ETV Bharat / bharat

ରାମନବମୀରେ ରାମଲାଲାଙ୍କ ମସ୍ତକାଭିଷେକ କରିବ ସୂର୍ଯ୍ୟକିରଣ - Sun Rays Will Anoint Ramlalas Head - SUN RAYS WILL ANOINT RAMLALAS HEAD

Sun Rays Will Anoint Ramlala's Head: ଅଯୋଧ୍ୟାରେ ବିରାଜମାନ ପ୍ରଭୁ ଶ୍ରୀରାମଙ୍କ ମସ୍ତକାଭିଷେକ କରିବ ସୂର୍ଯ୍ୟ କିରଣ । ମଧ୍ୟାହ୍ନ (୧୨.୦୦ଟା)ରେ ରାମଲାଲାଙ୍କ ମସ୍ତକରେ ପଡ଼ିବ ସୂର୍ଯ୍ୟକିରଣ । ଏଥିପାଇଁ କିପରି ପ୍ରସ୍ତୁତି ହୋଇଛି ଜାଣନ୍ତୁ

ଶ୍ରୀରାମଙ୍କ ମସ୍ତକାଭିଷେକ
ଶ୍ରୀରାମଙ୍କ ମସ୍ତକାଭିଷେକ
author img

By ETV Bharat Odisha Team

Published : Apr 10, 2024, 6:36 PM IST

ଲକ୍ଷ୍ନୌ: ରାମନବମୀରେ ମଧ୍ୟାହ୍ନ (୧୨.୦୦ଟା)ରେ ରାମଲାଲାଙ୍କ ମସ୍ତକରେ ପଡ଼ିବ ସୂର୍ଯ୍ୟକିରଣ । ଅଯୋଧ୍ୟାରେ ବିରାଜମାନ ପ୍ରଭୁ ଶ୍ରୀରାମଙ୍କ ମସ୍ତକାଭିଷେକ କରିବ ଏହି ସୂର୍ଯ୍ୟ କିରଣ । ରାମମନ୍ଦିରର ତୃତୀୟ ମହଲାରେ ସ୍ଥାପିତ କରାଯାଇଛି ଆପ୍ଟୋ ମେକାନିକାଲ ସିଷ୍ଟମ । ଯେଉଁଠୁ ଦର୍ପଣ ଉପରେ ପଡୁଥିବା ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ଭର୍ଟିକାଲ ପାଇପ ଜରିଆରେ ଆସି ରାମଲାଲାଙ୍କ ମସ୍ତକରେ ପଡିବ । ଏଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ତେବେ ରାମଲାଲାଙ୍କ ମସ୍ତକରେ ପାଖାପାଖି ୫ ମିନିଟ ଧରି ପଡ଼ିବ ସୂର୍ଯ୍ୟକରଣ । ଏହି ଗୋଲାକାର ତିଲକର ଆକାର ୭୫ ମିଲିମିଟର ରହିବ ।

ରାମ ମନ୍ଦିର ଗର୍ଭଗୃହରେ ସୂର୍ଯ୍ୟ କିରଣ ପହଞ୍ଚାଇବା ନେଇ ଗତ ୧୫ ଦିନ ଧରି ଜୋରସୋରରେ ପ୍ରସ୍ତୁତି ଚାଲିଥିଲା । ଏଥିରେ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ରୁରକିର ବୈଜ୍ଞାନିକମାନେ ନିୟୋଜିତ ରହିଥିଲେ । ସୂର୍ଯ୍ୟକିରଣ ପାଇଁ ରିଫ୍ଲେକ୍ଟର, ଦୁଇଟି ଦର୍ପଣ, ତିନୋଟି ଲେନ୍ସ ଏବଂ ଭର୍ଟିକାଲ ପାଇପ ଯୋ ଗେ ମାର୍ଗ ପରିବର୍ତ୍ତନ ନେଇ ସଫଳ ପରୀକ୍ଷଣ ହୋଇଛି । ପ୍ରଥମେ ତୃତୀୟ ମହଲାରେ ଏକ ରିଫ୍ଲେକ୍ଟର ବକ୍ସ ଲଗାଯାଇଛି । ଯାହା ମୁଖ୍ୟ ଲେନ୍ସ ଭାବେ କାମ କରିବ । ବିନା ବିଦ୍ୟୁତରେ ଏହା ୧୯ ଗିୟରରେ କାମ କରିବ ବୋଲି କୁହାଯାଇଛି ।

ସେହିପରି ପ୍ରଥମ ଓ ଦ୍ବିତୀୟ ମହଲାରୁ ସଂଯୋଗ ଥିବା ଭର୍ଟିକାଲ ପାଇପ ଗର୍ଭଗୃହ ପର୍ଯ୍ୟନ୍ତ ଲମ୍ବିଛି । ଯାହା ଭିତରେ ତିନୋଟି ସ୍ଥାନରେ ଲେନ୍ସ ସଂଯୋଗ ହୋଇଛି । ଯେଉଁଠୁ ଗର୍ଭଗୃହରେ ଲାଗିଥିବା ଦର୍ପଣ ଉପରେ ପଡ଼ିବା ପରେ ୬୦ ଡିଗ୍ରୀ କୋଣକୁ ଗତି କରିବ । ଏଭଳି ପ୍ରତ୍ୟାବର୍ତ୍ତନ ଫଳରେ ଏହା ସିଧାସଳଖ ରାମଲାଲାଙ୍କ ମସ୍ତକରେ ପଡ଼ିବ । ସୂର୍ଯ୍ୟକିରଣରେ ସୁଶୋଭିତ ହେବେ ପ୍ରଭୁ ଶ୍ରୀରାମ ।

ଏହା ମଧ୍ୟ ପଢନ୍ତୁ...ଅଯୋଧ୍ୟାକୁ ଛୁଟୁଛି ଭକ୍ତଙ୍କ ସୁଅ, ରାମଲାଲାଙ୍କ ଦର୍ଶନରେ ରେକର୍ଡ - Ayodhya Ram Temple

ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBI) ବୈଜ୍ଞାନିକ ଡକ୍ଟର ପ୍ରଦୀପ ଚୌହ୍ୱାନ କହିଛନ୍ତି, "ରାମନବମୀ ମଧ୍ୟାହ୍ନରେ ରାମ ମନ୍ଦିରରେ ସୂର୍ଯ୍ୟଙ୍କ ତିଳକ ପାଇଁ ୧୯ ଗିୟର ଲଗାଯାଇଛି । ଯାହା ଉପରେ କିରଣ ପଡ଼ିବା ମାତ୍ରେ ଏହା କିଛି ସେକେଣ୍ଡ ଭିତରେ ଦର୍ପଣ ଓ ଲେନ୍ସ ମାଧ୍ୟମରେ ଗତି ପରିବର୍ତ୍ତନ କରିବ । ଆଉ ଗର୍ଭଗୃହରେ ପହଞ୍ଚିବ ।" ସେପଟେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟ ଡକ୍ଟର ଅନିଲ ମିଶ୍ରା କହିଛନ୍ତି, "ବୈଜ୍ଞାନିକମାନେ ଗର୍ଭଗୃହ ଉପରେ ଥିବା ତୃତୀୟ ମହଲାରେ କରିଥିବା ପ୍ରସ୍ତୁତିର ଟ୍ରାଏଲ ଲରିଛି । ରାମନବମୀରେ ରାମଲାଲା ସୂର୍ଯ୍ୟତିଳକରେ ଶୋଭା ପାଇବେ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.