ETV Bharat / bharat

ଦିଲ୍ଲୀ ଅବକାରୀ ଘୋଟାଲାରେ BRS ନେତ୍ରୀ କେ.କବିତାଙ୍କୁ ବଡ଼ ଆଶ୍ବସ୍ତି, ଜାମିନ ଦେଲେ ସୁପ୍ରିମକୋର୍ଟ - K Kavitha Gets Bail

author img

By ETV Bharat Odisha Team

Published : Aug 27, 2024, 1:55 PM IST

Updated : Aug 27, 2024, 2:17 PM IST

Supreme Court grants bail to K Kavitha in Delhi excise policy case: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ BRS ନେତ୍ରୀ କେ. କବିତାଙ୍କୁ ବଡ଼ ଆଶ୍ବସ୍ତି । ସୁପ୍ରିମକୋର୍ଟ ଦେଲେ ଜାମିନ । ଅଧିକ ପଢ଼ନ୍ତୁ,

ଦିଲ୍ଲୀ ଅବକାରୀ ଘୋଟାଲାରେ BRS ନେତ୍ରୀ କେ.କବିତାଙ୍କୁ ବଡ଼ ଆଶ୍ବସ୍ତି, ଜାମିନ ଦେଲେ ସୁପ୍ରିମକୋର୍ଟ
ଦିଲ୍ଲୀ ଅବକାରୀ ଘୋଟାଲାରେ BRS ନେତ୍ରୀ କେ.କବିତାଙ୍କୁ ବଡ଼ ଆଶ୍ବସ୍ତି, ଜାମିନ ଦେଲେ ସୁପ୍ରିମକୋର୍ଟ (ETV Bharat Odisha)

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ତେଲେଙ୍ଗାନାର BRS ନେତ୍ରୀ କେ.କବିତାଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ୫ ମାସ ହେଲା ଜେଲ୍ ଭୋଗୁଥିବା କବିତାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଏକାଧିକ ଥର ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ, କବିତାଙ୍କୁ ବେଲ୍ ପ୍ରଦାନ କରିଛନ୍ତି । ଏହା ସହ କୋର୍ଟ ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ (CBI)ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)କୁ ଭର୍ତ୍ସନା ମଧ୍ୟ କରିଛନ୍ତି । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ, ତଥା ବିଧାନ ପରିଷଦ ସଦସ୍ୟା କେ.କବିତା ୨୦୨୪ ମାର୍ଚ୍ଚ ୧୫ ତାରିଖରେ ଗିରଫ ହୋଇଥିଲେ ।

  • ମାର୍ଚ୍ଚ 15 ରେ ଗିରଫ ହୋଇଥିଲେ:-

ପ୍ରକାଶଥାଉକି, ‘ସିବିଆଇ’ର ଅଭିଯୋଗ ଅନୁସାରେ କବିତା ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ସମ୍ପୃକ୍ତ । ପୂର୍ବରୁ ଏହି ମାମଲାରେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ମଧ୍ୟ ଗିରଫ ହୋଇଥିଲେ । ସେ ସମନରେ ହାଜର ନହେବା ପାଇଁ ଓ ସେ ଜଣେ ମହିଳା ହୋଇଥିବା କାରଣରୁ ତାଙ୍କୁ କେନ୍ଦ୍ରୀୟ ସଂସ୍ଥାର ଏକ ଟିମ୍‌ ବାସଭବନରେ ଆସି ଜେରା କରୁ ବୋଲି ମଧ୍ୟ କବିତା କୋର୍ଟରେ ଆବେଦନ କରିଥିଲେ । ହେଲେ ତାହା ଖାରଜ ହେବା ପରେ ଏକାଧିକ ଥର ସମନ ଜାରି କରି ଜେରା କରିବା ସହ କବିତାଙ୍କୁୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଳିତବର୍ଷ ମାର୍ଚ୍ଚ 15 ତାରିଖରେ ଗିରଫ କରିଥିଲା । ତାଙ୍କୁ ହାଇଦ୍ରାବାଦରୁ ଗିରଫ କରି ଦିଲ୍ଲୀ ନିଆଯାଇଥିଲା ।

  • ଏହି ମାମଲାରେ ତୃତୀୟ ଜାମିନ:-

ଏହି ମାମଲାରେ ଜାମିନ ପାଇବାରେ ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ଓ ମନୀଷ ସିସୋଦିଆଙ୍କ ପରେ ତୃତୀୟ ବ୍ୟକ୍ତି ଭାବେ କବିତାଙ୍କୁ ଜାମିନ ମିଳିଛି । ଏହି ମାମଲାରେ ଗିରଫ ଅନ୍ୟ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ବେଲ ପାଇନାହାନ୍ତି । ପ୍ରଥମେ ଗିରଫ ହୋଇଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିକଟରେ ବେଲ ପାଇବାରେ ସକ୍ଷମ ହୋଇଛନ୍ତି । ମାତ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଏପର୍ଯ୍ୟନ୍ତ ବେଲ ମିଳିନି । ସେ ହିଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଓ ପ୍ରାୟ ଶହେ କୋଟିର ଘୋଟାଲାରେ ସାମିଲ ବୋଲି ଇଡି ଦର୍ଶାଇଛି । ଏହି ଟଙ୍କା ମଦ ଡିଲରଙ୍କ ଠାରୁ ସଂଗ୍ରହ କରାଯାଇଛି ଓ ଏହାକୁ ଆମ ଆଦମୀ ପାର୍ଟି ଗୋଆ ନିର୍ବାଚନରେ ଖର୍ଚ୍ଚ କରିଛି ବୋଲି ତଦନ୍ତକାରୀ ସଂସ୍ଥା କୋର୍ଟକୁ ଅବଗତ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 27, 2024, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.