ETV Bharat / bharat

ଘାଟିରେ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: 10 ମୃତ, ୩୦ରୁ ଅଧିକ ଆହତ - Terrorists Open Fire At Pilgrims Bus

author img

By ETV Bharat Odisha Team

Published : Jun 10, 2024, 7:54 AM IST

Updated : Jun 10, 2024, 8:48 AM IST

TERRORISTS ATTACK ON PILGRIMS BUS IN JK'S REASI: କାଶ୍ମୀର ରିଆସିରେ ତୀର୍ଥଯାତ୍ରୀ ବସକୁ ଟାର୍ଗେଟ କଲେ ଆତଙ୍କବାଦୀ । ଅନ୍ଧାଧୂନ ଗୁଳୁମାଡରେ ଖାଇକୁ ଖସିଲା ବସ୍‌ । 10 ମୃତ ଓ 30ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି । ସର୍ଚ୍ଚ ଅପରେସନ ଆରମ୍ଭ କଲା ସେନା । ଅଧିକ ପଢନ୍ତୁ

ଘାଟିରେ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: ୯ ମୃତ, ୩୦ରୁ ଅଧିକ ଆହତ
ଘାଟିରେ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: ୯ ମୃତ, ୩୦ରୁ ଅଧିକ ଆହତ (ETV Bharat Odisha)

ଶ୍ରୀନଗର: ଦେଶର ରାଜଧାନୀ ଦିଲ୍ଲୀରେ ସଂଧ୍ୟାରେ କେନ୍ଦ୍ର କ୍ୟାବିନେଟ ଶପଥ ଗ୍ରହଣ ଉପରେ ସମଗ୍ର ଦେଶର ନଜର ଥିବା ବେଳେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଭିଆଇଛନ୍ତି ନାରକୀୟ କାଣ୍ଡ । ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍‌ ଉପରେ ଅନ୍ଧାଧୂନ ଗୁଳିମାଡ କରିଛନ୍ତି ଆତଙ୍କବାଦୀ । ଫଳରେ ବସଟି ଦୁର୍ଘଟଣାର ଶିକାର ହୋଇ ଏକ ଖାଇରେ ଖସିପଡିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି (ରବିବାର) ସଂଧ୍ୟା ପ୍ରାୟ ସାଢେ ୬ଟାରେ ଏହି ଆକ୍ରମଣ ଘଟିଛି । ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଛି । ମୃତାହତମାନେ ସମସ୍ତେ ତୀର୍ଥଯାତ୍ରୀ ଥିଲେ । ସେମାନଙ୍କ ପରିଚୟ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି ।

ସ୍ଥାନୀୟ ଏସଏସପି ମୋହିତା ଶର୍ମାଙ୍କ ପ୍ରତିକ୍ରିୟା ଅନୁସାରେ, ଏହି ୫୩ ସିଟ ବିଶିଷ୍ଟ ବସଟି ତୀର୍ଥଯାତ୍ରୀଙ୍କୁ ନେଇ ଶିବ ଖୋରୀ ମନ୍ଦିରରୁ କାତ୍ରା ଅଭିମୁଖେ ବାହାରିଥିଲା । ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ପୋନି ଏରିଆର ତେରାଥ ଗ୍ରାମ ନିକଟରେ ଆତଙ୍କବାଦୀମାନେ ବସ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଫଳରେ ବସଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ପାରାମିଲିଟାରୀ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ କରିଥିଲେ । ହେଲେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ୩୩ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ରିଆସି ହସ୍ପିଟାଲ, ୫ଜଣ ତ୍ରେୟାଥ ଓ ୧୫ଜଣଙ୍କୁ ଜମ୍ମୁ ସ୍ଥିତ GMCରେ ଭର୍ତ୍ତି କରାଯାଇଛି ।

ପୀଡିତଙ୍କ ମୁହଁରୁ...

