ETV Bharat / bharat

ରାହୁଲଙ୍କୁ ସ୍ମୃତିଙ୍କ ଖୋଲା ଚ୍ୟାଲେଞ୍ଜ, ‘ଏଥର ଆମେଠିରୁ ଲଢ ’

author img

By ETV Bharat Odisha Team

Published : Feb 19, 2024, 5:50 PM IST

Smriti Irani To Rahul Gandhi: ରାହୁଲ ଗାନ୍ଧୀଙ୍କୁ ଆମେଠିରୁ ଲଢିବା ପାଇଁ ଖୋଲା ଚ୍ୟାଲେଞ୍ଜ ଦେଲେ କେନ୍ଦ୍ରମନ୍ତ୍ରୀ ତଥା ପ୍ରତିଦ୍ବନ୍ଦ୍ବୀ ସ୍ମୃତି ଇରାନୀ । ଅଧିକ ପଢନ୍ତୁ

ରାହୁଲଙ୍କୁ ସ୍ମୃତିଙ୍କ ଖୋଲା ଚ୍ୟାଲେଞ୍ଜ, ‘ଏଥର ଆମେଠୀରୁ ଲଢ ’

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ (2024)ରେ ରାହୁଲ ଗାନ୍ଧୀଙ୍କୁ ନିଜ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ଆମେଠୀ ସଂସଦୀୟ କ୍ଷେତ୍ରରୁ ଲଢିବାକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଗତ ଥରର ପ୍ରତିଦ୍ବନ୍ଦ୍ବୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଯଦି ରାହୁଲଙ୍କ ଆତ୍ମବିଶ୍ବାସ ଅଛି, ତେବେ ସେ ଚଳିତ ଥର ଆମେଠିରୁ ନିର୍ବାଚନ ଲଢନ୍ତୁ ବୋଲି ସ୍ମୃତି କହିଛନ୍ତି । ସ୍ମୃତି କହିଛନ୍ତି, ‘‘2019ରେ ରାହୁଲ ଆମେଠି ଛାଡି ପଳାଇଥିଲେ । ଏଥର ଆମେଠି ତାଙ୍କୁ ଛାଡି ସାରିଛି । ଯଦି ସେ ବିଜୟୀ ହେବେ ବୋଲି ଦୃଢ ଅଛନ୍ତି, ତେବେ ସେ ଚଳିତଥର ଆମେଠିରୁ ନିର୍ବାଚନ ଲଢନ୍ତୁ ।’’

2004 ସଧାରଣ ନିର୍ବାଚନରେ ରାହୁଲ ନିଜ ରାଜନୈତିକ କ୍ୟାରିୟର ଉତ୍ତର ପ୍ରଦେଶର ଆମେଠି ସଂସଦୀୟ କ୍ଷେତ୍ରରୁ କରିଥିଲେ । ପୂର୍ବରୁ ଏହି ଆସନରୁ ରାହୁଲଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ନିର୍ବାଚନ ଲଢି ଆସୁଥିଲେ । ହେଲେ ଗତଥର (2019)ରେ ଦୁଇଟି ଆସନ, ଉତ୍ତର ପ୍ରଦେଶର ଆମେଠି ସମେତ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢିଥିଲେ ରାହୁଲ । ପାରମ୍ପରିକ ଆସନ ଆମେଠିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ସେ ପରାଜିତ ହେବା ସହ ଓ୍ବାୟନାଡରୁ ବିଜୟୀ ହୋଇ ସଂସଦରେ ପହଞ୍ଚିଥିଲେ । ଗତ ସାଧାରଣ ନିର୍ବାଚନରେ ସ୍ମୃତି ଇରାନୀ ପ୍ରାୟ 55 ହଜାର ଭୋଟ ବ୍ୟବଧାନରେ ରାହୁଲଙ୍କୁ ପରାଜିତ କରିଥିଲେ । ରାହୁଲଙ୍କ ରାଜନୈତିକ କ୍ୟାରିୟରରେ ଏହା ପ୍ରଥମ ପରାଜୟ ଥିଲା ।

ଏହା ମଧ୍ୟ ପଢନ୍ତୁ:- ସନ୍ଦେଶଖାଲି ମାମଲା: ଲୋକସଭା ସ୍ବାଧିକାର କମିଟି କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ତେବେ ଚଳିତଥର ରାହୁଲ କେଉଁ ଆସନରୁ ଲଢିବେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳୁନି । ମା’ ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକସଭା ନିର୍ବାଚନରୁ ଓହରି ସାରିଛନ୍ତି । ସେ ରାଜସ୍ଥାନରୁ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ତେଣୁ ସୋନିଆଙ୍କ ପାରମ୍ପରିକ ଆସନ ରାୟବରେଲୀରୁ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନରେ ଡେବ୍ୟୁ କରିବାର ସର୍ବାଧିକ ସମ୍ଭାବନା ରହିଛି । ତେଣୁ ଉଭୟ ରାହୁଲ ଓ ପ୍ରିୟଙ୍କା ଆମେଠି-ରାୟବରେଲୀରୁ ଲଢିବେ ନା, ରାହୁଲ ପୁଣି ଥରେ ଦକ୍ଷିଣ ମୁହାଁ ହୋଇ ସୁରକ୍ଷିତ ଆସନ ଖୋଜିବେ ସେ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ରାହୁଲଙ୍କ ଗତଥରର ପ୍ରତିଦ୍ବନ୍ଦ୍ବୀ ସ୍ମୃତି ଇରାନୀ ସିଧା ଚ୍ୟାଲେଞ୍ଜ କରିଛନ୍ତି । ସ୍ମୃତିଙ୍କ ଆହ୍ବାନ ନେଇ ରାହୁଲ କିମ୍ବା କଂଗ୍ରେସ କ୍ୟାମ୍ପରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି । ରାହୁଲ ଆଜି ଉତ୍ତର ପ୍ରଦେଶରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.