ETV Bharat / bharat

ଉତ୍ତର ପ୍ରଦେଶ ହାଥରସରେ ସତ୍‌ସଙ୍ଗ ସମୟରେ ଦଳାଚକଟା; 122 ଶ୍ରଦ୍ଧାଳୁ ମୃତ, ଅନେକ ଆହତ, ଘଟଣାସ୍ଥଳରେ ପହଞ୍ଚିଲା ଫରେନସିକ୍ ଟିମ୍ - Stampede During Satsang in Hathras

author img

By ETV Bharat Odisha Team

Published : Jul 2, 2024, 5:09 PM IST

Updated : Jul 2, 2024, 6:01 PM IST

Stampede During Satsang in Hathras: ଉତ୍ତର ପ୍ରଦେଶ ହାଥରସରେ ଅଘଟଣ । ଏକ ସତ୍‌ସଙ୍ଗରେ ଦଳାଚକଟାରେ 112 ଲୋକଙ୍କର ମୃତ୍ୟୁ ଘଟିଛି । ଅନେକ ଗୁରୁତର ଆହତ । ଅଧିକ ପଢ଼ନ୍ତୁ

Stampede During Satsang in Hathras
Stampede During Satsang in Hathras (ETV Bharat Odisha)

ଲକ୍ଷ୍ନୌ (ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶରେ ଏକ ସତ୍‌ସଙ୍ଗରେ ଦଳାଚକଟା । ଭୟଙ୍କର ଭିଡ଼ ଓ ଦଳାଚକଟାରେ ବର୍ତ୍ତମାନ ସୁଦ୍ଧା 122 ଲୋକଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଅନେକ ଶ୍ରଦ୍ଧାଳୁଙ୍କର ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ରହିଛନ୍ତି ଅନେକ ମହିଳା ଓ ଶିଶୁ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ହାଥରସ ଜିଲ୍ଲାର ରତିଭାନପୁରରେ । ନିକଟସ୍ଥ ସିକନ୍ଦ୍ରାରାଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚୁଛି ଗୋଟିଏ ପରେ ଗୋଟିଏ ମୃତଦେହ । ଏହି ଘଟଣାରେ ଅନେକ ଲୋକ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ତେଣୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେପଟେ ଘଟଣା ସମ୍ପର୍କରେ ଜାଣି ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିଭଳି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଦୁଃଖ ପ୍ରକାଶ କରିଛନ୍ତି । ଏପଟେ ଆଜି ସକାଳୁ ସକାଳୁ ଘଟଣାସ୍ଥଳରେ ପହଞ୍ଚିଛି ଫରେନସିକ୍ ଟିମ୍ ।

ମଙ୍ଗଳବାର ଉତ୍ତର ପ୍ରଦେଶ ହାଥରସ ଜିଲ୍ଲାର କୋତୱାଲୀ ସିକନ୍ଦ୍ରାରାଓ ଥାନା ଅଞ୍ଚଳରେ ଏହି ବଡ଼ ଅଘଟଣ ଘଟିଛି । ରତିଭାନପୁରର ଫୁଲରାଇ ଗ୍ରାମରେ ପ୍ରବଚକ ଭୋଲେ ବାବାଙ୍କ ସତସଙ୍ଗ ଚାଲିଥିଲା । ସତସଙ୍ଗ ସରିବା ପରେ ସେଠାରେ ଜମା ହୋଇଥିବା ବହୁ ଲୋକ ଏକାସାଙ୍ଗରେ ବାହାରିଗଲେ । ଫଳରେ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା । ସେହି ଦଳାଚକଟାରେ ବହୁ ମହିଳା ଓ ଶିଶୁ ଅଣନିଶ୍ବାସୀ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ଏହି ଦଳାଚକଟା ଆହୁରି ମଧ୍ୟ ବ୍ୟାପକ ହୋଇଗଲା । ଏଥିରେ 122 ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ CSC ସିକନ୍ଦ୍ରାରାଓକୁ ପହଞ୍ଚୁଛି ବହୁ ମୃତଦେହ । ସେପଟେ ଆହତମାନଙ୍କୁ ମଧ୍ୟ ଏଟା ମେଡିକାଲ କଲେଜକୁ ପଠାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କାଳ ହେଲା ପିକନିକ୍‌: ଜଳପ୍ରପାତରେ ଭାସିଗଲେ ମା’ ସହ 4 ଛୁଆ, କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ - Lonavala dam tragedy

କୁହାଯାଉଛି ଯେ, ଆୟୋଜକମାନେ ଯେତିକି ଶ୍ରଦ୍ଧାଳୁ ସମାଗମ ହେବା ନେଇ ପ୍ରଶାସନକୁ ଜଣାଇଥିଲେ, ତାହାଠାରୁ ବହୁ ପରିମାଣର ଅଧିକ ଲୋକ ଏଠାରେ ପହଞ୍ଚିଥିଲେ । ସତ୍‌ସଙ୍ଗ ଶେଷ ହେବା ବେଳକୁ ବହୁ ଲୋକ ଭିଡ଼ ଜମାଇଥିଲେ, ଯାହା ଫଳରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଏହାପରେ ଶତାଧିକ ଲୋକ ଅଚେତ ହୋଇପଡିଥିଲେ । ଦଳଚକଟାରେ ବର୍ତ୍ତମାନ ସୁଦ୍ଧା ଯଦିଓ 116 ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି, ହେଲେ ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 2, 2024, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.