ETV Bharat / bharat

ପୁଣି ଟ୍ରେନ ଦୁର୍ଘଟଣା, ଜବଲପୁରରେ ଲାଇନଚ୍ୟୁତ ହେଲା ‘ସୋମନାଥ ଏକ୍ସପ୍ରେସ’ - Somnath express derailed

author img

By ETV Bharat Odisha Team

Published : Sep 7, 2024, 8:54 AM IST

Updated : Sep 7, 2024, 10:39 AM IST

Somnath Express derailed: ଜବଲପୁରରେ ଲାଇନଚ୍ୟୁତ ହେଲା ‘ସୋମନାଥ ଏକ୍ସପ୍ରେସ’ । 2ଟି କୋଚ ଟ୍ରାକରୁ ଖସିଲା । କେହି ଯାତ୍ରୀ ଆହତ ହୋଇନଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଭୋପାଳ: ମଧ୍ୟ ପ୍ରଦେଶରେ ଟ୍ରେନ ଦୁର୍ଘଟଣା । ଟ୍ରାକରୁ ଖସିଲା ଯାତ୍ରାବାହୀ ଟ୍ରେନ । ଜବଲପୁରରେ ଲାଇନଚ୍ୟୁତ ହେଲା ‘ସୋମନାଥ ଏକ୍ସପ୍ରେସ’ । ଟ୍ରେନର 2ଟି କୋଚ ଟ୍ରାକରୁ ଲାଇନଚ୍ୟୁତ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ଟ୍ରେନଟି ଇନ୍ଦୋରରୁ ଜବଲପୁରକୁ ଆସୁଥିବା ବେଳେ 2ଟି ବଗି ଟ୍ରାକରୁ ତଳକୁ ଖସିଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ପଶ୍ଚିମ-କେନ୍ଦ୍ରୀୟ ରେଳବାଇ ଜୋନର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ (ସିପିଆରଓ) ହର୍ସିତ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି । ତେବେ ଉକ୍ତ ରୁଟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ରିଷ୍ଟୋରେସନ କାମ ଜାରି ରହିଛି । ଖୁବ ଶୀଘ୍ର ରେଳ ଚଳାଚଳ ସ୍ବାଭାବିକ କରିବା ପାଇଁ ରେଳ ବିଭାଗ ଯଥାସମ୍ଭବ ପ୍ରୟାସ ଜାରି ରଖିଛି । ଦୁର୍ଘଟଣା ପରେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି ।

ପୁଣି ଟ୍ରେନ ଦୁର୍ଘଟଣା, ଜବଲପୁରରେ ଲାଇନଚ୍ୟୁତ ହେଲା ‘ସୋମନାଥ ଏକ୍ସପ୍ରେସ’
ପୁଣି ଟ୍ରେନ ଦୁର୍ଘଟଣା, ଜବଲପୁରରେ ଲାଇନଚ୍ୟୁତ ହେଲା ‘ସୋମନାଥ ଏକ୍ସପ୍ରେସ’ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ପାସେଞ୍ଜର ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ; ହୁତୁ ହୁତୁ ଜଳିଗଲା ୩ ଏସି ବଗି, ଭିତରେ ଥିଲେ ଯାତ୍ରୀ - Passanger train catch fire

  • କଣ କହିଲେ ସିପିଆରଓ :-

ଓ୍ବେଷ୍ଟ ସେଣ୍ଟ୍ରାଲ ରେଲଓ୍ବେ ସିପିଆରଓ କହିଛନ୍ତି," ସୋମନାଥ ଏକ୍ସପ୍ରେସ ଟ୍ରେନ୍ ଇନ୍ଦୋରରୁ ଆସୁଥିଲା । ଯେତେବେଳେ ଜବଲପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର 6 ଅଭିମୁଖେ ଯାଉଥିଲା ସେତେବେଳେ ଟ୍ରେନର ଗତି ଧୀର ଥିଲା । ଏହି ସମୟରେ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସକାଳ ପ୍ରାୟ 5.50 ମିନିଟ ସମୟରେ ଏହା ପ୍ଲାଟଫର୍ମଠାରୁ ପ୍ରାୟ 150 ମିଟର ଦୂରରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ପୁଣି ଟ୍ରେନ ଦୁର୍ଘଟଣା: ଉତ୍ତର ପ୍ରଦେଶରେ ଟ୍ରାକରୁ ଖସିଲା ‘ସାବରମତି ଏକ୍ସପ୍ରେସ୍‌’, 22ଟି ବଗି ଲାଇନଚ୍ୟୁତ, ବଡ ଷଡଯନ୍ତ୍ର ସୂଚନା ଦେଲେ ରେଳମନ୍ତ୍ରୀ - Sabarmati Express derailed

ଏହା ମଧ୍ୟ ପଢନ୍ତୁ-ଆଶ୍ଚର୍ଯ୍ୟ ! 12 ଦିନରେ 12 ଟ୍ରେନ ଦୁର୍ଘଟଣା; ବାଟରେ ଛକି ବସିଛି ଲୌହ ଦାନବ, ପିଉଛି ମଣିଷ ରକ୍ତ ! - TRAIN ACCIDENT IN INDIA

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁର ସରଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି - Goods Train Derail

ନିକଟରେ ସାବରମତୀ ଏକ୍ସପ୍ରେସ ହୋଇଥିଲା ଲାଇନଚ୍ୟୁତ :

ଦେଶରେ ବାରମ୍ଭାର ଟ୍ରେନ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଗତମାସ (ଅଗଷ୍ଟ) ମାସରେ ଉତ୍ତର ପ୍ରଦେଶ କାନପୁର ନିକଟରେ ‘ସାବରମତୀ ଏକ୍ସପ୍ରେସ’ ଇଞ୍ଜିନ ସମେତ 22ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏଥିରେ କେହି ଯାତ୍ରୀ କିମ୍ବା ରେଳ କର୍ମଚାରୀ ମୃତାହତ ହୋଇନଥିଲେ । ଟ୍ରେନଟି ଉତ୍ତର ପ୍ରଦେଶ ବାରାଣସୀରୁ ଗୁଜୁରାଟ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରୁଥିଲା । କାନପୁର ଏବଂ ଭୀମସେନ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲେ । ଟ୍ରାକରେ ବଡ ପଥର ଖଣ୍ଡ ପଡିଥିବାରୁ ଇଞ୍ଜିନ ଧକ୍କା ଖାଇବାରୁ 22ଟି ବଗି ଲାଇନଚ୍ୟୁତ ହୋଇଥିବା ତଦନ୍ତରୁ ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 7, 2024, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.