ETV Bharat / bharat

NEET ପାଇଁ ଚଲାଇଥିଲେ ପ୍ରସ୍ତୁତି, ପରୀକ୍ଷା ପୂର୍ବ ଦିନ ଜୀବନ ହାରିଲେ ଛାତ୍ର - NEET STUDENT SUICIDE - NEET STUDENT SUICIDE

Student Suicide: NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଆଜି ଦେଇଥାନ୍ତେ ପରୀକ୍ଷା । ଗତକାଲି ରାତିରେ ଜୀବନ ହାରିଛନ୍ତି 18 ବର୍ଷୀୟ ଛାତ୍ର । ଅଧିକ ପଢ଼ନ୍ତୁ

NEET ପାଇଁ ଚଲାଇଥିଲେ ପ୍ରସ୍ତୁତି, ପରୀକ୍ଷା ପୂର୍ବ ଦିନ ଜୀବନ ହାରିଲେ ଛାତ୍ର
NEET ପାଇଁ ଚଲାଇଥିଲେ ପ୍ରସ୍ତୁତି, ପରୀକ୍ଷା ପୂର୍ବ ଦିନ ଜୀବନ ହାରିଲେ ଛାତ୍ର (Etv Bharat)
author img

By ETV Bharat Odisha Team

Published : May 5, 2024, 9:12 PM IST

ଜୟପୁର: NEET ପରୀକ୍ଷା ପାଇଁ ପ୍ରସ୍ତୁତ ହୋଉଥିବା ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଆଜି ସାରା ଦେଶରେ NEET ପରୀକ୍ଷା ଥିବା ବେଳେ ଗତକାଲି (ଶନିବାର) ରାତିରେ ଛାତ୍ର ଜଣଙ୍କୁ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଛାତ୍ର ଜଣଙ୍କ ରାଜସ୍ଥାନର ବୃଜନଗରରେ ଜୀବନ ହାରିଥିବା ସୂଚନା ମିଳିଛି । ସେପଟେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ସୂଚନା ଅନୁସାରେ, ରାଜସ୍ଥାନର ଲଖନପୁର ପୋଲିସ ଷ୍ଟେସନ ଅଞ୍ଚଳ ନାଗଲା ମିର୍ଚୁଆ ଗାଁର ବାସିନ୍ଦା ହରଭାନ୍ ସିଂଙ୍କ ପୁଅ ମନୀଷ ସିଂ (18) ଭରତପୁର ସହରର ବୃଜ ନଗରରେ ନିଜ ବଡ଼ ଭାଇସହ ଏକ ଭଡା ଘରେ ରହି NEET ପାଇଁ ପ୍ରସ୍ତୁତି ଚଳାଇଥିଲେ । ଶନିବାର ସନ୍ଧ୍ୟାରେ ମନୀଷଙ୍କ ବଡ଼ ଭାଇ ପରିବା କିଣିବା ପାଇଁ ବଜାରକୁ ଯାଇଥିଲେ । ପରେ ବଜାରରୁ ଫେରି ଘରେ ମନୀଷଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଏନେଇ ବଡ ଭାଇ ଜଣଙ୍କ ପଡ଼ୋଶୀଙ୍କୁ ଜଣାଇବା ପରେ ସମସ୍ତେ ମିଶି ମନୀଷଙ୍କୁ ଆରବିଏମ୍ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ସୂଚନା ପାଇବା ପରେ ପରିବାର ଲୋକ ଆଜି (ରବିବାର) ସକାଳେ ଡାକ୍ତରଖାନାରେ ପହଞ୍ଚିଥିଲେ । ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପୋଲିସ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ତେବେ ମନୀଷଙ୍କ ବାପା ଜଣେ କୃଷକ ହୋଇଥିବା ବେଳେ କଷ୍ଟେମଷ୍ଟେ ମନୀଷଙ୍କୁ ପାଠ ପଢ଼ାଉଥିଲେ । ମନୀଷଙ୍କୁ ହରାଇ ସମ୍ପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗିପଡ଼ିଛି ।

ପ୍ରକାଶ ଥାଉ କି, ଗତ କିଛି ଦିନ ପୂର୍ବରୁ ରାଜସ୍ଥାନର କୋଟାରେ NEET ପାଇଁ ପ୍ରସ୍ତୁତି କରୁଥିବା ଜଣେ ୧୯ ବର୍ଷୀୟ ଛାତ୍ର ଜୀବନ ହାରିଥିଲେ । ଛାତ୍ର ଜଣଙ୍କ ଉତ୍ତରପ୍ରଦେଶର ଥିବା ବେଳେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି କୋଟାରେ ରହି ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କୋଟାରେ ପୁଣି ଜୀବନ ହାରିଲେ ଛାତ୍ର, ନିଟ୍‌ ପାଇଁ ଚଳାଇଥିଲେ ପ୍ରସ୍ତୁତି - SUICIDE IN KOTA

ତେବେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦେଶର ପ୍ରାୟ 24 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ NEET-UG ପରୀକ୍ଷା ପାଇଁ ପଞ୍ଜୀକରଣ କରିଛନ୍ତି । ଆଜି ଅପରାହ୍ନ 2ଟାରୁ 5ଟା 20 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ 557 ସହରରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ସେଥିମଧ୍ୟରୁ 14ଟି ପରୀକ୍ଷା କେନ୍ଦ୍ର ଦେଶ ବାହାରେ କରାଯାଇଥିଲା । 13 ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.