ଆକ୍ରମଣର ଶିକାର ହୋଇଥିବା ଜଣେ ତୀର୍ଥଯାତ୍ରୀଙ୍କ କହିବା ଅନୁସାରେ, ବସଟି ୪ଟା ବେଳେ ଶିବ ଖୋରୀ ମନ୍ଦିର ପରିସରରୁ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିବାର ଥିଲା । ହେଲେ କୌଣସି କାରଣବଶତଃ ବିଳମ୍ବିତ ହୋଇ ସଂଧ୍ୟା ପ୍ରାୟ ସାଢେ ୫ଟାରେ ଯାତ୍ରା ଆରମ୍ଭ କରିଥିଲା । ରାସ୍ତାରେ କିଛି ମୁଖାପିନ୍ଧା ବନ୍ଧୁକଧାରୀ ଆତଙ୍କୀ ପୂର୍ବରୁ ଅପେକ୍ଷା କରିଥିଲେ । ସେମାନେ ବସ୍‌ ଉପରେ ଅତର୍କିତ ଅନ୍ଧାଧୂନ ଗୁଳିମାଡ କରିଥିଲେ । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡିଟି ଖାଇକୁ ଖସି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ:- ମୋଦି 3.0ରେ ଓଡ଼ିଶାରୁ ୩ କେନ୍ଦ୍ରମନ୍ତ୍ରୀ, ଶପଥ ନେଲେ ଧର୍ମେନ୍ଦ୍ର, ଜୁଏଲ୍‌ ଓ ଅଶ୍ବିନୀ - Union Ministers from Odisha

ବଡ ଅପରେସନ ଆରମ୍ଭ କଲା ସେନା:-

ତେବେ ଘାଟିରେ ବିଭିନ୍ନ ସମୟରେ ସୁରକ୍ଷାବଳ ଉପରେ ଆମ୍ବୁସ କରି ଆକ୍ରମଣ କରୁଥିବା ଆତଙ୍କବାଦୀମାନେ ଏବେ ତୀର୍ଥଯାତ୍ରୀଙ୍କୁ ନିର୍ମମ ହତ୍ୟା କରିବା ପରେ ଚିନ୍ତା ବଢିଛି । କାଶ୍ମୀରର ବିଭିନ୍ନ ସ୍ଥାନକୁ ପରିଭ୍ରମଣରେ ଯାଇଥିବା ତୀର୍ଥଯାତ୍ରୀମାନେ ଭୟଭୀତ ହୋଇ ପଡିଛନ୍ତି । ରିଆସିରେ ବହୁମାତ୍ରାରେ ଫୋର୍ସ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।

ରାଷ୍ଟ୍ରପତି ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ନିନ୍ଦା:-

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଆକ୍ରମଣକୁ କଡା ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି ଲେଖିଛନ୍ତି,‘‘ ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୁଁ ଦୁଖିତଃ । ଏହି ଭୟଙ୍କର କାର୍ଯ୍ୟ ମାନବିକତା ବିରୁଦ୍ଧରେ ଏକ ଅପରାଧ ଏବଂ ଏହାକୁ ଦୃଢ ଶବ୍ଦରେ ନିନ୍ଦା କରାଯିବା ଆବଶ୍ୟକ । ପୀଡିତଙ୍କ ପରିବାର ସହ ଦେଶ ଛିଡା ହୋଇଛି ।’’

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆକ୍ରମଣକୁ ନିନ୍ଦା କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସେ କାଶ୍ମୀର ଉପରାଜ୍ୟପାଳ ଓ ପୋଲିସ ଡିଜିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଶାହ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଘଟଣାରେ ଦୁଖଃ ପ୍ରକାଶ କରିଛନ୍ତି । ଓଡିଶାର ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍‌ କରି ଆକ୍ରମଣକୁ ନିନ୍ଦା କରିବା ସହ ପୀଡିତଙ୍କ ପ୍ରତି ସମବେଦନା ବ୍ୟକ୍ତି କରିଛନ୍ତି । ଆଜି ସକାଳୁ ଭାରତୀୟ ସେନା ସେଠାରେ ବଡ ଅପରେସନ ଆରମ୍ଭ କରିଛି । ସମ୍ପୂର୍ଣ୍ଣ ଏରିଆକୁ କର୍ଡନ କରି ଡ୍ରୋନ ସାହାଯ୍ୟରେ ଏରିଆଲ ସର୍ଭେ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 10, 2024, 8:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.