା ବାହାରେ କରିବେ ନାହିଁ
  • ତଦନ୍ତରେ ବାଧା ସୃଷ୍ଟି କରିବାକୁ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ
  • ଆବଶ୍ୟକ ପଡିଲେ ସେ ଟ୍ରାଏଲ କୋର୍ଟରେ ହାଜର ହେବେ ଏବଂ ତଦନ୍ତରେ ସହଯୋଗ କରିବେ

କେଜ୍ରିଓ୍ବାଲଙ୍କ ଦୁଇଟି ଆବେଦନର ଶୁଣାଣି:

ପ୍ରଥମ ଆବେଦନ - ଅରବିନ୍ଦ କେଜ୍ରିୱାଲ ସିବିଆଇ ଗିରଫଦାରୀ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗିରଫ ନିୟମ ଅନୁଯାୟୀ ହୋଇଛି ।

ଦ୍ୱିତୀୟ ଆବେଦନ - କେଜ୍ରିୱାଲ ସିବିଆଇ ମାମଲାରେ ଜାମିନ ଆବେଦନ କରିଥିଲେ। ଜାମିନ ପ୍ରଦାନ କରାଯିବା ଉଚିତ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଜାମିନ ସମ୍ପର୍କରେ ଉଭୟ ବିଚାରପତି ମତ ପ୍ରକାଶ କରିଥିଲେ।

ଆପ ମୁଖ୍ୟଙ୍କୁ ବେଲ ମିଳିବା ପରେ ପାର୍ଟି କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ । ଆରମ୍ଭ ହୋଇଯାଇଛି ସେଲିବ୍ରେସନ । କେଜ୍ରିଓ୍ବାଲଙ୍କ ପତ୍ନୀ ସୁନୀତା ଟ୍ବିଟ କରି କହିଛନ୍ତି, "AAP ପରିବାରକୁ ଅଭିନନ୍ଦନ, ଦୃଢ ରହିଥିବାରୁ ଧନ୍ୟବାଦ । ''

26 ଜୁନ୍ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ କେଜ୍ରିଓ୍ବାଲ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗତ 26 ଜୁନ୍ ରେ ସିବିଆଇ ଗିରଫ କରିଥିଲା। ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେଜ୍ରିଓ୍ବାଲ କରିଥିବା ଆବେଦନ ଉପରେ ଅଗଷ୍ଟ 14 ରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ । କେଜ୍ରିଓିବାଲଙ୍କ ଆବେଦନ ଉପରେ ତଦନ୍ତକାରୀ ଏଜେନ୍ସିରୁ ଉତ୍ତର ମାଗିଥିଲେ ସୁପ୍ରିମକୋର୍ଟ।

ଏହା ମଧ୍ୟ ପଢନ୍ତୁ-କେଜ୍ରିୱାଲଙ୍କ ଜାମିନ ଖାରଜ, ପୁଣି ବଢିଲା ନ୍ୟାୟିକ ହେପାଜତ ଅବଧି - Kejriwal Bail Plea Rejected

ଅଗଷ୍ଟ 5 ତାରିଖରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀକୁ ଆଇନଗତ ବୋଲି କହିଥିଲେ। କେଜ୍ରିଓ୍ବାଲ ସିବିଆଇ ବିରୋଧରେ କରିଥିବା ଗିରଫଦାରୀକୁ ଖାରଜ କରିଦେଇଥିଲେ କୋର୍ଟ । ଯେଉଁଥିରେ କୁହାଯାଇଥିଲା ପର୍ଯ୍ୟାପ୍ତ ପ୍ରମାଣ ସଂଗ୍ରହ କରାଯିବା ପରେ ଏପ୍ରିଲ 2024ରେ ଅନୁମତି ମିଳିବା ପରେ ସିବିଆଇ କେଜ୍ରିଓ୍ବାଲଙ୍କ ତାଙ୍କ ବିରୋଧରେ ଅଧିକ ଅନୁସନ୍ଧାନ ଆରମ୍ଭ କରିଥିଲା ।

ମାର୍ଚ୍ଚ 21ତାରିଖରେ ବହୁଚର୍ଚ୍ଚିତ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଏହାପୂର୍ବରୁ ଇଡି ଏହି ମାମଲାରେ ପଚରାଉଚରା ପାଇଁ ତାଙ୍କୁ 9 ଟି ସମନ ଜାରି କରିଥିଲା। ତେବେ କେଜ୍ରିୱାଲ କୌଣସିବି ସମନରେ ହାଜର ହୋଇନଥିଲେ। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଅଭିଯୋଗ କରିଛି ଯେ, ସେ ମଦ ଦୁର୍ନୀତିରେ କେଜ୍ରିଓ୍ବାଲ ମୁଖ୍ୟ ଷଡଯନ୍ତ୍ରକାରୀ ଏବଂ ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ମାଗିବାରେ ସେ ସିଧାସଳଖ ଜଡିତ ଥିଲେ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ମଦ ଦୁର୍ନୀତି ମାମଲା: 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିୱାଲ - Kejriwal sent to Judicial Custody

Last Updated : Sep 13, 2024, 12:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.