ETV Bharat / bharat

ବିରୋଧୀଙ୍କୁ ଅନୁରାଗଙ୍କ କଟାକ୍ଷ:'ଇଣ୍ଡିଆ' ମେଣ୍ଟରେ ଫାଟ, ଆଗକୁ କଣ ହେଉଛି ଦେଖ

author img

By ETV Bharat Odisha Team

Published : Jan 28, 2024, 8:37 AM IST

Updated : Jan 28, 2024, 9:42 AM IST

INDIA bloc rift: ଇଣ୍ଡିଆ ମେଣ୍ଟରେ ବଢୁଥିବା ଫାଟକୁ ନେଇ କଂଗ୍ରେସକୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଦେଖନ୍ତୁ ଆଗକୁ କଣ ହେଉଛି ବୋଲି କହିଲେ ଅନୁରାଗ । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
INDIA bloc rift

ନୂଆଦିଲ୍ଲୀ: କଣ ହେବ ବିରୋଧିଙ୍କ ଇଣ୍ଡିଆ ମେଣ୍ଟର ଭବିଷ୍ୟତ ? ଶାସକ ଦଳ ବିରୋଧରେ ଲୋକସଭା ନିର୍ବାଚନ ଲଢିବାକୁ ଗଠନ ହୋଇଥିବା ଏହି ମେଣ୍ଟ ଧିରେ ଧିରେ ଦୁର୍ବଳ ହେଲା ପରି ମନେ ହେଉଛି । ଇଣ୍ଡିଆ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ । ମେଣ୍ଟରୁ ଦୂରେଇଛନ୍ତି ନେତା । ଦିନେ ଶାସକ ଦଳ ବିରୋଧରେ ଲଢିବାକୁ ବିରୋଧିଙ୍କୁ ଏକାଠି କରୁଥିବା ନୀତିଶ କୁମାର ଏବେ ବିଜେପି ସହ ମେଣ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି । ବର୍ତ୍ତମାନ ଇଣ୍ଡିଆ ମେଣ୍ଟରେ କଂଗ୍ରେସ ସଙ୍କଟ ଦେଇ ଗତି କରୁଛି । ଏହାପରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଇଣ୍ଡିଆ ମେଣ୍ଟରେ କଂଗ୍ରେସର ନେତୃତ୍ବକୁ କଟାକ୍ଷ କରିଛନ୍ତି । ଆଗକୁ ପରବର୍ତ୍ତୀ ଘଟଣା କଣ ହେଉଛି ଦେଖନ୍ତୁ ବୋଲି କଂଗ୍ରେସକୁ କଟାକ୍ଷ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ଅନୁରାଗ ଠାକୁର କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । କାହିଁକିନା କଂଗ୍ରେସ ଏହାର ସହଯୋଗୀମାନଙ୍କୁ ନ୍ୟାୟ ଦେବାରେ ବିଫଳ ହେଉଛି । ଯେଉଁମାନେ ସେମାନଙ୍କର ସହଯୋଗୀ ଦଳକୁ ନ୍ୟାୟ ଦେଇପାରିବେ ନାହିଁ, ଯାହାର 'ମୋହବତ୍ କି ଦୁକାନ୍' ଅଧିକ ଘୃଣା ଭାବ ସୃଷ୍ଟି କରୁଛି, ସେଥି ପାଇଁ ଫାଟ ସୃଷ୍ଟି ହୋଇଛି । ଯେଉଁମାନେ ସମ୍ମାନ ଦେଇ ପାରିବେ ନାହିଁ, ଯିଏ ସହଯୋଗୀଙ୍କୁ କିପରି ନ୍ୟାୟ ଦିଆଯିବ ତାହା ସ୍ଥିର କରି ପାରିବେ ନାହିଁ । ପରବର୍ତ୍ତୀ ସମୟରେ ଦେଖନ୍ତୁ ଆଗକୁ କଣ ହେଉଛି । ବିହାରରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ଅନୁରାଗ ଠାକୁରଙ୍କ ଏପରି ମନ୍ତବ୍ୟ ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ-ଭାଙ୍ଗିବ RJD-JDU ମହାଗଠବନ୍ଧନ ସରକାର ! ଆଜି ରାଜ୍ୟପାଳଙ୍କୁ ଭେଟିବେ ନୀତିଶ, ପାଟନା ଆସୁଛନ୍ତି ଶାହ-ନଡ୍ଡା

ଶାସକ ଦଳ ବିରୋଧରେ ଲୋକସଭା ନିର୍ବାଚନରେ ଏକାଠି ଲଢିବାକୁ ଇଣ୍ଡିଆ ମେଣ୍ଟ ଗଠନ କରି ଏକାଠି ହୋଇଥିଲେ ବିରୋଧି । କିନ୍ତୁ ନିର୍ବାଚନ ଯେତିକି ପାଖଉଛି ଇଣ୍ଡିଆ ମେଣ୍ଟରେ ଫାଟ ସେତିକି ବଢି ବଢି ଚାଲିଛି । ନିକଟରେ ଲୋକସଭା ନିର୍ବାଚରେ କଂଗ୍ରେସ ସହ ଆସନ ବୁଝାମଣା ନକରି ବିଜେପି ବିରୋଧରେ ଏକା ଲଢିବାକୁ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପରେ ପରେ ପଞ୍ଜାବର ଆମ ଆଦମୀ ପାର୍ଟି ଲୋକସଭା ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସହ ଆସନ ବୁଝାମଣା କରିବ ନାହିଁ ବୋଲି କହିଥିଲା । ଆଉ ଏବେ ନୀତିଶ କୁମାର ଶାସକ ଦଳ ବିରୋଧରେ ଲଢେଇ ନୁହଁ ବରଂ ମେଣ୍ଟ ସରକାର ଗଠନ କରିବାକୁ ଅଣ୍ଟା ଭିଡୁଥିବା ଚର୍ଚ୍ଚା ହେଉଛି ।

Last Updated : Jan 28, 2024, 9:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.