ETV Bharat / bharat

ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା, ଚାଲିଗଲା ୭ ଜୀବନ - ROAD ACCIDENT

author img

By ETV Bharat Odisha Team

Published : Jun 29, 2024, 10:43 AM IST

Road Accident: ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ଟି କାର ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଚାଲିଗଲା ୭ ଜଣଙ୍କ ଜୀବନ । ପାଖାପାଖି ୫ ଜଣ ଗୁରୁତର ଆହତ । ଅଧିକ ପଢନ୍ତୁ

Maharastra Road Accident
Maharastra Road Accident (ETV Bharat Maharastra)

ମୁମ୍ବାଇ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ଟା ବେଳେ ମହାରାଷ୍ଟ୍ରର ଜାଲନା ଜିଲ୍ଲା ସମୃଦ୍ଧି ଏକ୍ସପ୍ରେସ ଓ୍ବେରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ୨ଟି କାର ମଧ୍ୟରେ ଧକ୍କା ଫଳରେ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୪ରୁ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଜାଲନା ଜିଲ୍ଲାର କଦଓ୍ବାଞ୍ଚି ଗାଁ ନିକଟସ୍ଥ ସମୃଦ୍ଧି ହାଇଓ୍ବେରେ ଏକ କାର ନାଗପୁରରୁ ମୁମ୍ବାଇ ଯାଉଥିବା ବେଳେ କଦଓ୍ବାଞ୍ଚିଠାରେ ଡିଜେଲ ଭରି ରଙ୍ଗ୍ ସାଇଡରୁ ଆସୁଥିବା ଅନ୍ୟ ଏକ ସୁଇଫ୍ଟ ଡିଜେୟାର କାର ସହ ଧକ୍କା ହୋଇଥିଲା । ଧକ୍କା ପରେ ଦୁଇଟା ଯାକ କାର ସମୃଦ୍ଧି ହାଇଓ୍ବେର ବ୍ୟାରିକେଡ ଭାଙ୍ଗି ତଳକୁ ଖସି ପଡିଥିଲା ।

ଏହାମଧ୍ୟ ପଢନ୍ତୁ... ଶେଷଯାତ୍ରା ହେଲା ତୀର୍ଥଯାତ୍ରା, ସଡକ ଦୁର୍ଘଟଣାରେ ଲିଭିଗଲା 13 ଜୀବନ ଦୀପ - Karnataka road accident

ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ କାରରେ ଥିବା ପାଖାପାଖି ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୪ରୁ ୫ ଜଣଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ସମୃଦ୍ଧି ହାଇଓ୍ବେ ପୋଲିସ ଓ ଜଲନା ପୋଲିସ ଏନେଇ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ତଦନ୍ତ ଜାରି ରଖିଛନ୍ତି । କ୍ରେନ ସାହାଯ୍ୟରେ କାରଗୁଡିକୁ ତଳୁ ଏକ୍ସପ୍ରେସଓ୍ବେ ଉପରକୁ ଅଣାଯାଇଥିଲା ।

ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବିଳମ୍ବ ହୋଇଥିଲା । ଜଲନା ପୋଲିସ ସୂଚନା ଅନୁଯାୟୀ, ମୃତକଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.