ETV Bharat / bharat

ବେଙ୍ଗାଲୁରୁରେ ପାଣି ପାଇଁ ଡହଳବିକଳ: ୨୫ ଲିଟରକୁ ୫୦ ଟଙ୍କା, ସପ୍ତାହେ ହେଲା ଜୁଝୁଛନ୍ତି ଲୋକେ - ବେଙ୍ଗାଲୁରୁରେ ଜଳ ସମସ୍ୟା

Bangalore Water Crisis: ବେଙ୍ଗାଲୁରୁରେ ମିଳୁନି ଜଳ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ଅଧିକ ପଢନ୍ତୁ

Bangalore Water Crisis
Bangalore Water Crisis
author img

By ETV Bharat Odisha Team

Published : Mar 7, 2024, 9:50 AM IST

Updated : Mar 7, 2024, 10:20 AM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସିଟିରେ ଜଳ ସଙ୍କଟ । ପାଣି ମୁନ୍ଦେ ପାଇଁ ଡହଳ ବିକଳ ସହରବାସୀ । ଖରା ଦିନ ଆରମ୍ଭରୁ ଜଳ କଷ୍ଟ ଭୋଗିଲେଣି ଲୋକେ । ସହରର ଭୂତଳ ଜଳ ସ୍ତର ଦିନକୁ ଦିନ ହ୍ରାସ ପାଉଛି ଏବଂ ବୋରୱେଲଗୁଡିକ ଶୁଖିଯାଉଛି । ଯାହା ଫଳରେ ଖରାଦିନରେ ଜଳ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଜଳ ଯୋଗାଣ ସଠିକ୍ ଭାବରେ କରାଯାଉନଥିବା ବେଳେ ଜଳ ପାଇଁ ହାହାକାର ସୃଷ୍ଟି ହୋଇଛି । ଗତ ଏକ ସପ୍ତାହ ହେଲା ଲୋକେ ଏହି ସମସ୍ୟା ଭୋଗୁଛନ୍ତି ।

ବେଙ୍ଗାଲୁରୁ ସମେତ ମହାଦେବପୁର, କେ.ଆର ପୁର, ଯଶବନ୍ତପୁର, ୟାଲାହଙ୍କା, ଦସାରାହଲ୍ଲୀ, ବଟାରାୟଣପୁର ନିର୍ବାଚନ ମଣ୍ଡଳୀର 110 ଗାଁର ବାସିନ୍ଦାଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଣ କରାଯାଉନାହିଁ । ମହାଦେବପୁର ନିର୍ବାଚନମଣ୍ଡଳୀରେ ଅଧିକ ଜଳ ସମସ୍ୟା ରହିଛି । ପ୍ରତ୍ୟେକ ୱାର୍ଡରେ ଜଳ ଅଭାବରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳ ଠାରୁ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ମଧ୍ୟ ଜଳ ମିଳୁନି । ଏହି ନିର୍ବାଚନମଣ୍ଡଳୀର ଭାରତୁର, ହାଗଦୁର ଏବଂ ଅନ୍ୟାନ୍ୟ ୱାର୍ଡରେ ବୋରୱେଲ ଗୁଡିକରେ ପାଣି ଶୁଖି ଯାଇଛି । ଏଠାରେ ଲୋକଙ୍କୁ ପାଣି ପାଇଁ ଟ୍ୟାଙ୍କର୍ ଉପରେ ନିର୍ଭର କରିବାକୁ ପଡୁଛି । ଜଳ ସମସ୍ୟାକୁ ନେଇ ଲୋକମାନେ ସ୍ଥାନୀୟ ପ୍ରତିନିଧୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ପାଣି ଟ୍ୟାଙ୍କର ବୁକ କଲେ ମଧ୍ୟ ତାହା ପହଞ୍ଚିବାକୁ ଏକ ସପ୍ତାହ ସମୟ ଲାଗୁଛି ।

ଏହା ମଧ୍ୟ ପଢନ୍ତୁ-ଜଳକଷ୍ଟରେ ଜର୍ଜରିତ ଗ୍ରାମବାସୀ, ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟରେ ପକାଇଲେ ତାଲା

ପ୍ରତିଦିନ ପାନୀୟ ଜଳ ଯୋଗାଣ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ । BBMP ସପ୍ତାହରେ ଦୁଇଥର ପାଣି ଦେଉଥିଲା ବର୍ତ୍ତମାନ ସପ୍ତାହରେ ଥରେ ମାତ୍ର ପାଣି ଯୋଗାଉଛି, ତାହା ପୁଣି ଅଧ ଘଣ୍ଟା ପାଇଁ । ଲକ୍ଷ୍ମଚନ୍ଦ୍ର ୱାର୍ଡ ରେ ପରିବହନ ମନ୍ତ୍ରୀ ରାମଲିଙ୍ଗାରେଡ୍ଡୀଙ୍କ ଘର । ଏହି ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସପ୍ତାହରେ ଥରେ ଅଳ୍ପ ପରିମାଣରେ ପାଣି ଯୋଗାଇ ଦିଆଯାଉଛି ଯାହା କେବଳ ଏକ ଘଣ୍ଟା ପାଇଁ। ପାଣଇ ପାଇଁ ସ୍ଥାନୀୟ ନେତାଙ୍କୁ ଅବଗତ କରଇଥିଲେ ମଧ୍ୟ ସେମାନେ କେବଳ ପ୍ରତିଶ୍ରୁତି ଦେଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକଙ୍କ କହିଆ ଅନୁଯାୟୀ, ''ଆମେ ପିଇବା ପାଇଁ ବୋତଲ ପାଣି ବ୍ୟବହାର କରୁଛୁ । 25 ଲିଟର ପାଣି ପାଇଁ 50 ରୁ 60 ଟଙ୍କା ଦେବାକୁ ପଡୁଛି । ଆଗକୁ ମଧ୍ୟ ସମସ୍ୟା ଆହୁରି ହେବ । '' ଅନେକ କାରଣରୁ ଭୂତଳ ଜଳ ସ୍ତରର ଜଳ ହ୍ରାସ ହେତୁ ଜଳ ସମସ୍ୟା ଉପୁଜିଛି ।

Last Updated : Mar 7, 2024, 10:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.