ETV Bharat / bharat

ରନଓ୍ବେରେ ଟ୍ରକ ସହ ଧକ୍କା ହେଲା ବିମାନ, ଭାଙ୍ଗିଗଲା ବିମାନର ଡେଣା

author img

By ETV Bharat Odisha Team

Published : Mar 15, 2024, 4:12 PM IST

Sharjah-Surat flight Collides with Truck: ରନଓ୍ବେରେ ଟ୍ରକ ସହ ଧକ୍କା ହେଲା ସାରଜାହ-ସୁରଟ ବିମାନ । ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତିଲେ 160ରୁ ଅଧିକ ଯାତ୍ରୀ । ଅଧିକ ପଢନ୍ତୁ

ରନଓ୍ବେରେ ଟ୍ରକ ସହ ଧକ୍କା ହେଲା ବିମାନ
ରନଓ୍ବେରେ ଟ୍ରକ ସହ ଧକ୍କା ହେଲା ବିମାନ

ମୁମ୍ବାଇ: ରନଓ୍ବେରେ ଟ୍ରକ ସହ ଧକ୍କା ହେଲା ଯାତ୍ରୀବାହୀ ବିମାନ । ବିମାନର ଓ୍ବିଙ୍ଗ୍ସ (ଡେଣା) କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସର ସାରଜାହ-ସୁରଟ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ବୁଧବାର ରାତି ପ୍ରାୟ 11ଟା 15 ମିନିଟ ସମୟରେ ସୁରଟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ବିମାନଟି 180 ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଦୁର୍ଘଟଣାପରେ ଯାତ୍ରୀମାନେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ବିମାନରେ 160ରୁ ଅଧିକ ଯାତ୍ରୀ ରହିଥିଲେ । ତେବେ ବିମାନଟି ଅବତରଣ କରିବା ସମୟରେ ରନଓ୍ବେ ପାର୍ଶ୍ବରେ ପାର୍କିଂ ହୋଇଥିବା ଏକ ବିମାନ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଯାତ୍ରାମାନଙ୍କର କୌଣସି କ୍ଷତି ହୋଇନଥିଲେ ହେଁ ବିମାନର ଓ୍ବିଙ୍ଗ୍ସ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ବିମାନ ଉଡାଣ ବନ୍ଦ ରହିଥିବା ବେଳେ ମାର୍ଚ୍ଚ 16 ତାରିଖରୁ ପୁଣି ଉଡାଣ ଆରମ୍ଭ କରିବା ନେଇ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ମିଳିଛି ।

ଦୁର୍ଘଟଣାର ସମ୍ପୁର୍ଣ୍ଣ ରିପୋର୍ଟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରାଯାଇଛି । ତେବେ ସୁରଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମାନ୍ତରାଳ ଟ୍ୟାକ୍ସି ଟ୍ରାକ ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି । ଏଥିପାଇଁ ମାଟିର ଆବଶ୍ୟକତା ରହୁଥିବାରୁ ଟ୍ରକ କାମରେ ଲାଗିଛି । ତେବେ ଡ୍ରାଇଭର ଜଣକ ରାତିରେ ରନଓ୍ବେ ପାର୍ଶ୍ବରେ ପାର୍କି କରିଥିବା ବେଳେ ଏଭଳି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ପରିବାରର ଗାଳିରୁ ବଞ୍ଚିବା ପାଇଁ ବିଟେକ୍ ଛାତ୍ରଙ୍କ କୌତୁହଳ ଉପାୟ, କହିଲେ 'ମୁଁ ଆତଙ୍କବାଦୀ'

ଟ୍ୟାକ୍ସି ଟ୍ରାକ ନିର୍ମାଣ କାର୍ଯ୍ୟ ଯୋଗୁଁ ଗତ କିଛି ଦିନ ମଧ୍ୟରେ ବିମାନ ଅବତରଣରେ ଅନେକ ସମସ୍ୟା ଦେଖାଯାଉଛି । ଗତ ଫେବୃଆରୀ 27 ତାରିଖରେ ରନଓ୍ବେରେ ଏକ ବିମାନ ଅବତରଣ କରିପାରିନଥିଲା । ଆକାଶରେ କିଛି ସମୟ ଧରି ଚକ୍କର କାଟିଥିଲା ବିମାନ । ସେହିପରି ଫେବୃଆରୀ 28 ତାରିଖରେ ରନଓ୍ବେରେ ଅଟକି ରହିଥିଲା ଏକ ବିମାନ । ଫଳରେ ଅନ୍ୟ ବିମାନର ଲ୍ୟାଣ୍ଡିଂରେ ସମସ୍ୟା ଦେଖାଯାଇଥିଲା । ମେ 2021 ରେ ସୁରଟ ବିମାନବନ୍ଦରର ନିର୍ଦ୍ଦେଶକ ନିର୍ମାଣକାରୀ କମ୍ପାନୀକୁ ନୋଟିସ ଦେଇଥିଲେ, କିନ୍ତୁ PTT କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଫଳରେ ଅନେକ ସମୟରେ ବଡ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଉଛି ବିମାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.